ଆର୍‌ବିଆଇ ନିର୍ଦ୍ଦେଶ ସତ୍ତ୍ୱେ ଶସ୍ତା ହେବ ନାହିଁ ଋଣ

ନୂଆଦିଲ୍ଲୀ,୭-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ରେପୋ ରେଟ ଭଳି ବାହ୍ୟ ବେଞ୍ଚ ମାର୍କ ରେଟ୍‌ ସହ ସମସ୍ତ ପ୍ରକାର ରିଟେଲ ଋଣକୁ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ରିଟେଲ ଋଣ ସୁଧ ହାର ଶସ୍ତା ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନାଦାୟ ଋଣ(ଏନ୍‌ପିଏ) ବୋଝ ତଳେ ଦବି ରହିଥିବା ବ୍ୟାଙ୍କଗୁଡ଼ିକ ବେଞ୍ଚମାର୍କ ରେଟ୍‌ ଉପରେ ଅଧିକ ସ୍ପ୍ରେଡ୍‌ ଦର୍ଶାଇ ନିଜ ଲାଭକୁ ବଞ୍ଚାଇବାକୁ ଚେଷ୍ଟା କରିବା ଯୋଗୁ ଏହା ଋଣ ସୁଧ ହାର ଶସ୍ତା ହେବ ନାହିଁ ବୋଲି କୁହାଯାଉଛି।
ବ୍ୟାଙ୍କ ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ କହିଛନ୍ତି ଯେ, ଆର୍‌ବିଆଇର ସଦ୍ୟତମ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକର ନେଟ୍‌ ଇଣ୍ଟ୍ରେଷ୍ଟ ମାର୍ଜିନ ବା ସୁଧ ବାବଦ ଲାଭ ଚାପଗ୍ରସ୍ତ ହୋଇପାରେ। ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ସ୍ଥିର କଲା ବେଳେ ବର୍ତ୍ତମାନର ଫର୍ମୁଲା ଛାଡ଼ି ମାର୍କେଟ ଆଧାରିତ ବେଞ୍ଚମାର୍କ ଫର୍ମୁଲା ଆପଣାଇବାକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି।
ସ୍ବଳ୍ପ ଅବଧିରେ ବଢ଼ିପାରେ ସୁଧ ହାର
କେତେକ ବ୍ୟାଙ୍କ ମୁଖ୍ୟ ଏବଂ ବିଶ୍ଲେଷକଙ୍କ କହିବାନୁଯାୟୀ ସ୍ବଳ୍ପ ଅବଧିରେ ସୁଧ ହାର ବଢ଼ିପାରେ ଅଥବା ବର୍ତ୍ତମାନର ସ୍ତରରେ ରହିପାରେ। କାରଣ ବ୍ୟାଙ୍କଗୁଡ଼ିକର ପାଣ୍ଠି ଯୋଗାଡ କରିବାର ଖର୍ଚ୍ଚ ଜମା ସୁଧ ହାର ସହ ଯୋଡି ହୋଇ ରହିଛି। ଏହା କୌଣସି ବେଞ୍ଚମାର୍କ ସୁଧ ହାର ସହ ଯୋଡି ହୋଇନାହିଁ।
ଲାଭ ସହ ହୋଇପାରେ ସାଲିସ
ବ୍ୟାଙ୍କ ନିଜର ଜମା ଖର୍ଚ୍ଚକୁ ଉଠାଇବାକୁ ଯାଇ ଅଧିକ ବିପଦପୂର୍ଣ୍ଣ ପ୍ରିମିୟମ ଚାର୍ଜ କରିବା ଆରମ୍ଭ କରିପାରେ। ଜମା ହାରରେ ପରିବର୍ତ୍ତନ ରେପୋ ରେଟ୍‌ ଅଥବା ଟ୍ରେଜେରୀ ବିଲ୍‌ ଭଳି କୌଣସି ବାହ୍ୟ ବେଞ୍ଚମାର୍କ ମୁତାବକ ହୋଇପାରିବ ନାହିଁ। ଯାହା ସମ୍ପର୍କରେ ଆର୍‌ବିଆଇ ପ୍ରସ୍ତାବ ଦେଇଛି। ଯଦି ବ୍ୟାଙ୍କ ଜମା ସୁଧ ହାର ନ ବଢ଼ାଇବେ ତେବେ ସେମାନଙ୍କୁ ଲାଭ ସହ ସାଲିସ୍‌ କରିବାକୁ ହେବ।
ଇଏମ୍‌ଆଇରେ ଅସ୍ଥିରତା
ଏସ୍‌ବିଆଇ ସିଏଫ୍‌ଓ ପ୍ରଶାନ୍ତ କୁମାର କହିଛନ୍ତି ଯେ, ସମସ୍ତ ନୂଆ ରିଟେଲ ଋଣକୁ ବାହ୍ୟ ବେଞ୍ଚମାର୍କ ସହ ଯୋଡିବା ଦ୍ୱାରା ଗ୍ରାହକଙ୍କ ଲାଗି ଇଏମ୍‌ଆଇରେ ଅସ୍ଥିରତା ଲାଗି ରହିବ। କାରଣ ସୁଧ ହାର ପ୍ରତି ୩ ମାସରେ ପୁନର୍ଗଠିତ ହେବ। ରିଟେଲ ଋଣଗ୍ରହିତା ଇଏମ୍‌ଆଇରେ ସ୍ଥିରତା ପାଇବେ ନାହିଁ। ଏହା ଗାଏବ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri