Posted inଖେଳ

ଓସିଏର ନବକଳେବର

ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ନିର୍ବାଚନରେ ଭାଗ ନେଇଥିବା ଦୁଇ ପ୍ରମୁଖ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ପଦପଦବୀକୁ ନେଇ ଚାଲିଥିବା ଅଙ୍କ କଷାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତା ଉପରେ କ୍ରିକେଟ ସମୀକ୍ଷକ, କର୍ମକର୍ତ୍ତା ଏବଂ ଖେଳାଳିମାନଙ୍କ ନଜର ରହିଥିଲା। ଆଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ବାଚନ ରହିଥିବାରୁ ରାଜ୍ୟ ଆସୋସିଏଶନ୍‌ ଗୁଡିକ ସେମାନଙ୍କର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ଯେଉଁ ରାଜ୍ୟ ଆସୋସିଏଶନ୍‌ ଗୁଡିକ ଲୋଧା କମିଟିର ସର୍ତ୍ତକୁ ମାନିନେଇ ଉପଯୁକ୍ତ ଗାଇଡ୍‌ଲାଇନ୍‌ ମାଧ୍ୟମରେ ନିର୍ବାଚନ କରିଥିଲେ ସେମାନଙ୍କୁ ବିସିସିଆଇ ସେମାନଙ୍କର ଧାର୍ଯ୍ୟ ଅର୍ଥ ପ୍ରଦାନ କରିଆସୁଥିଲା। ଲୋଧା କମିଟିର ନିୟମାବଳୀରେ ଅନେକ ତ୍ରୁଟି ଥିବା ଦର୍ଶାଇ କେତେଗୁଡିଏ ରାଜ୍ୟ ଏହି ସର୍ତ୍ତାବଳୀକୁ ମାନି ନ ଥିଲେ ଏବଂ ସୁପ୍ରିମକୋର୍ଟରେ ପୁନର୍ବାର ସେମାନଙ୍କ ରିଭ୍ୟୁ ପିଟିଶନ ଦାଖଲ କରିଥିଲେ, ଯାହାକି ସେମାନଙ୍କୁ ବହୁ ସମସ୍ୟା ମଧ୍ୟକୁ ଠେଲି ଦେଇଥିଲା। ସେମାନଙ୍କ ମଧ୍ୟରେ ଓସିଏ ମଧ୍ୟ ରହିଥିଲା। ୨୦୧୬ ମସିହାଠାରୁ ବିସିସିଆଇଠାରୁ କୌଣସି ଆର୍ଥିକ ସହାୟତା ପାଇ ନ ଥିବା ଓସିଏ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ବେଳେ ଉନ୍ନୟନ କାର୍ଯ୍ୟକ୍ରମ ଷ୍ଟାଡିୟମର ରକ୍ଷଣାବେକ୍ଷଣ, ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଆୟୋଜନ ସମ୍ଭବ ହୋଇପାରୁ ନ ଥିଲା। ବିସିସିଆଇ ପ୍ରଦାନ କରୁଥିବା ନାମକୁ ମାତ୍ର ଅର୍ଥ ସମୁଦ୍ରକୁ ଶଙ୍ଖେ ସଦୃଶ ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀର୍ଘ ୩ବର୍ଷ ଧରି ଖେଳାଳି ଚୟନ ପ୍ରକ୍ରିୟା ବେଶ୍‌ ପ୍ରଭାବିତ ହୋଇଥିଲା। ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଠିକ୍‌ ରୂପେ ଆୟୋଜିତ ନ ହେବା, କ୍ରିକେଟ୍‌ ଏକାଡେମୀର ସଫଳ ପରିଚାଳନାରେ ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ରହିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ ଟିମ୍‌ର ଭାରତ ଗସ୍ତ ସମୟରେ କଟକରେ ଡିସେମ୍ବର ୨୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୩ୟ ଏକଦିବସୀୟ ମ୍ୟାଚର ସଫଳ ପରିଚାଳନା ନେଇ ଯେଉଁ ସମସ୍ୟା ଥିଲା ତାହା ଦୂର ହୋଇଛି। ଓଡ଼ିଶାର ଗର୍ବ ଓ ଗୌରବ ବାରବାଟୀ, ଗତ କିଛିବର୍ଷ ଧରି ଅନୁଦାନ ଅଭାବରୁ ଶ୍ରୀହୀନ ହୋଇ ପଡିଥିବା ବେଳେ ନୂତନ କର୍ମକର୍ତ୍ତାମାନେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକ ହୋଇ ପଡ଼ିଛି।
ପଙ୍କଜଲୋଚନ ମହାନ୍ତି ୧୦ମ ସଭାପତି ରୂପେ ଏବଂ ସଞ୍ଜୟ ବେହେରା ୬ଷ୍ଠ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ପ୍ରତ୍ୟେକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବେଶ୍‌ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି କରିଥିଲା। ସମସ୍ତ ପଦପଦବୀରେ ଏଥର ନୂତନ କର୍ମକର୍ତ୍ତାଙ୍କ ମୁହଁ ଦେଖିବାକୁ ମିଳିଛି। ନବନିର୍ବାଚିତ କର୍ମକର୍ତ୍ତାମାନେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆଶା କରାଯାଉଛି। ନୂତନ ଭାବେ ନିର୍ବାଚିତ ହୋଇଥିବା ସମ୍ପାଦକ ସଞ୍ଜୟଙ୍କର ସଙ୍ଗଠନ କ୍ଷେତ୍ରରେ ବେଶ୍‌ ସୁନାମ ରହିଛି। ଫାଓର ସମ୍ପାଦକ ରୂପେ କାର୍ଯ୍ୟ କରି ସେ ନିଜର କାର୍ଯ୍ୟଦକ୍ଷତାର ବେଶ୍‌ ପରିଚୟ ଦେଇଛନ୍ତି। ଫୁଟବଲ ଆସୋସିଏଶନ୍‌ ଅଫ (ଫାଓ) ଓଡ଼ିଶାକୁ ଜାତୀୟ ସ୍ତରରେ ବେଶ୍‌ ପରିଚିତ କରାଇବା ସହିତ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ପରି ଆୟୋଜନ କରି ଭୂୟସୀ ପ୍ରଶଂସା ପାଇଛନ୍ତି। ସେ ଜଣେ ଦୃଢ, ସଂକଳ୍ପବଦ୍ଧ ଏବଂ ଯୁବ ସଙ୍ଗଠକ ରୂପେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌କୁ ନୂଆ ସୋପାନରେ ପହଞ୍ଚାଇବା ଆଶା କରାଯାଇପାରେ। ଯଦିଓ ଆଗକୁ ବହୁ ଚ୍ୟାଲେଞ୍ଜ ଓ ସମସ୍ୟା ରହିଛି ସେ ତା’ର ସଫଳ ମୁକାବିଲା ନିଶ୍ଚିତ ରୂପେ କରିବେ ବୋଲି ଆଶା କରାଯାଇପାରେ।
ଅଦ୍ୟାବଧି ୨ଟି ଟେଷ୍ଟ, ୧୮ଟି ଏକଦିବସୀୟ, ୨ଟି ଟି୨୦ ଏବଂ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତାର ସହିତ ଆୟୋଜିତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ଏହି ନବନିର୍ବାଚିତ ଟିମ୍‌ଠାରୁ ବେଶ୍‌ କିଛି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ଯାହା କି ଓସିଏକୁ ଏକ ନୂତନ ପରିଚୟ ଦେବ। ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଓସିଏ ୧୯୫୮ ମସିହାରୁ ସ୍ଥାପିତ ହୋଇଥିଲେ ମଧ୍ୟ ଏହି ସର୍ବପୁରାତନ ଷ୍ଟାଡିୟମର ଯେଉଁ ସବୁ ଉନ୍ନତି ହେବା କଥା ତାହା ବିଭିନ୍ନ ସମସ୍ୟା ଯୋଗୁ ସଫଳ ହୋଇପାରି ନାହିଁ। ତଥାପି ଫ୍ଲଡଲାଇଟ ସ୍ଥାପନ, ଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ, କ୍ଲବ ହାଉସ୍‌ ଗଠନ, ନୂତନ ଏକାଡେମୀ ସ୍ଥାପନ, ଗ୍ୟାଲେରିରେ ଦର୍ଶକମାନଙ୍କ ସଂଖ୍ୟା ବୃଦ୍ଧି ଏବଂ ଷ୍ଟାଡିୟମରେ ଚତୁଃପାର୍ଶ୍ୱରେ କର୍ପୋରେଟ ବକ୍ସ ନିର୍ମାଣ, ଉନ୍ନତମାନର ପିଚ୍‌ ନିର୍ମାଣ ଏବଂ ସୁନ୍ଦର ସବୁଜ ଆଉଟ୍‌ ଫିଲ୍ଡର ପ୍ରସ୍ତୁତି ବାରବାଟୀକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି।
