ଓଲଟି ପଡ଼ିଲା ପ୍ରବାସୀ ଶ୍ରମିକଙ୍କ ବସ୍‌: ୪ ଗୁରୁତର

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ୫୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଗେଟ୍‌ ନିକଟରେ କେରଳରୁ ପଶ୍ଚିମବଙ୍ଗକୁ ୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ବେଳେ ଏକ ବସ୍‌ ଗୁରୁବାର ପୂର୍ବାହ୍ନରେ ଓଲଟି ପଡ଼ିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ୪୬ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି।