Posted inଖେଳ

ଓସିଏର ନବକଳେବର

ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ନିର୍ବାଚନରେ ଭାଗ ନେଇଥିବା ଦୁଇ ପ୍ରମୁଖ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ପଦପଦବୀକୁ ନେଇ ଚାଲିଥିବା ଅଙ୍କ କଷାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତା ଉପରେ କ୍ରିକେଟ ସମୀକ୍ଷକ, କର୍ମକର୍ତ୍ତା ଏବଂ ଖେଳାଳିମାନଙ୍କ ନଜର ରହିଥିଲା। ଆଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ବାଚନ ରହିଥିବାରୁ ରାଜ୍ୟ ଆସୋସିଏଶନ୍‌ ଗୁଡିକ ସେମାନଙ୍କର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ଯେଉଁ ରାଜ୍ୟ ଆସୋସିଏଶନ୍‌ ଗୁଡିକ ଲୋଧା କମିଟିର ସର୍ତ୍ତକୁ ମାନିନେଇ ଉପଯୁକ୍ତ ଗାଇଡ୍‌ଲାଇନ୍‌ ମାଧ୍ୟମରେ ନିର୍ବାଚନ କରିଥିଲେ ସେମାନଙ୍କୁ ବିସିସିଆଇ ସେମାନଙ୍କର ଧାର୍ଯ୍ୟ ଅର୍ଥ ପ୍ରଦାନ କରିଆସୁଥିଲା। ଲୋଧା କମିଟିର ନିୟମାବଳୀରେ ଅନେକ ତ୍ରୁଟି ଥିବା ଦର୍ଶାଇ କେତେଗୁଡିଏ ରାଜ୍ୟ ଏହି ସର୍ତ୍ତାବଳୀକୁ ମାନି ନ ଥିଲେ ଏବଂ ସୁପ୍ରିମକୋର୍ଟରେ ପୁନର୍ବାର ସେମାନଙ୍କ ରିଭ୍ୟୁ ପିଟିଶନ ଦାଖଲ କରିଥିଲେ, ଯାହାକି ସେମାନଙ୍କୁ ବହୁ ସମସ୍ୟା ମଧ୍ୟକୁ ଠେଲି ଦେଇଥିଲା। ସେମାନଙ୍କ ମଧ୍ୟରେ ଓସିଏ ମଧ୍ୟ ରହିଥିଲା। ୨୦୧୬ ମସିହାଠାରୁ ବିସିସିଆଇଠାରୁ କୌଣସି ଆର୍ଥିକ ସହାୟତା ପାଇ ନ ଥିବା ଓସିଏ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ବେଳେ ଉନ୍ନୟନ କାର୍ଯ୍ୟକ୍ରମ ଷ୍ଟାଡିୟମର ରକ୍ଷଣାବେକ୍ଷଣ, ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଆୟୋଜନ ସମ୍ଭବ ହୋଇପାରୁ ନ ଥିଲା। ବିସିସିଆଇ ପ୍ରଦାନ କରୁଥିବା ନାମକୁ ମାତ୍ର ଅର୍ଥ ସମୁଦ୍ରକୁ ଶଙ୍ଖେ ସଦୃଶ ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀର୍ଘ ୩ବର୍ଷ ଧରି ଖେଳାଳି ଚୟନ ପ୍ରକ୍ରିୟା ବେଶ୍‌ ପ୍ରଭାବିତ ହୋଇଥିଲା। ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଠିକ୍‌ ରୂପେ ଆୟୋଜିତ ନ ହେବା, କ୍ରିକେଟ୍‌ ଏକାଡେମୀର ସଫଳ ପରିଚାଳନାରେ ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ରହିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ ଟିମ୍‌ର ଭାରତ ଗସ୍ତ ସମୟରେ କଟକରେ ଡିସେମ୍ବର ୨୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୩ୟ ଏକଦିବସୀୟ ମ୍ୟାଚର ସଫଳ ପରିଚାଳନା ନେଇ ଯେଉଁ ସମସ୍ୟା ଥିଲା ତାହା ଦୂର ହୋଇଛି। ଓଡ଼ିଶାର ଗର୍ବ ଓ ଗୌରବ ବାରବାଟୀ, ଗତ କିଛିବର୍ଷ ଧରି ଅନୁଦାନ ଅଭାବରୁ ଶ୍ରୀହୀନ ହୋଇ ପଡିଥିବା ବେଳେ ନୂତନ କର୍ମକର୍ତ୍ତାମାନେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକ ହୋଇ ପଡ଼ିଛି।
ପଙ୍କଜଲୋଚନ ମହାନ୍ତି ୧୦ମ ସଭାପତି ରୂପେ ଏବଂ ସଞ୍ଜୟ ବେହେରା ୬ଷ୍ଠ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ପ୍ରତ୍ୟେକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବେଶ୍‌ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି କରିଥିଲା। ସମସ୍ତ ପଦପଦବୀରେ ଏଥର ନୂତନ କର୍ମକର୍ତ୍ତାଙ୍କ ମୁହଁ ଦେଖିବାକୁ ମିଳିଛି। ନବନିର୍ବାଚିତ କର୍ମକର୍ତ୍ତାମାନେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆଶା କରାଯାଉଛି। ନୂତନ ଭାବେ ନିର୍ବାଚିତ ହୋଇଥିବା ସମ୍ପାଦକ ସଞ୍ଜୟଙ୍କର ସଙ୍ଗଠନ କ୍ଷେତ୍ରରେ ବେଶ୍‌ ସୁନାମ ରହିଛି। ଫାଓର ସମ୍ପାଦକ ରୂପେ କାର୍ଯ୍ୟ କରି ସେ ନିଜର କାର୍ଯ୍ୟଦକ୍ଷତାର ବେଶ୍‌ ପରିଚୟ ଦେଇଛନ୍ତି। ଫୁଟବଲ ଆସୋସିଏଶନ୍‌ ଅଫ (ଫାଓ) ଓଡ଼ିଶାକୁ ଜାତୀୟ ସ୍ତରରେ ବେଶ୍‌ ପରିଚିତ କରାଇବା ସହିତ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ପରି ଆୟୋଜନ କରି ଭୂୟସୀ ପ୍ରଶଂସା ପାଇଛନ୍ତି। ସେ ଜଣେ ଦୃଢ, ସଂକଳ୍ପବଦ୍ଧ ଏବଂ ଯୁବ ସଙ୍ଗଠକ ରୂପେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌କୁ ନୂଆ ସୋପାନରେ ପହଞ୍ଚାଇବା ଆଶା କରାଯାଇପାରେ। ଯଦିଓ ଆଗକୁ ବହୁ ଚ୍ୟାଲେଞ୍ଜ ଓ ସମସ୍ୟା ରହିଛି ସେ ତା’ର ସଫଳ ମୁକାବିଲା ନିଶ୍ଚିତ ରୂପେ କରିବେ ବୋଲି ଆଶା କରାଯାଇପାରେ।
ଅଦ୍ୟାବଧି ୨ଟି ଟେଷ୍ଟ, ୧୮ଟି ଏକଦିବସୀୟ, ୨ଟି ଟି୨୦ ଏବଂ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତାର ସହିତ ଆୟୋଜିତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ଏହି ନବନିର୍ବାଚିତ ଟିମ୍‌ଠାରୁ ବେଶ୍‌ କିଛି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ଯାହା କି ଓସିଏକୁ ଏକ ନୂତନ ପରିଚୟ ଦେବ। ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଓସିଏ ୧୯୫୮ ମସିହାରୁ ସ୍ଥାପିତ ହୋଇଥିଲେ ମଧ୍ୟ ଏହି ସର୍ବପୁରାତନ ଷ୍ଟାଡିୟମର ଯେଉଁ ସବୁ ଉନ୍ନତି ହେବା କଥା ତାହା ବିଭିନ୍ନ ସମସ୍ୟା ଯୋଗୁ ସଫଳ ହୋଇପାରି ନାହିଁ। ତଥାପି ଫ୍ଲଡଲାଇଟ ସ୍ଥାପନ, ଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ, କ୍ଲବ ହାଉସ୍‌ ଗଠନ, ନୂତନ ଏକାଡେମୀ ସ୍ଥାପନ, ଗ୍ୟାଲେରିରେ ଦର୍ଶକମାନଙ୍କ ସଂଖ୍ୟା ବୃଦ୍ଧି ଏବଂ ଷ୍ଟାଡିୟମରେ ଚତୁଃପାର୍ଶ୍ୱରେ କର୍ପୋରେଟ ବକ୍ସ ନିର୍ମାଣ, ଉନ୍ନତମାନର ପିଚ୍‌ ନିର୍ମାଣ ଏବଂ ସୁନ୍ଦର ସବୁଜ ଆଉଟ୍‌ ଫିଲ୍ଡର ପ୍ରସ୍ତୁତି ବାରବାଟୀକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି।
ଅନ୍ୟ ରାଜ୍ୟମାନଙ୍କ ପରି ଆମ ରାଜ୍ୟରୁ ମଧ୍ୟ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବା ସହିତ ତୃଣମୂଳ ସ୍ତରରୁ ପ୍ରତିଭାସମ୍ପନ୍ନ ଖେଳାଳିମାନଙ୍କୁ ଚୟନ ଏବଂ ସେମାନଙ୍କର ଟ୍ରେନିଂ ପାଇଁ ପ୍ରତ୍ୟେକ ଜିଲାରେ ଏକାଡେମୀ ଗଠନର ଆବଶ୍ୟକତା ରହିଛି। ବଛା ବଛା କ୍ଲବଗୁଡିକୁ ଚିହ୍ନଟ କରି ସେମାନଙ୍କର ସଶକ୍ତୀ କରଣ ପାଇଁ ପ୍ରଚେଷ୍ଟା ହେବା ଆବଶ୍ୟକ।
ଅନୁବନ୍ଧିତ କ୍ଲବଗୁଡିକୁ ଦିଆଯାଉଥିବା ଆର୍ଥତ୍କ ଅନୁଦାନ ଠିକ୍‌ ରୂପେ ବିନିଯୋଗ ହେଉଛି କି ନାହିଁ ତାର ସମୀକ୍ଷା ଅନୁସନ୍ଧାନ ହେବା ଆବଶ୍ୟକ। ଫନୀ ବାତ୍ୟାରେ ଶ୍ରୀହୀନ ହୋଇଥିବା ଷ୍ଟାଡିୟମ୍‌ର ଗ୍ୟାଲେରି ରୁଫ୍‌ ଏବଂ ଫ୍ଲଡଲାଇଟ୍‌ଗୁଡିକର ମରାମତି ପରି ଗୁରୁଦାୟିତ୍ୱ ରହିଛି। ବିଭିନ୍ନ ବର୍ଗର ଟୁର୍ନାମେଣ୍ଟଗୁଡିକର ଠିକ୍‌ ଆୟୋଜନ ପାଇଁ ଉପଯୁକ୍ତ ସମୟ ଚୟନ ଏପରିକି ଖେଳାଳି ଚୟନରେ ସ୍ବଚ୍ଛତା ଏକାନ୍ତ ଅପରିହାର୍ଯ୍ୟ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ ସହିତ ଉଚ୍ଚକୋଟୀର ଟର୍ଫ ଉଇକେଟ୍‌ର ପ୍ରସ୍ତୁତି ସହିତ ବାରବାଟୀକୁ ଟେଷ୍ଟମ୍ୟାଚର କିପରି ସଫଳ ପ୍ରତ୍ୟାବର୍ତ୍ତନ ଘଟିବ ସେଥିପ୍ରତି ଯନତ୍ବାନ ହେବା ଆବଶ୍ୟକ। ଉପଯୁକ୍ତ ବ୍ୟବଧାନରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ। ମହିଳା କ୍ରିକେଟକୁ ଅଧିକ ପ୍ରାଧାନ୍ୟ ଦେବା ସହିତ ଅଧିକରୁ ଅଧିକ ମହିଳା ଖେଳାଳିମାନେ କିପରି ଦେଶ ପାଇଁ ପ୍ରତିନିଧିତ୍ୱ କରିବେ ସେଥିପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ। ଅନ୍ତର୍ଜାତୀୟ ସ୍ତରର ଟେକ୍ନୋଲୋଜିର ବ୍ୟବହାର ସହିତ ବର୍ଷା ବାଧାପ୍ରାପ୍ତ ମ୍ୟାଚଗୁଡିକ କିପରି ଅଳ୍ପ ସମୟ ମଧ୍ୟରେ ଖେଳାଯାଇପାରିବ ତା’ର ବ୍ୟବସ୍ଥା ହେବା ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱର ଶ୍ରେଷ୍ଠ ଟି୨୦ ମ୍ୟାଚ ଆଇପିଏଲ୍‌ର ପୁନଃ ପ୍ରତ୍ୟାବର୍ତ୍ତନ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ମାନଙ୍କ ସହିତ ଆଲୋଚନା ଏବଂ ପ୍ରତିଭାବାନ୍‌ କ୍ରିକେଟରମାନଙ୍କୁ ଅଧିକ ଆଇପିଏଲ୍‌ ଟିମରେ ସାମିଲ କରିବା ପାଇଁ ପ୍ରୟାସ ହେବା ଆବଶ୍ୟକ। ଆଗକୁ ନିଶ୍ଚିତ ଭଲ ସମୟ ଆସୁଛି। ଓଡ଼ିଶା କ୍ରିକେଟ୍‌ ଠିକ୍‌ ବାଟରେ ପରିଚାଳିତ ହେଲେ ଅନେକ ସୁଫଳ ମିଳିବା ନିଶ୍ଚିତ ଅଟେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri