Categories: ଖେଳ

ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌: ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍‌ ଚାମ୍ପିୟନଶିପ୍‌ରେ ଭାରତର ଇସୋ ଆଲ୍‌ବେନ୍‌ ଦୁଇଟି ପଦକ ଜିତିଛନ୍ତି। ଫଳରେ କୌଣସି ଏକ ଗ୍ଲୋବାଲ ଇଭେଣ୍ଟରେ ଭାରତ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରି ପଦକ ତାଲିକାରେ ୬ଷ୍ଠ ସ୍ଥାନ ଅଧିକାର କରିଛି। ଜର୍ମାନୀ, ନ୍ୟୁଜିଲାଣ୍ଡ ଓ ଗ୍ରୀସ୍‌ ଯଥାକ୍ରମେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଛନ୍ତି। ଇସୋ, ରୋନାଲେ୍‌ଡା ସିଂ ଏବଂ ରୋଜିତ୍‌ ସିଂଙ୍କୁ ନେଇ ଭାରତୀୟ ଦଳ ପୁରୁଷ ସ୍ପ୍ରିଣ୍ଟ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଇସୋ ପରେ ବ୍ୟକ୍ତିଗତ ସ୍ପ୍ରିଣ୍ଟ ଇଭେଣ୍ଟରେ ଏକ ରୌପ୍ୟ ହାସଲ କରିଥିଲେ। ୧୮ ବର୍ଷୀୟ ଏହି ସାଇକ୍ଲିଷ୍ଟ ଆହୁରି ମଧ୍ୟ ପୁରୁଷ ବ୍ୟକ୍ତିଗତ କିରିନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି।

Share