ଓପିଜିସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

 

ଲଖନପୁର,୧୪ା୯(ଡି.ଏନ୍‌.ଏ.):
ଓପିଜିସିର ଇବ୍‌ଥର୍ମାଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ବନହରପାଲି ଗ୍ରାମବାସୀ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ କମ୍ପାନୀ କର୍ର୍ତ୍ତୃୃପକ୍ଷ ସମସ୍ୟାର ସମାଧାନ ପାଇଁ ଖାଲି ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଫଳରେ କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କ ଉପରେ ଗ୍ରାମବାସୀଙ୍କ ଏକପ୍ରକାର ଭରସା ତୁଟି ଯାଉଛି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସୂଚନାନୁସାରେ ଶୁକ୍ରବାର ବହୁବିଧ ସମସ୍ୟାର ସମାଧାନ ଦାବିରେ ଗ୍ରାମର ଶତାଧିକ ମହିଳା ୬ କି.ମି. ରାସ୍ତା ଚାଲିଚାଲି ଇବ୍‌ଥର୍ମାଲ ରିସର୍ଚ୍ଚ ସେଣ୍ଟରରେ ପହଞ୍ଚତ୍ ଥିଲେ। ଏ ସମ୍ପର୍କରେ କାର୍ଯ୍ୟରତ ସୁରକ୍ଷାକର୍ମୀ କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କୁ ଅବଗତ କରାଇଥିଲେ। ଘଟଣା ସ୍ଥଳରେ କମ୍ପାନୀର ଜଣେ ଅଧିକାରୀ ପହଞ୍ଚତ୍ ମହିଳାମାନଙ୍କୁ ମୁଖ୍ୟ ଫାଟକରେ ଥିବା ସିଏସ୍‌ଆର୍‌ ଅଭିଯୋଗ ଶୁଣାଣି କାର୍ଯ୍ୟାଳୟକୁ ଯିବାପାଇଁ କହିଥିଲେ। ହେଲେ ମହିଳାମାନେ ଅଧିକାରୀଙ୍କ କଥାରେ ରାଜି ନ ହୋଇ ସିଏସ୍‌ଆର୍‌ ଅଧିକାରୀଙ୍କୁ ଡାକିବାପାଇଁ କହିଥିଲେ। ହେଲେ ସିଏସ୍‌ଆର୍‌ ଅଧିକାରୀ ଘଟଣା ସ୍ଥଳରେ ନ ପହଞ୍ଚତ୍ବାରୁ ମହିଳାମାନେ ବାଧ୍ୟ ହୋଇ ରିସର୍ଚ୍ଚ ସେଣ୍ଟର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ଯାନବାହନ ଚଳାଚଳରେ ବାଧାସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ପାତ୍ର ଧାରଣା ସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଅଧିକାରୀ ଜଣକ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କମ୍ପାନୀ ତରଫରୁ ଏକ ୪ଜଣିଆ ପ୍ରତିନିଧି ଦଳ ଅପରାହ୍ନରେ ଗ୍ରାମରେ ପହଞ୍ଚତ୍ କଟାବନ୍ଧ, ଷ୍ଟ୍ରିଟ୍‌ଲାଇଟ, ପାଉଁଶ ପଡୁଥିବା ଅଞ୍ଚଳ ଆଦି ପରିଦର୍ଶନ କରିଥିଲେ। ପ୍ରତିନିଧି ଦଳ ସମସ୍ୟା ସମ୍ପର୍କରେ ଅବଗତ ହେଲାପରେ କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ। ତା’ପରେ ଗ୍ରାମବାସୀଙ୍କ ବହୁବିଧ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀ ପାତ୍ର କହିଛନ୍ତି। ସୂଚନା ଥାଉକି ଏଠାରେ ପ୍ରକଳ୍ପ ନିର୍ମାଣ ହେବାଫଳରେ ବନହରପାଲି ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ଏହି ଗ୍ରାମବାସୀଙ୍କୁ କମ୍ପାନୀ କର୍ର୍ତ୍ତୃୃପକ୍ଷ ଗତ ୩୦ ବର୍ଷ ତଳେ ଏକ ଅସ୍ଥାୟୀ କଲୋନୀରେ ଥଇଥାନ କରିଥିଲେ। ହେଲେ ଏହି ଅସ୍ଥାୟୀ ଥଇଥାନ କଲୋନୀ ଘର ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି। କଲୋନୀରେ ଥିବା ଷ୍ଟ୍ରିଟ୍‌ଲାଇଟ୍‌ ଦୀର୍ଘଦିନ ହେଲା ଅଚଳ ହୋଇ ପଡ଼ିରହିଛି। ପ୍ରକଳ୍ପରୁ ବହୁମାତ୍ରାରେ କୋଇଲା ପାଉଁଶ ଉଡି ଗ୍ରାମ ଉପରେ ପଡୁଛି। ଫଳରେ କଟାବନ୍ଧ ପାଣି ଦୂଷିତ ହେଉଛି। ଗ୍ରାମବାସୀ ଏହି ପାଣି ବ୍ୟବହାର କରି ବିଭିନ୍ନ ଚର୍ମରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri