Categories: ଜାତୀୟ

ଓଲଟିଲା ଡଙ୍ଗା: ଜୀବନ ସହ ବାଜି ଲଗାଇ ୮୮ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ୨ ପୋଲିସ କର୍ମଚାରୀ

ମୁମ୍ବାଇ,୧୪।୩ : କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ମୁମ୍ବାଇରେ ଘଟିଛି। ୮୮ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ତେବେ ୨ ଜଣ ପୋଲିସ କର୍ମଚାରୀ ପ୍ରଶାନ୍ତ ଧରତ ଏବଂ ସଦ୍‌ଗୁରୁ ନିଜ କଥା ଚିନ୍ତା ନ କରି ଜୀବନ ସହ ବାଜି ଲଗାଇ ପାଣିକୁ ଡେଇଁ ପଡ଼ିଥିଲେ। ଗୋଟି ଗୋଟି କରି ୮୮ ଜଣ ପର୍ଯ୍ୟଟକଙ୍କୁ ସେମାନେ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ପର୍ଯ୍ୟଟକମାନେ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆଠାରୁ ମଣ୍ଡାଓ୍ବାକୁ ଅଜନ୍ତା ନାମକ ଡଙ୍ଗାରେ ଯାତ୍ରା କରୁଥିଲେ। ତେବେ ନିୟନ୍ତ୍ରଣ ହରାଇ ଏହା ବୁଡ଼ି ଯାଇଥିବା ରାୟଗଡ଼ ଏସ୍‌ପି ଅନୀଲ ପରସ୍କର ସୂଚନା ଦେଇଛନ୍ତି। ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିବା ପୋଲିସ କର୍ମଚାରୀ ଏବେ ସୋସିଆଲ୍‌ ମିଡ଼ିଆରେ ହିରୋ ପାଲଟି ଯାଇଛନ୍ତି।

Share