ଅନ୍ୟ ରାଜ୍ୟମାନଙ୍କ ପରି ଆମ ରାଜ୍ୟରୁ ମଧ୍ୟ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବା ସହିତ ତୃଣମୂଳ ସ୍ତରରୁ ପ୍ରତିଭାସମ୍ପନ୍ନ ଖେଳାଳିମାନଙ୍କୁ ଚୟନ ଏବଂ ସେମାନଙ୍କର ଟ୍ରେନିଂ ପାଇଁ ପ୍ରତ୍ୟେକ ଜିଲାରେ ଏକାଡେମୀ ଗଠନର ଆବଶ୍ୟକତା ରହିଛି। ବଛା ବଛା କ୍ଲବଗୁଡିକୁ ଚିହ୍ନଟ କରି ସେମାନଙ୍କର ସଶକ୍ତୀ କରଣ ପାଇଁ ପ୍ରଚେଷ୍ଟା ହେବା ଆବଶ୍ୟକ।
ଅନୁବନ୍ଧିତ କ୍ଲବଗୁଡିକୁ ଦିଆଯାଉଥିବା ଆର୍ଥତ୍କ ଅନୁଦାନ ଠିକ୍‌ ରୂପେ ବିନିଯୋଗ ହେଉଛି କି ନାହିଁ ତାର ସମୀକ୍ଷା ଅନୁସନ୍ଧାନ ହେବା ଆବଶ୍ୟକ। ଫନୀ ବାତ୍ୟାରେ ଶ୍ରୀହୀନ ହୋଇଥିବା ଷ୍ଟାଡିୟମ୍‌ର ଗ୍ୟାଲେରି ରୁଫ୍‌ ଏବଂ ଫ୍ଲଡଲାଇଟ୍‌ଗୁଡିକର ମରାମତି ପରି ଗୁରୁଦାୟିତ୍ୱ ରହିଛି। ବିଭିନ୍ନ ବର୍ଗର ଟୁର୍ନାମେଣ୍ଟଗୁଡିକର ଠିକ୍‌ ଆୟୋଜନ ପାଇଁ ଉପଯୁକ୍ତ ସମୟ ଚୟନ ଏପରିକି ଖେଳାଳି ଚୟନରେ ସ୍ବଚ୍ଛତା ଏକାନ୍ତ ଅପରିହାର୍ଯ୍ୟ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ ସହିତ ଉଚ୍ଚକୋଟୀର ଟର୍ଫ ଉଇକେଟ୍‌ର ପ୍ରସ୍ତୁତି ସହିତ ବାରବାଟୀକୁ ଟେଷ୍ଟମ୍ୟାଚର କିପରି ସଫଳ ପ୍ରତ୍ୟାବର୍ତ୍ତନ ଘଟିବ ସେଥିପ୍ରତି ଯନତ୍ବାନ ହେବା ଆବଶ୍ୟକ। ଉପଯୁକ୍ତ ବ୍ୟବଧାନରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ। ମହିଳା କ୍ରିକେଟକୁ ଅଧିକ ପ୍ରାଧାନ୍ୟ ଦେବା ସହିତ ଅଧିକରୁ ଅଧିକ ମହିଳା ଖେଳାଳିମାନେ କିପରି ଦେଶ ପାଇଁ ପ୍ରତିନିଧିତ୍ୱ କରିବେ ସେଥିପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ। ଅନ୍ତର୍ଜାତୀୟ ସ୍ତରର ଟେକ୍ନୋଲୋଜିର ବ୍ୟବହାର ସହିତ ବର୍ଷା ବାଧାପ୍ରାପ୍ତ ମ୍ୟାଚଗୁଡିକ କିପରି ଅଳ୍ପ ସମୟ ମଧ୍ୟରେ ଖେଳାଯାଇପାରିବ ତା’ର ବ୍ୟବସ୍ଥା ହେବା ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱର ଶ୍ରେଷ୍ଠ ଟି୨୦ ମ୍ୟାଚ ଆଇପିଏଲ୍‌ର ପୁନଃ ପ୍ରତ୍ୟାବର୍ତ୍ତନ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ମାନଙ୍କ ସହିତ ଆଲୋଚନା ଏବଂ ପ୍ରତିଭାବାନ୍‌ କ୍ରିକେଟରମାନଙ୍କୁ ଅଧିକ ଆଇପିଏଲ୍‌ ଟିମରେ ସାମିଲ କରିବା ପାଇଁ ପ୍ରୟାସ ହେବା ଆବଶ୍ୟକ। ଆଗକୁ ନିଶ୍ଚିତ ଭଲ ସମୟ ଆସୁଛି। ଓଡ଼ିଶା କ୍ରିକେଟ୍‌ ଠିକ୍‌ ବାଟରେ ପରିଚାଳିତ ହେଲେ ଅନେକ ସୁଫଳ ମିଳିବା ନିଶ୍ଚିତ ଅଟେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri