Categories: ଜାତୀୟ

ଓ୍ବାୟନାଡରେ ବନ୍ୟା ପୀଡ଼ିତଙ୍କୁ ରିଲିଫ ବାଣ୍ଟିଲେ ରାହୁଲ

ଓ୍ବାୟନାଡ:୧୨।୮: କଂଗ୍ରେସ ନେତା ଓ ଓ୍ବାୟନାଡ ଏମ୍‌ପି ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଅଛନ୍ତି। କେରଳ ଓ୍ବାୟନାଡରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ସୋମବାର ରାହୁଲ ଗାନ୍ଧୀ ଏକ ରିଲିଫ ଶିବିରରେ ପହଞ୍ଚି ଲୋକଙ୍କୁ ରିଲିଫ ବଣ୍ଟନ କରିଥିଲେ। ଏଥିସହ ରାହୁଲ ଫେସ୍‌ବୁକରେ ଏକ ପୋଷ୍ଟ ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ଓ୍ବାୟନାଡ ବନ୍ୟା ଯୋଗୁ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ନିଜ ଘର ହରାଇ ରିଲିଫ ଶିବିରରେ ରହିଛନ୍ତି। ତେଣୁ ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ରିଲିଫ ପ୍ରଦାନ କରିବା ପାଇଁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ରାହୁଲ ଏହି ସଂସଦୀୟ କ୍ଷେତ୍ରର ଏମ୍‌ପି ହୋଇଥିବାରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ନେଇ ସେ କହିଛନ୍ତି।

Share