ଓସ୍କାର ଦୌଡ଼ରେ ଆଗରେ ‘ଜୋକର’

ଲସ୍‌ ଏଞ୍ଜେଲସ,୧୪ା୧: ବହୁଚର୍ଚ୍ଚିତ ଏବଂ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଜୋକ୍ୱିନ ଫିନିକ୍ସଙ୍କ ଅଭିନୀତ ଫିଲ୍ମ ଜୋକର ୯୨ତମ ଓସ୍କାର ପୁରସ୍କାର ଦୌଡ଼ରେ ସବୁଠୁ ଆଗରେ ରହିଛି। ୧୦ ବର୍ଗରେ ମନୋନୀତ ହୋଇଥିବା ‘ୱାନ୍‌ସ ଅପନ୍‌ ଏ ଟାଇମ୍‌ ଇନ୍‌ ହଲିଉଡ୍‌’, ‘ଦ ଆଇରିସମ୍ୟାନ୍‌’ ଏବଂ ‘୧୯୧୭’ ଭିତରେ ଦ୍ୱିତୀୟ ସ୍ଥାନ ପାଇଁ ଟାଇ ହୋଇଛି। ବୋଙ୍ଗ୍‌ ଜୋନ୍‌ ହୋ-ହେମଲଡ୍‌ ‘ପାରାସାଇଟ୍‌’ ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। ସର୍ବଶ୍ରେଷ୍ଠ ପିକ୍‌ଚର୍‌ ବର୍ଗରେ ମନୋନୀତ ହୋଇ ଏହି ଦକ୍ଷିଣ କୋରିଆ ସିନେମା ଇତିହାସ ରଚିଛି ।
ଆଡାମ ଡ୍ରାଇଭର (ମ୍ୟାରେଜ୍‌ ଷ୍ଟୋରୀ) ଏବଂ ଜୋନାଥନ ପ୍ରାଇସ (ଦ ଟୁ ପୋପ୍‌ସ) ଶ୍ରେଷ୍ଠ ଅଭିନେତା ଦୌଡ଼ରେ ଆଗରେ ରହିଛନ୍ତି। ବେଷ୍ଟ ସପୋର୍ଟିଂ ଲିଷ୍ଟରେ ଟମ୍‌ ହଙ୍କ୍‌ସ ଏବଂ ଆନ୍ଥୋନୀ ହପକିନ୍‌ ସ୍ଥାନ ପାଇଛନ୍ତି। ବ୍ରିଟିଶ ୱାର୍‌ ଡ୍ରାମାର ନିର୍ଦ୍ଦେଶକ ମେଣ୍ଡେସ ଶ୍ରେଷ୍ଠ ନିର୍ଦ୍ଦେଶକ ଦୌଡ଼ରେ ରହିଛନ୍ତି। ରେନି ଜେବ୍ଲେଗର (ଜୁଡି) ସ୍କାରଲେଟ ଜୋହାନସନ (ମ୍ୟାରେଜ ଷ୍ଟୋରୀ), ଚାରଲାଇଜ୍‌ ଥେରନ୍‌ (ବୋମ୍ବସେଲ) ଏବଂ ଇରିଭୋ ଶ୍ରେଷ୍ଠ ଅଭିନେତ୍ରୀ ଲାଗି ମନୋନୀତ ହୋଇଛନ୍ତି। ବେଷ୍ଟ ମହିଳା ସପୋର୍ଟିଂ ଅଭିନେତ୍ରୀ ଭାବେ ଲଉରା ଡେର୍ନ ମନୋନୀତ ହୋଇଛନ୍ତି। ସେ ଜୋହାନସନ (ଜୋଜ ରବିଟ୍‌), ପ୍ୟୁଗ, ମାରଗଟ୍‌ ରୋବି ଏବଂ କାଥୋ ବେଟ୍‌ସ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାରତୀୟ ସିନେମା ‘ଗଲିବୟ’ ଓସ୍କାର ଦୌଡ଼ରୁ ପୂର୍ବରୁ ବାଦ ପଡ଼ିଛି। ଶ୍ରେଷ୍ଠ ପ୍ରାମାଣିକ ଚିତ୍ର (ଡକ୍ୟୁମେଣ୍ଟାରି) ଲାଗି ଓସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଆମେରିକାରେ ବାସ କରୁଥିବା ଦୁଇ ଭାରତୀୟ ବଂଶୋଦ୍ଭବ ଫିଲ୍ମ ନିର୍ମାତା। ‘ସେଣ୍ଟ ଲୁଇ ସୁପରମ୍ୟାନ’ ଶୀର୍ଷକ ଏକ ବୃତ୍ତଚିତ୍ର ଲାଗି ଦୁଇ ଭାରତୀୟ ବଂଶୋଦ୍ଭବ ସ୍ମୃତି ମଧୁରା ଏବଂ ହମି ଖାନ୍‌ ଏହି ସଫଳତା ହାସଲ କରିଛନ୍ତି।
ଜଣେ ସାମାଜିକ କର୍ମୀରୁ ଆଇନ ପ୍ରଣେତା ହୋଇଥିବା ବ୍ରୁସ ଫ୍ରାଙ୍କ୍‌ ଜୁନିୟରଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ହୋଇଛି ଏହି ବୃତ୍ତଚିତ୍ର। ‘ଇନ୍‌ ଦି ଆବସେନ୍ସ’ ‘ଲର୍ନିଂ ଟୁ ସ୍କେଟବୋର୍ଡ ଇନ୍‌ ଦି ୱାରଜୋନ୍‌’, ‘ଲାଇଫ୍‌ ଓଭର ମି’ ଏବଂ ‘ୱକ ରନ୍‌ ଚା-ଚା’ ଅନ୍ୟ ଚାରୋଟି ବୃତ୍ତଚିତ୍ର ଏହି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି।

Share