ଓସ୍କାର ଆଓ୍ବାର୍ଡ: ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍‌ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍‌ କୋରିଆର ଫିଲ୍ମ ‘ପାରାସାଇଟ୍‌’ ଓସ୍କାର ଦୌଡରେ ସାମିଲ ହୋଇଥିଲା। କେବଳ ସେତିକି ନୁହେଁ ଏହା ଶେଷରେ ବାଜି ମାରିଥିଲା ମଧ୍ୟ। ଅର୍ଥାତ୍‌ ବେଷ୍ଟ ଫିଚର ଫିଲ୍ମ ଭାବେ ‘ପାରାସାଇଟ୍‌’ ହାତେଇଥିଲା ୨୦୨୦ର ଓସ୍କାର ଆଓ୍ବାର୍ଡ। ଏବେ ଏହାକୁ ନେଇ ବଳିଉଡ୍‌ ସେଲିବ୍ରିଟିମାନେ ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଛନ୍ତି। ହଲିଉଡ୍‌ ଦୁନିଆରେ ପାଦ ରଖିଥିବା ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ୍‌ କହିଛନ୍ତି, ସାଉଥ୍‌ କୋରିଆର ଏହି ଫିଲ୍ମକୁ ଦେଖିବା କଥା। ଆଉ ସାଉଥ୍‌ କୋରିଆର ଏହି ସଫଳତା ପାଇଁ ସେ ଶୁଭେଚ୍ଛା ଜଣାଇବା ସହ ଫିଲ୍ମର ଟିମ୍‌କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବଲିଉଡ୍‌ର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ସାଉଥ୍‌ କୋରିଆର ଏହି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି।

Share