ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ରଜାବସା ନିକଟରେ ଏନଏଚ-୨୦ରେ ଏକ ଯାତ୍ରୀବାହୀ ବସ୍‌(ନମ୍ବର-ଓଆର୦୫ଏଏନ/୬୨୩୦) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଫଳରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରଥିଲେ। ଗୁରୁତର ୪ ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ଅନ୍ୟମାନଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବଡ଼ବିଲରୁ ଭୁବନେଶ୍ୱର ଯାଉଥିବା ସଂସ୍କାର ନାମକ ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ବୁଧବାର ରାତି ୧୧ରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା।