ଓ୍ବାଟର ପ୍ୟୁରିଫାୟର ଦେବା ଆଳରେ ଦେଢ଼ କୋଟି ଠକେଇ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ହରିୟାଣାର ଏକ ସଂସ୍ଥା ଓ୍ବାଟର ପ୍ୟୁରିଫାୟର ଯୋଗାଇବା ଆଳରେ ପ୍ରାୟ ଦେଢ କୋଟି ଟଙ୍କା ଠକିନେଇ ଫେରାର ହୋଇଯାଇଛି। ପ୍ରାୟ ୩୨୭ ଜଣ ବ୍ୟକ୍ତି ଏହି ଠକାମିର ଶିକାର ହୋଇ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁରେ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ, ହରିୟାଣାର ଏଲ୍‌କା ଗ୍ରୋଥ ଇଣ୍ଡିଆ ନାମକ ସଂସ୍ଥା କୋରିଆରୁ ଓ୍ବାଟର ପ୍ୟୁରିଫାୟର ଆଣି ବ୍ୟବସାୟ କରୁଥିଲା। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ସଂସ୍ଥା ଏକ ଶାଖା ଅଫିସ ଖୋଲିଥିଲା। ଏଠାରେ ୩ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ୩୩ହଜାର ଟଙ୍କାରୁ ସାଢେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନର ମେଶିିନ ବିକ୍ରି କରୁଥିଲେ। ବ୍ୟବସାୟରେ ଉନ୍ନତି ପାଇଁ ହରିୟାଣାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଏମ୍‌ଡି ସନ୍ଦୀପ କୁମାର ଲକ୍ଷ୍ମୀସାଗର ଅଫିସ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହୁଥିଲେ। ୨୦୧୮ ଅକ୍ଟୋବର ୨ରେ ଏହି ସଂସ୍ଥା ପକ୍ଷରୁ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ହୋଟେରେ ମିଟିଂ କରାଯାଇଥିଲା। ଡାଇବେଟିସ ଏବଂ କ୍ୟାନ୍‌ସର ରୋଗୀଙ୍କ ପାଇଁ ଉକ୍ତ ଓ୍ବାଟର ପ୍ୟୁରିଫାୟର ବହୁତ ଦରକାରୀ ବୋଲି କୁହାଯାଇଥିଲା। ଏଥିରେ ଯୋଗଦେଇଥିବା ଲୋକଙ୍କୁ ପ୍ୟୁରିଫାୟର କିଣିବାକୁ ପ୍ରଲୋଭିତ କରାଯାଇଥିଲା। ଏହାପରେ ଲୋକେ ଆକୃଷ୍ଟ ହୋଇ ଟଙ୍କା ଜମା କରିବା ଆରମ୍ଭ କରିଥିଲେ। ପ୍ରାୟ ୩୨୭ ଜଣ ବ୍ୟକ୍ତିି ଟଙ୍କା ଜମା କରିଥିଲେ। ମାତ୍ର କିଛିଦିନ ପରେ ଲକ୍ଷ୍ମୀସାଗରସ୍ଥିତ ଉକ୍ତ ସଂସ୍ଥା ଲୋକମାନଙ୍କୁ ମେଶିିନ ଯୋଗାଇବା ପରିବର୍ତ୍ତେ ଅଫିସରେ ତାଲା ଝୁଲାଇ ଫେରାର ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri