ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ ଟିକେଟ ଆଶାୟୀଙ୍କୁ ବୁଝାଇବାରେ ବିଜେଡି ସଫଳ ହୋଇଥିଲା। ସେହି ଯୁବଗୋଷ୍ଠୀ ବିଳମ୍ବରେ ବୁଝିଲେ ଏହା ଏକ ଥୋପ ଥିଲା। ୨୦୧୮ ଅଗଷ୍ଟ ୨୪ରେ ବିଜେଡି ସରକାର ବିଧାନପରିଷଦ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ କରାଇ ଯୁବ ନେତାମାନଙ୍କ ଭିତରେ ଥଇଥାନ କରାଇବାର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରାଯାଇଥିଲା। ସେତେବେଳେ ବିଜେଡି ସତରେ ଚାହିଁଥିଲେ ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି କେନ୍ଦ୍ରର ଅନୁମୋଦନ ମଧ୍ୟ ଆଣିପାରିଥାଆନ୍ତା, ସେଥିପାଇଁ ଅନେକ ଗୁଡିଏ ସୁଯୋଗ ମଧ୍ୟ ଥିଲା। ହେଲେ ତାହା ନ କରିବା ଦ୍ୱାରା ଜଣାପଡିଲା ବିଜେଡିର ବିଧାନ ପରିଷଦ ଗଠନ ଡାହା ମିଛ ଥିଲା। ୭୧ ଏକର ଜମିରେ ନୂତନ ଲୋକସେବା ଭବନ ଏବଂ ନୂଆ ବିଧାନସଭା ନିର୍ମାଣ ହେବାକୁ ଥିବାବେଳେ ନିକଟରେ ଏହାର ଭିତ୍ତିପ୍ରସ୍ତର ପଡିଲା। ଯାହାସବୁ ନୂଆ ନିର୍ମାଣ ହେବ ତାର ବିସ୍ତୃତ ତଥ୍ୟ ଜାଣିବା ପାଇଁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କୁ ପଚାରିବାରୁ ଉତ୍ତରରେ ସେ କହିଛନ୍ତି, ବର୍ତ୍ତମାନ ଯେଉଁ ବିଧାନସଭା ରହିଛି ତାହା ଭଙ୍ଗାଯିବ ନାହିଁ ବରଂ ତାହା ମ୍ୟୁଜିୟମ ଭାବେ ରହିବ। ଭବିଷ୍ୟତରେ ବିଧାନପରିଷଦ ଗଠନ ହେଲେ ସେହି ବିଲ୍ଡିଂ ବ୍ୟବହାର କରାଯିବ। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସାଧାରଣରେ ଏବଂ ରାଜନୈତିକ ମହଲର ଲୋକମାନେ ବୁଝିଛନ୍ତି, ମନ୍ତ୍ରୀ ଦୂରଦୃଷ୍ଟି ରଖିକି ବିଧାନସଭାର ନୂଆ ବିଲ୍ଡିଂ ନିର୍ମାଣ କରୁଛନ୍ତି। ଅର୍ଥାତ୍‌ ତାଙ୍କ ଠାରୁ ଆସିଥିବା ବିଧାନ ପରିଷଦ ଗଠନ ସମ୍ପର୍କିତ ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ଚର୍ଚ୍ଚା ଓ ଆଲୋଚନା ନ କରି ମନ୍ତ୍ରୀ ବିଧାନ ପରିଷଦ ଗଠନ ନେଇ ଇଙ୍ଗିତ କରି ନ ଥାଆନ୍ତେ। ଜାଣିବା ଶୁଣିବା ମହଲରେ ଅନେକଙ୍କ କହିବା କଥା, ଗତ ବିଜେଡି ସରକାର ଭଳି ଭାଜପା ଶାସନରେ ମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କ ସହିତ ବିଚାରବିମର୍ଶ ନ କରି ଏତେ ବଡ ଏକ ଦିଗ ଆଡକୁ ଇଙ୍ଗିତ କରିବା ସମ୍ଭବପର ନୁହେଁ। କାରଣ ମନ୍ତ୍ରୀଙ୍କ ମନ୍ତବ୍ୟ ପରଠାରୁ ବହୁ ଯୁବଗୋଷ୍ଠୀ ଶାସକ ଦଳ ପ୍ରତି ଆକୃଷ୍ଟ ହେବା ସହିତ ବିଧାନ ପରିଷଦରେ ସ୍ଥାନ ପାଇବା ଆଶାରେ ଭାଜପା ଆଡକୁ ଅଧିକ ମାତ୍ରାରେ ଢଳିଲେଣି। ପୂର୍ତ୍ତ ମନ୍ତ୍ରୀଙ୍କ ଏହି ବିବରଣୀ ଅଧିକ ବିଶ୍ୱସନୀୟ ହେଉଛି କାରଣ ଏବେ ଓଡିଶାରେ ଡବଲ ଇଞ୍ଜୀନ ସରକାର ଥିବାରୁ ରାଜ୍ୟ ନେତାମାନଙ୍କ ପ୍ରତ୍ୟେକଟି ଇଚ୍ଛା ସମ୍ପୂର୍ଣ୍ଣ ଭାବେ ସାକାର ହେବାର ସୁଯୋଗ ରହିଛି। ତେଣୁ ମନ୍ତ୍ରୀଙ୍କ କହିବାନୁଯାୟୀ ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ।
ସୂଚନାଯୋଗ୍ୟ, ଦେଶରେ ଏବେ ୨୮ ରାଜ୍ୟ ଏବଂ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ସେଗୁଡିକ ମଧ୍ୟରୁ ୧୯ ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାରରେ ରହିଛି। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ, ବିହାର, କର୍ନାଟକା, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଭଳି ୬ଟି ରାଜ୍ୟରେ ବିଧାନ ପରିଷଦ ଅଛି। ଏହି ୬ ରାଜ୍ୟ ମଧ୍ୟରୁ ୪ଟି ସ୍ଥାନରେ ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ଥିବାବେଳେ କର୍ନାଟକ ଏବଂ ତେଲେଙ୍ଗାନାରେ କଂଗ୍ରେସ ଶାସନ ଚାଲିଛି। ଦେଶର ବାକି ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ରାଜ୍ୟରେ ବିଧାନ ପରିଷଦ ଗଠନ ଦିଗରେ ଭାଜପା ସରକାର ସେଭଳି ଚିନ୍ତା କଲାଭଳି ମନେ ହେଉନାହିଁ। ବିଧାନ ପରିଷଦ ସଦସ୍ୟମାନଙ୍କ ଲାଗି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଦରମା ବ୍ୟବସ୍ଥା ରହିଥାଏ। ଯେଉଁସବୁ ରାଜ୍ୟରେ ବିଧାନ ପରିଷଦ ସଦସ୍ୟ ରହିଛନ୍ତି ସେମାନେ ଉକ୍ତ ରାଜ୍ୟଗୁଡିକର ବିଧାୟକମାନଙ୍କ ଭଳି ଦରମା ଏବଂ ଭତ୍ତା ପାଉଛନ୍ତି। ସେମାନଙ୍କ କାର୍ଯ୍ୟକାଳ ସରିବା ପରେ ପେନସନ୍‌ ସୁବିଧା ମଧ୍ୟ ମିଳିଥାଏ। ଅନେକ ଗୁଡିଏ ରାଜ୍ୟ ବିଚାର କରୁଛନ୍ତି ବିଧାନ ପରିଷଦ ଗଠନର କୌଣସି ଆବଶ୍ୟକତା ନାହିଁ। ବିଧାନ ପରିଷଦ ରହିଥିବା ୬ ରାଜ୍ୟରେ ସେଭଳି କିଛି ଅଧିକ ବିକାଶ ହୋଇଯାଇ ନାହିଁ ବୋଲି ଜାତୀୟସ୍ତରରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଅନେକ ଶହ କୋଟି ଟଙ୍କାର ଆର୍ଥିକ ବୋଝ ରହିବ। ଏଠାରେ ଉଲ୍ଲେଖ କରାଯାଇପାରେ, ମୋଦି ସରକାରଙ୍କ ପ୍ରଥମ ୨ଟି ପାଳି ସମୟରେ ରାଜ୍ୟ ସଭା ବାରମ୍ବାର ଏକ ଅସୁବିଧାର କାରଣ ସାଜିଥିଲା। ରାଜ୍ୟସ୍ତରରେ ବିଧାନ ପରିଷଦର ଯେଉଁଭଳି କାର୍ଯ୍ୟ ଥାଏ, ଦିଲ୍ଲୀରେ ରାଜ୍ୟ ସଭା ସହିତ ଏହାର ଅନେକ ସାମଞ୍ଜସ୍ୟ ରହିଛି। ଅବଶ୍ୟ ସମ୍ବିଧାନରେ ରାଜ୍ୟ ସଭା ଏବଂ ରାଜ୍ୟରେ ବିଧାନ ପରିଷଦର ଅନେକ କର୍ତ୍ତବ୍ୟ ରହିଛି।
ଏଠାରେ ଉଲ୍ଲେଖ କରାଯାଇପାରେ, ଯଦି ରାଜ୍ୟରେ ବିଧାନ ପରିଷଦ ଗଠନ ହୁଏ ୨୦୧୮ ଅଗଷ୍ଟ ୨୪ରେ ତତ୍କାଳୀନ ବିଜେଡି ସରକାର ବିଧାନ ପରିଷଦ ପ୍ରସ୍ତାବ କ୍ୟାବିନେଟ୍‌ ମଞ୍ଜୁରୀ ହେବାପରେ ରଖାଯାଇଥିବା ତଥ୍ୟ ଅନୁଯାୟୀ, ବିଧାନସଭା ସଂଖ୍ୟାର ଏକ ତୃତୀୟାଂଶ ଆସନକୁ ନେଇ ବିଧାନ ପରିଷଦ ଗଠନ ହେବ। ଏବେ ରାଜ୍ୟରେ ୧୪୭ ଆସନ ବିଶ୍ଚିଷ୍ଟ ବିଧାନସଭା ରହିଥିବା ବେଳେ ଏହାର ଏକ ତୃତୀୟାଂଶ ଦେଖିଲେ ସେହି ସଂଖ୍ୟା ୪୯ ହେଉଛି। ଅର୍ଥାତ୍‌ ବର୍ତ୍ତମାନ ରାଜ୍ୟରେ ବିଧାନ ପରିଷଦ ଗଠନ ହେଲେ ସେଥିରେ ୪୯ ଜଣ ସଦସ୍ୟ ରହିବେ। ସେଥି ମଧ୍ୟରୁ ୧୬ ଜଣଙ୍କୁ ରାଜ୍ୟର ବିଧାୟକ ଏବଂ ୧୬ ଜଣ ରାଜ୍ୟର ଜିଲା ପରିଷଦ ସଦସ୍ୟ ଓ ପଞ୍ଚାୟତର ସମିତି ସଭ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ। ୯ ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ। ଏହାଛଡା ୪ ଜଣ ଶିକ୍ଷକ ଏବଂ ୪ ଜଣ ଗ୍ରାଜୁଏଟ୍‌ ବିଧାନ ପରିଷଦକୁ ନିର୍ବାଚିତ ହେବେ। ଏଠାରେ ଆହୁରି ଗୋଟିଏ କଥା ମନେପକାଇଦେବାକୁ ଚାହୁଁ କି, କିଛିଦିନ ତଳେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ମିଳିତ ଭାବେ ନିଷ୍ପତ୍ତି କରି ବିଧାନସଭାରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତିଙ୍କ ସମେତ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ସମସ୍ତଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍‌କୁ ଗୃହରେ ପାରିତ କରାଇଦେଲେ। ଏହି ସମୟରେ ସବୁ ଦଳ ଖୁସିରେ ଏକାଠି ମଧ୍ୟ ହୋଇଗଲେ। ମାତ୍ର ଏହି ଦରମା ବୃଦ୍ଧି ପ୍ରସଙ୍ଗକୁ ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରଥମେ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଅହେତୁକ ଭାବେ ବିଧାୟକମାନଙ୍କ ଭତ୍ତା ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଲା। ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଥିବାବେଳେ ତାଙ୍କ ଦଳର ବିଧାୟକ ଓ ମନ୍ତ୍ରୀମାନେ ଦରମା ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି ଦାବିପତ୍ର ପ୍ରଦାନ କଲେ। ବିଜେଡି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ନିଷ୍ପତ୍ତି ପ୍ରତ୍ୟାହାର ଲାଗି କୁହାଗଲା। ତେଣୁ ବିଧାନ ପରିଷଦ ଗଠନ ହେଲେ ବିଧାନସଭା ଭଳି ଅତିରିକ୍ତ ଖର୍ଚ୍ଚର ଏକ ବୋଝ ରାଜ୍ୟକୁ ସହିବାକୁ ପଡିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା। ଏହା ଡୋନାଲ୍ଡ...

୩୮୯ ଜଣଙ୍କର ଜଣେ ବାପା, ଆଉ ଜଣଙ୍କର ୩୧୦ ପିଲା… ପଶ୍ଚିମବଙ୍ଗର SIR ଖୋଲିଲା ଏମିତି ରାଜ୍‌, ସଭିଏଁ ଚକିତ

କୋଲକାତା,୨୦।୧: ପଶ୍ଚିମବଙ୍ଗ ଭୋଟର ତାଲିକା ଯାଞ୍ଚ (SIR) ଅଭିଯାନ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା କେବଳ ନିର୍ବାଚନ କମିଶନଙ୍କୁ ନୁହେଁ ବରଂ...

ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, କାରକୁ ଘୋଷାଡ଼ି…

ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ​ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ...

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ…

କେନ୍ଦ୍ରାପଡ଼ା, ୨୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର...

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri