ଓଲଟିଲା ବସ୍‌, ୪୦ ଯାତ୍ରୀ ଆହତ

ବଡ଼ସାହି,୨୭।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ମାଣତ୍ରୀରୁ ବାରିପଦା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆରପଟ୍ଟା ନିକଟରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତାପାର୍ଶକୁ ଓଲଟି ପଡ଼ିଛି । ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର ଏମ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କୁ ନେବାରେ ଆମ୍ବୁଲାନ୍ସ ଠିକଣା ସମୟରେ ନ ଥିବାରୁ ବଡ଼ସାହି ବିଧାୟକ ସନାତନ ବିଜୁଳି ନିଜ ଗାଡ଼ିରେ ଆହତମାନଙ୍କୁ ବାରିପଦା ଡାକ୍ତରଖାନାକୁ ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ।