‘ଓ୍ବାର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ଭିତରେ ଏବେ ଓ୍ବାର ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ବଲିଉଡ୍‌ର ଆକ୍ସନ ଷ୍ଟାର ହ୍ରିତିକ୍‌ ଓ ଟାଇଗରଙ୍କ ଅପ୍‌ କମିଂ ଫିଲ୍ମ ‘ଓ୍ବାର’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଥିବା ବେଳେ ଏହାର ଅବଧି ୨ମିନିଟ୍‌ ୨୫ ସେକେଣ୍ଡ ରହିଛି। ଟ୍ରେଲରର ପ୍ରଥମରୁ ୨ଜଣଙ୍କ ଦମ୍‌ଦାର ଏଣ୍ଟ୍ରି ହୋଇଥିବା ବେଳେ ଏଥିରେ ବିପଦପୂର୍ଣ୍ଣ ଷ୍ଟଣ୍ଟ, ଫାଇଟ୍‌ ଓ ଭରପୂର ଆକ୍ସନ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ୪ଜଣ ଆକ୍ସନ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଥିବା ଜଣାପଡ଼ିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହ୍ରିତିକ୍‌ (କବିର) ଓ ଟାଇଗର (ଖାଲିଦ୍‌) ଚରିତ୍ରରେ ନଜର ଆସିବେ। କବିର ଗୁରୁ ହୋଇଥିବା ବେଳେ ଖାଲିଦ୍‌ ତାଙ୍କର ଶିଷ୍ୟ ହୋଇ ତାଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି। ଏହି କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଅନ୍ୟପଟେ ଟ୍ରେଲରରେ ହ୍ରିତିକ୍‌ ଓ ବାଣୀ କପୁରଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଛି। ହାଇ ବଜେଟରେ ତିଆରି କରାଯାଇଥିବା ଫିଲ୍ମ ଓ୍ବାରର କେତେକ ସିନ୍‌ର ଶୁଟିଂ ଅଲଗା ଅଲଗା ୭ଟି ଦେଶ ଓ ୧୫ଟି ସହରରେ କରାଯାଇଛି। ଏହି ଫିଲ୍ମ ଅକ୍ଟୋବର ୨ରେ ପରଦାକୁ ଆସିବାକୁ ଥିବା ବେଳେ ଏହାକୁ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ରିଲିଜ୍‌ କରାଯିବ।

Share