ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଚାଳକ ମୃତ

ଜୁନାଗଡ,୧୫।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାନ୍ଦୁଲବନ୍ଦ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ସାମାନକୁ ଆସିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଚାଳକ ଜଣକ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଗୌଡଛେଣ୍ଡିଆ ଗଁାର ମୁରଲୀ ଲହଜଲ(୨୫)।

ମିଳିଥିବା ସୂଚନା ଅନୁଯାୟୀ, ମୁରଲୀ କାନ୍ଦୁଲବନ୍ଦ ଗ୍ରାମର ଲାଲୁ ପଟ୍ଟଯୋଷୀଙ୍କ ଘରେ ଟ୍ରାକ୍ଟର ଚାଳକ ଭାବେ ନିୟୋଜିତ ଥିଲେ। ସୋମବାର ସେ ଅମଳ ଧାନ ଟ୍ରାକ୍ଟରରେ ଆଣୁଥିବା ବେଳେ ବାଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା। ଫଳରେ ମୁରଲି ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।