Posted inଖେଳ

ଓ୍ବାଇଡ୍‌ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ

ନୂଆଦିଲ୍ଲୀ,୧୩।୧୧-  ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନର ଏହି ଉଦୀୟମାନ ବୋଲର ଗୋଟିଏ ଓଭରରେ ୪ ଉଇକେଟ୍‌ ନେଇଥିଲେ। ଏପରିକି ସେ ଏକ ହ୍ୟାଟ୍ରିକ ସୃଷ୍ଟି କରିଥିଲେ ମଧ୍ୟ ଓ୍ବାଇଡ୍‌ ବଲ୍‌ ଯୋଗୁ ପୁଣି ହ୍ୟାଟ୍ରିକ ଉଇକେଟ ସଫଳତା ପାଇପାରି ନାହାନ୍ତି। ପ୍ରଭାବୀ ବୋଲିଂ ସତ୍ତ୍ୱେ ଦୀପକ କିନ୍ତୁ ତାଙ୍କ ଟିମ୍‌କୁ ପରାଜୟରୁ ରକ୍ଷା କରିପାରି ନ ଥିଲେ। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ରାଜସ୍ଥାନ ୧ ରନରେ ପରାସ୍ତ ହୋଇଥିଲା।
ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗ୍ରୁପ୍‌-ବି’ର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବିଦର୍ଭ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ମ୍ୟାଚ୍‌ ମଝିରେ ବର୍ଷା ହେବାକୁ ଏହାକୁ ୧୩ ଓଭର ବିଶିଷ୍ଟ କରାଯାଇଥିଲା। ଅଧିନାୟକ ଚହରଙ୍କ ବୋଲିଂକୁ ସାମ୍ନା କରି ନ ପାରି ବିଦର୍ଭ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୯୯ ରନ କରିଥିଲା। ଅନ୍ତର୍ଜାତୀୟ ଟି୨୦ରେ ଦେଶର ପ୍ରଥମ ପୁରୁଷ ଖେଳାଳି ଭାବେ ହ୍ୟାଟ୍ରିକ ନେଇଥିବା ଚହର ୩ ଓଭରରେ ୧୮ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଛନ୍ତି। ଏହି ୪ଟି ଯାକ ଉଇକେଟ୍‌ ସେ ଗୋଟିଏ ଓଭରରେ ନେଇଥିଲେ। ବିଦର୍ଭ ଇନିଂସର ଅନ୍ତିମ ତଥା ୧୩ତମ ଓଭର ବୋଲିଂ କରିଥିବା ଦୀପକ ପ୍ରଥମ ବଲରେ ରୂପେଲ ରାଠୋର (୩ ରନ)ଙ୍କୁ ଭାଇ ରାହୁଲ ଚହରଙ୍କ ହାତରେ କ୍ୟାଚ୍‌ କରାଇନେଇଥିଲେ। ଏହାପରେ ଓଭର ଅନ୍ତିମ ୩ଟି ବଲରେ ସେ ଯଥାକ୍ରମେ ଦର୍ଶନ ନାଲକାଣ୍ଡେ (୦), ଶ୍ରୀକାନ୍ତ ଓ୍ବାଗ (୧୩) ଓ ଅକ୍ଷୟ ଓ୍ବାଦ (୦)ଙ୍କୁ ଆଉଟ୍‌ କରିଥିଲେ। କିନ୍ତୁ ଦର୍ଶନଙ୍କ ଉଇକେଟ୍‌ ନେବାପରେ ସେ ଏକ ଓ୍ବାଇଡ୍‌ ବଲ୍‌ ପକାଇଥିଲେ। ଫଳରେ ନିୟମ ଅନୁଯାୟୀ ଲଗାତର ୩ଟି ବଲରେ ଉଇକେଟ୍‌ ନେଇପାରି ନ ଥିବାରୁ ଏହା ହ୍ୟାଟ୍ରିକ ଭାବେ ଗଣାଯାଇ ନାହିଁ।
ଭିଜେଡି ମେଥଡରେ ରାଜସ୍ଥାନ ସମ୍ମୁଖରେ ୧୦୭ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରାଜସ୍ଥାନ ଓପନର୍‌ ମନିନ୍ଦର ସିଂ (୪୪ ରନ, ୧୭ ବଲ, ୬ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ୮ ଉଇକେଟ୍‌ ହରାଇ ୧୦୫ ରନ କରିବାକୁ ସମର୍ଥ ହୋଇଥିଲା। ଉଲ୍ଲେଖଥାଉ କି, ଗତ ରବିବାର ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ରେ ସେ ମାତ୍ର ୭ ରନ୍‌ ଦେଇ ୬ ଉଇକେଟ ନେଇ ବିଶ୍ୱରେକର୍ଡ ଅଧିକାରୀ ହୋଇଥିଲେ। ଏଥିରେ ତାଙ୍କର ହ୍ୟାଟ୍ରିକ ମଧ୍ୟ ରହିଥିଲା। ଦୀପକଙ୍କ ଏହି ମାରାତ୍ମକ ସ୍ପେଲ ଯୋଗୁ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri