ଓଡ଼ିଶୀ ନାଚି ଟ୍ରୋଲ ହେଲେ ଦୀପିକା ସିଂହ

ମୁମ୍ବାଇ: କେବଳ ଓଡ଼ିଶା ନୁହେଁ ଓଡ଼ିଶୀକୁ ବହୁତ ଭଲ ପାଆନ୍ତି ଟେଲି ଅଭିନେତ୍ରୀ ଦୀପିକା ସିଂହ। ସେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ। ତେବେ ଦୀପିକାଙ୍କୁ ସୋସିଆଲ ମିଡିଆରେ ଓଡ଼ିଶୀ କରୁଥିବା ଏକ ଭିଡିଓ ଶେୟାର କରିବା ମହଙ୍ଗା ପଡ଼ିଛି। ଅନେକ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବା ସହ ସେ ପ୍ରଥମେ ନୃତ୍ୟର ପ୍ରାଥମିକ ଭାଗ ଗୁଡ଼ିକୁ ଶିଖନ୍ତୁ ବୋଲି ମନ୍ତବ୍ୟ ଦେଇଛନ୍ତି।

ଜଣେ ବ୍ୟବହାରକାରୀ ଏହି ନୃତ୍ୟକୁ ଭୟଙ୍କର ବୋଲି କହିବା ପରେ ଜବାବ ରଖିଛନ୍ତି ଦୀପିକା। ସେ କହିଛନ୍ତି, ନିଜର ବହୁମୂଲ୍ୟ ପ୍ରତିକ୍ରିୟା ଲାଗି ଧନ୍ୟବାଦ। ମାତ୍ର ସେ ପାାଞ୍ଚ ବର୍ଷ ଧରି ଏହି ନୃତ୍ୟ ଶିକ୍ଷା ଓ ପୂଜା କରୁଛନ୍ତି। ଭିଡିଓ ଶେୟାର କରିବା ସମୟରେ ଏହା ଏକ ଅଭ୍ୟାସ ଭିଡିଓ ବୋଲି ଉଲ୍ଲେଖ କରାଯାଇଛି। ଆଶା କରୁଛି ଆପଣଙ୍କ ଦିନଟି ଶୁଭ ହେବ ବୋଲି ସେ କହିଛନ୍ତି।
ତେବେ ଦୀପିକା ‘ଦିୟା ଔର ବାତି ହମ୍‌’ ଧାରାବାହିକରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏବେ ସେ ଏକତା କପୁରଙ୍କ ଶୋ’ ‘କବଚ-୨’ରେ ନଜର ଆସୁଛନ୍ତି।

Share