ଓରିଏଣ୍ଟାଲ ବ୍ୟାଙ୍କ ଦୁର୍ନୀତିରେ ସାମିଲ ଥିଲେ ନୀରବ ମୋଦି-ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୭-୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଦୁର୍ନୀତିରେ ସାମିଲ ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି)ରୁ ବଡ଼ ଧରଣର ଋଣ ଠକେଇ କରିଛନ୍ତି ବୋଲି ବ୍ୟାଙ୍କ ପକ୍ଷରୁ ବିଳମ୍ବରେ ସ୍ବୀକାର କରାଯାଇଛି। ନୀରବ ଓ ମେହୁଲ ଏବଂ ତାଙ୍କ କମ୍ପାନୀ ୨୮୯ କୋଟି ଟଙ୍କାର ଋଣ ନେଇ ଆଉ ପରିଶୋଧ କରିନାହାନ୍ତି ବୋଲି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ (ଓବିସି) ଶୁକ୍ରବାର ପ୍ରକାଶ କରିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ ୬୦.୪୧ କୋଟି ଟଙ୍କାର ଋଣ ନେଇ ଆଉ ଫେରସ୍ତ କରିନାହିଁ। ସେହିପରି ମୋଦିଙ୍କ ଆଉ ଏକ କମ୍ପାନୀ ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ ୩୨.୨୫ କୋଟି ଟଙ୍କାର ଋଣ ନେଇଥିଲା। ଅନୁରୂପ ଭାବେ ମେହୁଲ ଚୋକ୍‌ସିଙ୍କ କମ୍ପାନୀ ଗୀତାଞ୍ଜଳି ଜେମ୍ସ ଲିମିଟେଡ ଓବିସିରୁ ୧୩୬.୪୫ କୋଟି ଟଙ୍କା ଋଣ ନେଇ ଆଉ ଫେରସ୍ତ କରିନାହିଁ। ଏଥିସହିତ ଚୋକ୍‌ସିଙ୍କ ଆଉ ଏକ କମ୍ପାନୀ ନକ୍ଷତ୍ର ଓା୍ବଲର୍‌ଡ ଲିମିଟେଡ ମଧ୍ୟ ଓବିସିରୁ ୫୯.୫୩ କୋଟି ଟଙ୍କାର ଋଣ ନେଇଥିଲା। ଗତବର୍ଷ ଫେବୃୟାରୀରେ ପିଏନ୍‌ବି ମହାଦୁର୍ନୀତି ଧରାପଡିବା ପରେ ସେହିବର୍ଷ ମାର୍ଚ୍ଚ ୨୧ରେ ଓବିସି ଉକ୍ତ ଆକାଉଣ୍ଟଗୁଡ଼ିକୁ ଅନାଦାୟ ଋଣ(ଏନ୍‌ପିଏ) ଭାବେ ଘୋଷଣା କରିଥିଲା। ମେହୁଲ ଚୋକ୍‌ସି ଓ ତାଙ୍କ ପରିବାର ଏସ୍‌ବିଆଇରୁ ୪୦୫ କୋଟି ଟଙ୍କା ଋଣ ନେଇଥିବା ସାମ୍ନାକୁ ଆସିଥିଲା। ଉଲ୍ଲେଖଥାଉ କି, ବ୍ରିଟେନ ଜେଲ୍‌ରେ ନୀରବ ମୋଦି ବନ୍ଦି ଥିବା ବେଳେ ମେହୁଲ ଚୋକ୍‌ସି ଏବେ ଆଣ୍ଟିଗୁଆରେ ବସବାସ କରୁଛନ୍ତି। ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଯଥାସାଧ୍ୟ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri