ଓଳିଏ ଖାଇଲେ ଓଳିଏ ଉପାସ

ନୀଳଗିରି, ୧୩।୩(ଡି.ଏନ.ଏ.)-ସର୍ବହରା ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ହେଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି। ନୀଳଗିରି ଏନଏସିର କେ.ସି. ହାଇସ୍କୁଲ ପଡ଼ିଆ ସଂଲଗ୍ନ ଖୋଲା ପେଣ୍ଡାଲରେ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତି ଏହାର ଉଦାହରଣ। ଉଭୟେ ଗୁରୁଣ୍ଡି ଗୁରୁଣ୍ଡି ଭିକ୍ଷାବୃତ୍ତି କରି ଯାହା ମିଳୁଛି ସେଥିରେ ଓଳିଏ ଖାଇଲେ ଅନ୍ୟ ବେଳାକୁ ନିଅଣ୍ଟ। ଭୋକ ଉପାସରେ ସେମାନଙ୍କ ଜୀବନ ବିତୁଛି। ଏମାନଙ୍କୁ ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା, ନା ମିଳିଛି ରାଶନକାର୍ଡ଼। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ନାହିଁ। ଏହି ଦମ୍ପତି ହେଲେ ସୁବାସ ଜେନା (୭୫) ଓ ତାଙ୍କ ସ୍ତ୍ରୀ ମମତା।
ବାଲେଶ୍ୱର ନୂଆବଜାରରେ ସୁବାସଙ୍କ ଜନ୍ମ। ଛୋଟ ବେଳୁ ସେ ମା’ଙ୍କୁ ହରାଇଥିଲେ। ୧୨ବର୍ଷ ବୟସ ହେବା ବେଳକୁ ସେ ବାପଛେଉଣ୍ଡ ହୋଇଗଲେ। ନାବାଳକ ଅବସ୍ଥାରେ ଖନ୍ତାପଡ଼ା ବଜାରରେ ଜଣଙ୍କ ଘରେ ରହି କାମ କରି ପେଟ ପୋଷୁଥିଲେ। ପରେ ରେମୁଣା ବ୍ଲକ ଅଧୀନ ବରୁଣସିଂ ପଞ୍ଚାୟତ ରାଜସ୍ବ ଗାଁରେ ଥିବା ଏକ ଗୋଚର ଜମିରେ କଚାଘର ତିଆରି କରି ସେ ରହିଆସୁଥିଲେ। ପ୍ରଥମ ପନତ୍ୀ ଦୁଇ ଝିଅଙ୍କୁ ଜନ୍ମ ଦେଇ ମୃତ୍ୟୁବରଣ କରିବା ପରେ ମମତାଙ୍କୁ ସୁବାସ ଦ୍ୱିତୀୟ ବିବାହ କରିଥିଲେ। ଦୁଇ ଝିଅଙ୍କୁ ମଧ୍ୟ ବିବାହ କରିଦେଇଥିଲେ। ବରୁଣସିଂ ପଞ୍ଚାୟତରେ ଥିବାବେଳେ ତାଙ୍କୁ ରାଶନ କାର୍ଡ଼ ମିଳିଥିଲା। ସେହି କାର୍ଡ଼ରେ ସେ ୫ କିଲୋ ଚାଉଳ ପାଉଥିଲେ। ପରଘରେ ସେ କାମ କରି ଚଳି ଯାଉଥିଲେ। କିଛି ଦିନ ଚାଉଳ ପାଇବା ପରେ ରାଶନ କାର୍ଡ଼ରେ ଆଉ ଚାଉଳ ମିଳି ନ ଥିଲା। ସରକାରୀ ଯୋଜନାରେ ସହାୟତା ପାଇବା ପାଇଁ ସେ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନଙ୍କ ନିକଟରେ ଗୁହାରି କରି ମଧ୍ୟ କିଛି ସୁଫଳ ପାଇ ନ ଥିଲେ। ଗତ ୩ବର୍ଷ ତଳେ ସୁବାସ ବାଲେଶ୍ୱର ସହରକୁ ରାବଣ ପୋଡ଼ି ଦେଖିବାକୁ ଯାଇଥିଲେ। ଦୁର୍ଘଟଣାରେ ବାମ ଗୋଡ଼ ଭାଙ୍ଗିଯିବାରୁ ଆଉ କାମ ଧନ୍ଦା କରି ପାରି ନ ଥିଲେ। ଗୋଚର ଜମିରେ ଘର କରିଥିବାରୁ ବରୁଣସିଂ ଗାଁ ଲୋକ ସେଠାରେ ରହିବାକୁ ଦେଇ ନ ଥିଲେ। ବାସହରା ହୋଇ ସୁବାସ ବାଲେଶ୍ୱର ରେଲୱେ ଷ୍ଟେଶନରେ ଯାଇ ଆଶ୍ରୟ ନେଇ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ସେଠାରେ ୨ରୁ ୩ବର୍ଷ ରହିବା ପରେ ଜିଆରପି ପୋଲିସ ରହିବାକୁ ନ ଦେବାରୁ ନୀଳଗିରି ରୋଡ଼ ରେଲୱେ ଷ୍ଟେଶନରେ ଆସି ଆଶ୍ରୟ ନେଇଥିଲେ। ୬ମାସ ପରେ ପୁନଃ ରେଲୱେ କର୍ମଚାରୀ ଅନୁରୂପ ଭାବେ କରିବାରୁ ଶେରଗଡ଼ ବଜାର ଦୋକାନୀଙ୍କ ଗୁମୁଟି ତଳେ ସେ ଭୋକ ଉପାସରେ ରାତି ବିତାଉଥିଲେ। ୬ମାସ ହେବ ନୀଳଗିରି ସହରରେ ରହି ଆସୁଛନ୍ତି। ଚାଲି ପାରୁ ନ ଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଭିକ୍ଷାବୃତ୍ତି କରୁଛନ୍ତି। ଖରା, ବର୍ଷା, ଶୀତ କାକରରେ ସେ ପଡି ରହିଛନ୍ତି। କିଛି ଦିନ ହେବ ସ୍ତ୍ରୀ ମମତା ରୋଗରେ ପୀଡ଼ିତ ଥିଲେ ମଧ୍ୟ ଚିକିତ୍ସା କରାଯାଇପାରୁନାହିଁ। ଏ ସମ୍ପର୍କରେ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ଆମ ଅଫିସ ତରଫରୁ ସେମିତି ବ୍ୟବସ୍ଥା ନାହିଁ। ହେଲେ ବୃଦ୍ଧାଶ୍ରମରେ ରହିବା ନିମନ୍ତେ ପ୍ରୟାସ କରିବୁ ବୋଲି କହିଥିଲେ। ଉପଜିଲାପାଳ ହରିଚନ୍ଦ୍ର ଜେନାଙ୍କୁ ପଚାରିବାରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri