ଓସ୍କାର ଦୌଡ଼ରେ ନୀନାଙ୍କ ଫିଲ୍ମ

ମୁମ୍ବାଇ: ସେଲିବ୍ରିଟି ସୈଫ୍‌ରୁ ଫିଲ୍ମମେକର୍‌ ହୋଇଥିବା ବିକାଶ ଖାନ୍ନାଙ୍କ ପ୍ରଥମ ଫିଲ୍ମ ‘ଦ ଲାଷ୍ଟ କଲର୍‌’ ଓସ୍କାର ଆଓ୍ବାର୍ଡ ଦୌଡ଼ରେ ଫିଚର୍‌ ଫିଲ୍ମ ତାଲିକାଭୁକ୍ତ ହୋଇଛି। ଏନେଇ ଖୋଦ୍‌ ବିକାଶ ଖାନ୍ନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କ ପ୍ରଥମ ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।
ନିଜ ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, “୨୦୨୦ ଭଲରେ ଆରମ୍ଭ ହେଲା। ମିରାକଲ୍‌…ମିରାକଲ୍‌.. ବିଶ୍ୱକୁ ଧନ୍ୟବାଦ। ଆମ ଫିଲ୍ମ ‘ଦ ଲାଷ୍ଟ କଲର୍‌’ ହେଉଛି ନିର୍ମଳ ହୃଦୟ। ଓସ୍କାର ଏକାଡେମୀ ୨୦୧୯ର ବେଷ୍ଟ ୩୪୪ ଫିଲ୍ମର ତାଲିକା ଘୋଷଣା କରିଛି।”
ଫିଲ୍ମର ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ଟୁଇଟରରେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ଖାନ୍ନାଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଫିଲ୍ମ ‘ଦ ଲାଷ୍ଟ କଲର୍‌’ ଏଯାବତ୍‌ ଭାରତରେ ରିଲିଜ୍‌ ହୋଇନାହିଁ। ତେବେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ ଏହାର ସ୍କ୍ରିନିଂ ରଖାଯାଇଥିଲା। ସେହିପରି ଆଓ୍ବାର୍ଡ ପର୍ଯ୍ୟାୟରେ ସାମିଲ ହେବା ନିୟମାନୁଯାୟୀ ଫିଲ୍ମଟି ଜାନୁୟାରୀ ୪ରେ ୟୁଏସ୍‌ଏର ୩୦ ତମ ପାମ୍‌ ସ୍ପ୍ରିଙ୍ଗ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ରିିଲିଜ୍‌ ହୋଇଥିଲା। ଫିଲ୍ମର କାହାଣୀ ବୃନ୍ଦାବନ ଓ ବାରାଣସୀରେ ରହୁଥିବା ବିଧବା ସ୍ତ୍ରୀ ଲୋକଙ୍କ ଜୀବନୀ ଉପରେ ଆଧାରିତ।

Share