ଓସ୍କାର ଦୌଡ଼ ପାଇଁ ‘ଗଲିବୟ’ ମନୋନୀତ: ଭାରତର ଶ୍ରେଷ୍ଠ ୨୮ ଚଳଚ୍ଚିତ୍ର ତାଲିକାରେ ‘କଣ୍ଠୋ’

ଭୁବନେଶ୍ୱର, ୨୨।୯ (ବ୍ୟୁରୋ): ଚଳିତବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍‌ ହେବାକୁ ପ୍ରଥମ ପର୍ଯ୍ୟାୟରେ ଭାରତର ୨୮ ଚଳଚ୍ଚିତ୍ରକୁ ବଛାଯାଇଥିଲା। ଏଥିମଧ୍ୟରେ ଅକ୍ଷୟ ପରିଜାଙ୍କ ବେଙ୍ଗଲୀ ଫିଲ୍ମ ‘କଣ୍ଠୋ’ ସ୍ଥାନ ପାଇଥିଲାବେଳେ ବଲିଉଡ୍‌ ଫିଲ୍ମ ‘ଗଲିବୟ’ ଚଳଚ୍ଚିତ୍ର ଓସ୍କାର ପାଇଁ ଚୟନ କରାଯାଇଛି। ଓସ୍କାର ପାଇଁ ୧୯୫୭ରୁ ଚୟନ ପ୍ରକ୍ରିୟା କରାଯାଉଥିଲେ ମଧ୍ୟ ପ୍ରଥମଥର ପାଇଁ ଏଥର ଏହା କଲିକତାଠାରେ ଆୟୋଜିତ ହୋଇଛି। ଏଥିପାଇଁ ସେପ୍ଟେମ୍ବର ୧୮ରୁ ୨୧ ଯାଏ ସ୍କ୍ରିନିଂ ଚାଲିଥିଲା। ବିଶିଷ୍ଟ ଚଳଚ୍ଚିତ୍ର ଲେଖକ ପଦ୍ମନାଭ ଦାସଗୁପ୍ତା, ସମ୍ପାଦକ ସୁଜୟ ଦତ୍ତରାୟ, ସଙ୍ଗୀତ୍‌କାର ଦେବଜ୍ୟୋତି ରାୟ, ନିର୍ଦ୍ଦେଶକ ପ୍ରତୀମ ଡି. ଗୁପ୍ତା ଓ ଅଶୋକ ବିଶ୍ୱନାଥନ ଚୟନ କମିଟିର ସଦସ୍ୟ ରହିଥିବାବେଳେ ଅପର୍ଣ୍ଣା ସେନ ଅଧ୍ୟକ୍ଷ ରହିଛନ୍ତି। ତେବେ ଜୁରୀ ସଦସ୍ୟଙ୍କ ଦ୍ୱାରା ‘କଣ୍ଠୋ’ ବେଶ୍‌ ପ୍ରଶଂସିତ ହୋଇଥିବା ଜଣାପଡ଼ିଛି।

‘କଣ୍ଠୋ’ର ପ୍ରଯୋଜକ ପରିଜା କୁହନ୍ତି, ଓଡିଆ ଚଳଚ୍ଚିତ୍ର ହେଉ କି ବଙ୍ଗଳା ଅବା ହିନ୍ଦୀ, ଆମେ ସବୁବେଳେ ମୂଲ୍ୟବୋଧ ଭିତ୍ତିିକ ଚଳଚ୍ଚିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇଆସିଛୁ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ଗୌରବ ବଢାଇବା ପାଇଁ ଆମେ ସଦାସର୍ବଦା ପ୍ରୟାସ ଜାରିରଖିଛୁ। ଗତବର୍ଷ ‘କଡ୍‌ୱି ହୱା’ ଏବଂ ଚଳିତ ବର୍ଷ ‘କଣ୍ଠୋ’ ଓସ୍କାର ଦୌଡରେ ସାମିଲ ହେବା ଏକ ସଫଳ ଦୃଷ୍ଟାନ୍ତ। ‘କଣ୍ଠୋ’ ଏ ପ୍ରତିଯୋଗିତାରୁ ବାଦ୍‌ ପଡିଥିଲେ ମଧ୍ୟ ଶ୍ରେଷ୍ଠ ୨୮ ଭାରତୀୟ ଚଳଚ୍ଚିତ୍ର ତାଲିକାରେ ସାମିଲ ହେବା ଆମ ପାଇଁ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆକର୍ଷଣୀୟ କଣ୍ଠସ୍ବର ପାଇଁ ସୁପରିଚିତ ଜଣେ ରେଡିଓ ଜକିଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ‘କଣ୍ଠୋ’। ଆକସ୍ମିକ ଭାବେ ନିଜର କଣ୍ଠସ୍ବର ହରାଇବା ପରେ ଏକ ନିରାଶାମୟ ସମୟକୁ ମୁଖ୍ୟ ଚରିତ୍ର କିଭଳି ସାମ୍ନା କରୁଛନ୍ତି ଓ ଶେଷରେ ନିଜର ଦୃଢଆତ୍ମବିଶ୍ୱାସ ବଳରେ ପରିସ୍ଥିତିକୁ କିପରି ଜିତିପାରୁଛିି ତାହା ଏହି ଫିଲ୍ମରୁ ଜାଣିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri