Posted inଖେଳ

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ ଏଥର ନିର୍ବାଚନରେ ଲଢ଼ୁଛନ୍ତି । ଉଭୟ ବିଜୟୀ ହେବାର ଆଶା ବାନ୍ଧିଛନ୍ତି । ଏପରିକି ଯିଏ ବି ବିଜୟୀ ହେବ ଖୁବ କମ୍‌ ଭୋଟ ବ୍ୟବଧାନରେ ଓସିଏ ପଦବୀରେ ବସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏଭଳି କଡା ଟକ୍କର ରାଜ୍ୟ କ୍ରିକେଟ ସଂଘରେ ଅନେକ ବର୍ଷର ବ୍ୟବଧାନରେ ହେଉଛି । ଏଥର ସଭାପତି ପଦବୀରେ ଲଢ଼ିବେ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ବାନ। ଏହି ଦୁଇ ପ୍ରାର୍ଥୀ କାହାଠାରୁ କମ୍‌ ନୁହଁନ୍ତି । ଏହାଛଡ଼ା ଯିଏ ବି ଜିତିବ ସେ ପ୍ରଥମଥର ନିମନ୍ତେ ଓସିଏର ସଭାପତି ହେବ ।
ପଙ୍କଜ ଲୋଚନ ମହାନ୍ତିଙ୍କ ଘର ଭୁବନେଶ୍ୱରରେ। ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଗୋଷ୍ଠୀ ସମର୍ଥିତ ପ୍ରାର୍ଥୀ ଭାବେ ସେ ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଗୋଟିଏ ଦଶନ୍ଧିର ଅଭିଜ୍ଞତା ରହିଛି । ହେଲେ ଏହା ଭିତରେ ସେ ଅନେକ କ୍ରୀଡ଼ା ସଙ୍ଘର ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ବେସବଲ ଫେଡେରେଶନ ଅଫ ଇଣ୍ଡିଆର ଏକବର୍ଷ ନିମନ୍ତେ ଅସ୍ଥାୟୀ ସଭାପତି ରହିଥିଲେ । ପରେ ନିର୍ବାଚିତ ହୋଇ ବେସବଲ ଜାତୀୟ ସଂଘର ୩ବର୍ଷ ସଭାପତି ହୋଇଥିଲେ। ଓଡ଼ିଶା ବେସବଲ ଆସୋସିଏଶନର ସଭାପତି, ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି, ଓଡ଼ିଶା ଆସୋସିଏଶନ ଫର ରୋଇଂ ଆଣ୍ଡ ସ୍କଲିଂର ଉପସଭାପତି ପଦବୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । ବିଜୟୀ ହେଲେ ସେ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ପାଇଁ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଏହାଛଡ଼ା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି, ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା । ଅନେକ ବର୍ଷ ହେଲାଣି ଓଡ଼ିଆ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଉନାହାନ୍ତି। କେଉଁଠାରେ ସମସ୍ୟା ରହୁଛି ସେ ଦିଗରେ ନଜର ଦିଆଯିବ ବୋଲ ପଙ୍କଜ କହିଥିଲେ । ଗ୍ରାମାଞ୍ଚଳରେ ଭଲ କ୍ରିକେଟ ଖେଳୁଥିବା ପ୍ରତିଭାଙ୍କୁ ସମ୍ମୁଖକୁ ଅଣାଯିବ ବୋଲି ପଙ୍କଜ ପ୍ରତିକ୍ରିୟା ଦେଇ କହିଛନ୍ତି ।
ୟୁନିୟନ ସ୍ପୋର୍ଟିଂ କ୍ଲବର ସମ୍ପାଦକ ହେଲେ କଟକର ପ୍ରଦୀପ ଚୌହ୍ବାନ । ୪୦ବର୍ଷର ପୁରୁଣା ଏହି କ୍ଲବରୁ ସୃଷ୍ଟି ହୋଇଛନ୍ତି ୫୦ରୁ ଅଧିକ ରାଜ୍ୟ ସ୍ତରୀୟ ସିନିୟର ଖେଳାଳି ଓ ୩୦୦ରୁ ଅଧିକ ରାଜ୍ୟସ୍ତରୀୟ ଜୁନିୟର ଖେଳାଳି । ଏହି କ୍ଲବ ପି.ଭି.ଆର ମୂର୍ତ୍ତି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରି ବେଶ ପ୍ରଶଂସା ସାଉଁଟିଛି । ଏହି ଟୁର୍ନାମେଣ୍ଟର ଫାଇନାଲରେ କିମ୍ବଦନ୍ତୀ କ୍ରିକେଟର ମାନେ ଅତିଥି ହୋଇ ଆସନ୍ତି । କ୍ରିକେଟ ଓ ଓସିଏ ସହିତ ପ୍ରଦୀପଙ୍କ ସମ୍ପର୍କ ନୁଆ ନୁହେଁ । ସେ ପୂର୍ବରୁ ଓସିଏର ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ । ୨୦୦୪ ମସିହାରେ ଆଶୀର୍ବାଦ ବେହେରା ସମ୍ପାଦକ ଥିବା ବେଳେ ପ୍ରଦୀପ କୋଷାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ହେଲେ ୨ବର୍ଷ କାର୍ଯ୍ୟ କରିବା ପରେ ଅର୍ଥାତ ୨୦୦୬ରେ ପ୍ରଦୀପଙ୍କୁ ହଠାତ୍‌ କୋଷାଧ୍ୟକ୍ଷ ପଦବୀରୁ ହଟାଇ ଦିଆଯାଇଥିଲା। ଏହିଠାରୁ ହିଁ ପ୍ରଦୀପ-ଆଶୀର୍ବାଦ ବିବାଦ ଆରମ୍ଭ ହୋଇଥିଲା । ସଭାପତିରେ ବିଜୟୀ ହେବାର ଶତପ୍ରତିଶତ ଆଶା ରଖିଛନ୍ତି ପ୍ରଦୀପ । ବିଜୟୀ ହେଲେ ଦଳ ଚୟନ ଉପରେ କଡ଼ା କଟକଣା ଲାଗିବ ବୋଲି ସେ କହିଥିଲେ । ଦଳ ଚୟନରେ ସ୍ବଚ୍ଛତା ରହୁନି । ଏଣୁ ଅନେକ ପ୍ରତିଭା ଲୁଚି ଯାଉଛନ୍ତି । ଏହାଛଡ଼ା ସେ କହିଥିଲେ ଯେ, ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏବେ ବି ଓଡ଼ିଶାରେ କ୍ରିକେଟ ପାଇଁ ପ୍ରକୃଷ୍ଟ ଭିତ୍ତିଭୂମି ନାହିଁ ବୋଲି ତାଙ୍କ ମତ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri