ଓଲଟିଲା ଆଳୁ ବୋଝେଇ ଟ୍ରକ୍‌

ପାଟଣା, ୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ୍‌ ବୁଧବାର ଭୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ୍‌ ଚାଳକ ଓ ଖଲାସି ଆହତ ହୋଇଛନ୍ତି। ଉକ୍ତ ଗାଡ଼ିଟି କୋଲ୍‌କାତାରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଭାରସାମ୍ୟ ହରାଇ ହାତୀବାରି ନିକଟରେ ଓଲଟି ପଡ଼ିଥିଲା।