ଓଡ଼ିଶା ହସ୍ତତନ୍ତରେ ଇଣ୍ଡୋ-ଓ୍ବେଷ୍ଟର୍ନ କଲେକ୍ସନ: ୫ ଡିଜାଇନର୍‌ଙ୍କ ପରିବେଶ ଉପଯୋଗୀ ପୋଷାକ

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ପାରମ୍ପରିକ ସହ ଫ୍ୟୁଜନ୍‌ର ଝଲକ। ପ୍ରତି ପୋଷାକରେ ଥିଲା ଏକ କାହାଣୀ। ପଟଚିତ୍ରରୁ ଆରମ୍ଭ କରି ସମ୍ବଲପୁରୀ ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନ୍‌ରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ କାରିଗରିର ଝଲକ ଦେଖିବାକୁ ମିଳିଥିଲା। ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ରେ ଶୁକ୍ରବାର ସନ୍ଧ୍ୟାରେ ଏଭଳି ଏକ ନିଆରା ଫ୍ୟାଶନ ଶୋ ଆୟୋଜିତ ହୋଇଯାଇଛି। ଦେଶ ତଥା ଦେଶ ବାହାରୁ ଆସିଥିବା ପ୍ରତିନିଧିମାନଙ୍କୁ ଓଡ଼ିଶାର ଉତ୍କୃଷ୍ଟ ହସ୍ତତନ୍ତ ସମ୍ପର୍କରେ ଅବଗତ କରାଇବା ସହ ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଶା ଆସୋସିଏଶନ୍‌ ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌(ଓଏଏସ୍‌ଏମ୍‌ଇ) ଆପାରେଲ୍‌ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ଓଡ଼ିଶା ଏଥ୍‌ନିକ୍‌ ଫ୍ୟାଶନ୍‌ ଶୋ। ମୋଟ ୫ଟି ରାଉଣ୍ଡରେ ‘ଇକୋଫ୍ରେଣ୍ଡ୍‌ଲି ସଷ୍ଟେନେବୁଲ ଫ୍ୟାଶନ’ ବା ‘ପରିବେଶ ଉପଯୋଗୀ ଫ୍ୟାଶନ’ ଥିମ୍‌ ଉପରେ ଏକାଧିକ ଆକର୍ଷଣୀୟ ପୋଷାକ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶାର ହସ୍ତତନ୍ତକୁ ନେଇ ଆୟୋଜିତ ଏହି ଶୋ’ର ମୁଖ୍ୟ ଫୋକସ୍‌ ରହିଥିଲା ସମ୍ବଲପୁରୀ ପୋଷାକ। ଜ୍ୟୋତ୍ସ୍ନା ଦାସଙ୍କ ‘ବିଭାବରୀ’, ‘ଉତ୍କଳ ଅମ୍ରିତା’, ‘ଶୁଚି ନନ୍ଦ ବୁଟିକ୍‌’, ‘ମ୍ରିଗିକା’ ଏବଂ ଚୈତାଳୀ ମିଶ୍ରଙ୍କ ‘ସାଥୀ’ ଦ୍ୱାରା ପ୍ରସ୍ତୁତ ଇଣ୍ଡିଆନ୍‌ ଏବଂ ଇଣ୍ଡୋ ଓ୍ବେଷ୍ଟର୍ନ ଡିଜାଇନ୍‌ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମୋଟ ୮ ମଡେଲ୍‌ ଇଣ୍ଡୋ ଓ୍ବେଷ୍ଟର୍ନ କଲେକ୍ସନ ସହ ପଟଚିତ୍ର ଶାଢ଼ି ଓ ହ୍ୟାଣ୍ଡ୍‌ ପେଣ୍ଟେଡ୍‌ ଶାଢ଼ି ପିନ୍ଧି ର଼୍ୟାମ୍ପ୍‌ରେ ଚାଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri