Categories: ଜାତୀୟ

ଓମାର, ମେହବୁବାଙ୍କ ବିରୋଧରେ ପିଏସ୍‌ଏ

ଶ୍ରୀନଗର,୭-୨:ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ ଗୁରୁବାର ପିଏସ୍‌ଏ (ସାଧାରଣ ନିରାପତ୍ତା ଆଇନ)ରେ ମାମଲା ରୁଜୁ କରିଛି। ମୁଫ୍‌ତି ଅଟକ ରହିଥିବା ବଙ୍ଗଳାକୁ ମାଜିଷ୍ଟ୍ରେଟ୍‌ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଅଲି ମହମ୍ମଦ ସାଗର ଏବଂ ପିଡିପିର ବରିଷ୍ଠ ନେତା ସର୍ତାଜ ମଦାନିଙ୍କୁ ମଧ୍ୟ ପିଏସ୍‌ଏରେ ବୁକ୍‌ କରାଯାଇଛି।

Share