Posted inଖେଳ

ଓସିଏ ଚୟନକର୍ତ୍ତାଙ୍କୁ ନ ଡ଼ାକି ଶେଷ କରିଦେଲେ ଚୟନ ପ୍ରକ୍ରିୟା

କଟକ ଅଫିସ,୧୫ା୯-୧୯ବର୍ଷରୁ କମ୍‌ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ସରିଗଲା ପଛେ ଚୟନକର୍ତ୍ତାଙ୍କୁ ଖୋଜା ପଡ଼ିଲାନି। ଚୟନ ପ୍ରକ୍ରିୟା ନେଇ ଥରେ ଫୋନ୍‌ କି ମେସେଜ ମଧ୍ୟ ଦିଆଗଲାନି। ଏଭଳି ସ୍ଥିତିରେ ପହଞ୍ଚିଲାଣି ରାଜ୍ୟ କ୍ରିକେଟର ସ୍ଥିତି। ରାଜ୍ୟ ଜୁନିୟର ଚୟନ କମିଟିର ଦୁଇ ଜଣ ଚୟନକର୍ତ୍ତାଙ୍କ ଅନୁପସ୍ଥିତିରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ ଜଣ ସଦସ୍ୟ ଅଛନ୍ତି। ଜୁନିୟର ଦଳର ଚୟନ ପ୍ରକ୍ରିୟାରେ ବିପୁଳ ଅର୍ଥ କାରବାର ହେଉଥିବା ପୂର୍ବରୁ ଅଭିଯୋଗ ଅଛି। ଜଣେ ଚୟନକର୍ତ୍ତା ଏ ସମ୍ପର୍କରେ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ ମଧ୍ୟ କରିଥିଲେ। ଓସିଏ କର୍ମଚାରୀମାନେ ନିଜର ଏପରି ମନ୍ଦ ଉଦ୍ଦେଶ୍ୟରୁ ଦୂରେଇ ରଖିବା ପାଇଁ ଏହି ଦୁଇ ଚୟନକର୍ତ୍ତାଙ୍କୁ ଚୟନପ୍ରକ୍ରିୟାକୁ ଡକାଯାଇ ନ ଥିବା କେତେଜଣ ପୂର୍ବତନ କ୍ରୀଡ଼ାବିତ କହିଛନ୍ତି ।
କ୍ରିକେଟ ଆସୋସିଏଶନ(ଓସିଏ) ଦ୍ୱାରା ଗତ ୧୦ ତାରିଖରୁ କଟକର ୨ଟି ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ଶନିବାର ଶେଷ ହୋଇଛି। ବିଡ଼ାନାସୀ ଓ ବୋଷ ଗ୍ରାଉଣ୍ଡରେ ମୋଟ ୩ଟି ଟ୍ରାଏଲ ମ୍ୟାଚ୍‌ ଖେଳାଯାଇଥିଲା। ୧୧ ଓ ୧୨ ତାରିଖରେ ବର୍ଷା ହେବା ଯୋଗୁଁ ଏହାକୁ ଦୁଇ ଦିନ ଘୁଞ୍ଚାଯାଇଥିଲା। ପ୍ରଥମେ ରାଜ୍ୟରୁ ମୋଟ ୬୨ଜଣ ଖେଳାଳିଙ୍କ ନାମ ଏହି ଶିବିର ନିମନ୍ତେ ସ୍ଥିର କରିଥିଲା ଓସିଏ । ପରେ ୮୦ ଓ ଏହା ପରେ ୧୦୦ଟପିଥିଲା ଶିବିରରେ ଯୋଗଦେଇ ଥିବା ଖେଳାଳିଙ୍କ ସଂଖ୍ୟା । କେଉଁ ଜିଲାରୁ କେତେଜଣ ଲେଖାଏ ଖେଳାଳି ପଠାଯିବେ ସେନେଇ ଯେଉଁ ନିୟମ କରିଥିଲା ଓସିଏ ତାହାକୁ ପରବର୍ତ୍ତୀ ସମୟରେ ଖୋଲାଖୋଲି ଭାଙ୍ଗି ଦିଆଯାଇଥିଲା। ଓଦା ଗ୍ରାଉଣ୍ଡରେ ୧୦୦ଖେଳାଳିଙ୍କୁ ନେଇ ମାତ୍ର ୩ଟି ଟ୍ରାଏଲ ମ୍ୟାଚ୍‌ରେ ଓସିଏର ଏହି ଚୟନପ୍ରକ୍ରିୟା ଶେଷ ହୋଇଗଲା। ଆଉ କିଛି ଦିନ ପରେ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ କରାଯିବ। ହେଲେ ଖେଳାଳି ଚୟନପ୍ରକ୍ରିୟାରେ ଅନେକ ଜାଲିଆତି ହୋଇଛି ଏବେ ଅଭିଯୋଗ ଉଠିଲାଣି। ଯେଉଁ ଦୁଇ ଜଣ ଚୟନକର୍ତ୍ତାଙ୍କୁ ଡକାଗଲାନି ସେମାନେ ଦୀର୍ଘବର୍ଷ ଧରି ରାଜ୍ୟ ଜୁନିୟର ଚୟନ କମିଟିରେ ଅଛନ୍ତି। ହେଲେ ଦୁଇ ଚୟନକର୍ତ୍ତାଙ୍କୁ କାହିଁକି ଡକାଗଲାନି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି ଓସିଏର ଅଧିକାରୀମାନେ। ବିଗତ ବର୍ଷ ଗୁଡ଼ିକରେ ରାଜ୍ୟ ଜୁନିୟର କ୍ରିକେଟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଛି।
ଗତ ଅଗଷ୍ଟ ୨୪ରେ ରାଜ୍ୟ ଜୁନିୟର ଚୟନ କମିଟିର ଜଣେ ସଦସ୍ୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହେଉଛି ବୋଲି ଉଲ୍ଲେଖ କରିବା ସହ ଏଥିରେ ଓସିଏର ଅନେକ ଅଧିକାରୀ ସାମିଲ ବୋଲି ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ଫୋନ୍‌ କଲରେ ଟଙ୍କା ଯଚାହେଉଛି ବୋଲି ଏହି ସଦସ୍ୟଜଣଙ୍କ ସୂଚନା ମଧ୍ୟ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri