ଓରାଲ ଆଣ୍ଟିବାୟୋଟିକ ଓ ପାର୍କିନସନସ

କେତେକ ଓରାଲ ଆଣ୍ଟିବାୟୋଟିକ ଦୀର୍ଘ ବର୍ଷ ଧରି ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଓ୍ବାଶିଂଟନ୍‌ ୟୁନିଭର୍ସିଟିର ସ୍ନାୟୂୁଶଲ୍ୟ ବିଶେଷଜ୍ଞମାନେ ଏପରି ସତର୍କ ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଓରାଲ ଆଣ୍ଟିବାୟୋଟିକ ଖାଇବା ଦ୍ୱାରା ଆମ ଶରୀର ଉପରେ ତାହାର କି ପ୍ରକାର ଖରାପ ପ୍ରଭାବ ପଡୁଛି ସେ ସମ୍ପର୍କରେ ସେମାନେ ଏକ ଗବେଷଣା କରିଥିଲେ। ଏହି ସମୟରେ ସେମାନେ ଏପରି କେତୋଟି ଓରାଲ ଆଣ୍ଟିବାୟୋଟିକର ସନ୍ଧାନ ପାଇଥିଲେ ଯାହାକୁ ଦୀର୍ଘ ବର୍ଷ ଧରି ଖାଇଲେ ସ୍ନାୟୁଗୁଡିକ ଦୁର୍ବଳ ହେବା ସହ ପାର୍କିନସନ ରୋଗଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ କୌଣସି ଓରାଲ ଆଣ୍ଟିବାୟୋଟିକ ଖାଇବା ସମୟରେ ନିୟମିତ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।