ଓ୍ବାର୍ଲଡ ରିଫ୍ୟୁଜି ଡେ’କୁ ନେଇ ଇମୋଶନାଲ ପୋଷ୍ଟ କଲେ ପ୍ରିୟଙ୍କା

ଲଣ୍ଡନ,୨୦।୬: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ୍ବାର୍ଲଡ ରିଫ୍ୟୁଜି ଡେ’ ବା ବିଶ୍ୱ ଶରଣାର୍ଥୀ ଦିବସକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହା ସହ ସେ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଶିଶୁ ହେଉଛନ୍ତି ବିଶ୍ୱର ଭବିଷ୍ୟତ। ତେଣୁ ଶରଣାର୍ଥୀ ପିଲାମାନଙ୍କୁ ସାହାଯ୍ୟ କରିବାକୁ ଲୋକେ ଆଗେଇ ଆସିବା ଦରକାର। ପିଲାମାନେ ଦେଶର ଭବିଷ୍ୟତ। ହେଲେ ଅନେକ ଶରଣାର୍ଥୀ ପିଲା ଏବେବି ଅନିଶ୍ଚିତ ଭବିଷ୍ୟତ ଭିତରେ ଜୀବନ କାଟୁଥିବା ପ୍ରିୟଙ୍କା କହିଛନ୍ତି। ଯେତେବେଳେ ଏହି ପିଲାମାନଙ୍କର ପରିବାର ବିଭିନ୍ନ ସଂଘର୍ଷ ମଧ୍ୟ ଦେଇ ଗତି କରୁଛନ୍ତି ସେଠି ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଏହି ପିଲାମାନେ। ତେଣୁ ଏମାନଙ୍କୁ ଯେତେ ସମ୍ଭବ ଆମେ ସହାୟତା ଯୋଗାଇ ଦେବା ଭଲ।

Share