Posted inଖେଳ

ଓଡ଼ିଶା ରାଜ୍ୟ ଫିଡେ ରେଟିଂ ଚେସ୍‌: ରାଜେଶ ଚାମ୍ପିୟନ

ବିଶାଖାପାଟଣା,୬।୧୦(ସ୍ପୋଟ୍ସ ବ୍ୟୁରୋ)- ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ବିନୟ ପରାଡାଇଜ୍‌ରେ ଚାଲିଥିବା ୬୦ତମ ଓଡ଼ିଶା ରାଜ୍ୟ ଫିଡେ ରେଟିଂ (ଓପନ୍‌) ଚେସ୍‌ ପ୍ରତିଯୋଗିତାରେ ପୁରୀର ରାଜେଶ ନାୟକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଅନ୍ତିମ ରାଉଣ୍ଡ ଶେଷ ସୁଦ୍ଧା ରାଜେଶ ସାଢ଼େ ୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିବା ସହ ଟାଇଟଲ ହାସଲ କରିଛନ୍ତି। ଟ୍ରଫି ସହ ସେ ୮ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ସେହିପରି କଟକର ନିଲସୁ ପଟ୍ଟନାୟକ ସମାନ ୭.୫ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ଟ୍ରଫି ସହ ୬ ହଜାର ଟଙ୍କାର ପୁରସ୍କାର ଜିତିଛନ୍ତି। ଅନ୍ୟପଟେ ଖୋର୍ଦ୍ଧାର ରାକେଶ କୁମାର ନାୟକ ୭.୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହି ଟ୍ରଫି ସହ ୪ ଓ ଖୋର୍ଦ୍ଧାର ଡବ୍ଲ୍ୟୁଏଫ୍‌ଏମ୍‌ ରୁତୁମ୍ବରା ବିଧାର ୭ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହି ଟ୍ରଫି ସହ ୩ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ଖୋର୍ଦ୍ଧାର ଅନ୍ୟତମ ଖେଳାଳି ଓମ୍‌ ମିଶ୍ର ୭ ପଏଣ୍ଟ ହାସଲ ପଞ୍ଚମ ସ୍ଥାନରେ ରହି ୨ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ମୋଟ ୨୫ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି।
ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ୱ ଭେଟେରାନ ବର୍ଗରେ କେଶବ ଚନ୍ଦ୍ର ସାହୁ ଶୀର୍ଷ ସ୍ଥାନରେ ରହି ଟ୍ରଫି ହାସଲ କରିଛନ୍ତି। ସେହିପରି ୬ ବର୍ଷରୁ କମ୍‌ ବାଳକ ବର୍ଗରେ ପ୍ରତିକ କୁଶାଲ ରାଉତ, ୭ ବର୍ଷରୁ କମ ବାଳିକା ବର୍ଗରେ ଆଦ୍ୟାଶା ଜେନା, ୭ ବର୍ଷରୁ କମ୍‌ ବାଳକ ବର୍ଗରେ ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ ଓ ଜୟାଦିତ୍ୟା ପାଢୀ, ୮ ବର୍ଷରୁ କମ୍‌ ବାଳିକା ବର୍ଗରେ ସନ୍ଦୀପା ପ୍ରିୟଦର୍ଶନୀ ସାହୁ, ୮ ବର୍ଷରୁ କମ୍‌ ବାଳକ ବର୍ଗରେ ବିଶ୍ୱପ୍ରୀତ ରାୟ ଓ ତନ୍ମୟ ତାଲିନ ବେହେରା, ୯ ବର୍ଷରୁ କମ୍‌ ବାଳିକା ବର୍ଗରେ ସ୍ବୟମଶ୍ରୀ ସାଇସନାଟା, ୯ ବର୍ଷରୁ କମ୍‌ ବାଳକ ବର୍ଗରେ ପ୍ରତ୍ୟୁସ ନାୟକ ଓ ଆୟୁଷ ଆର୍ଯ୍ୟନ ମହାପାତ୍ର, ୧୧ ବର୍ଷରୁ କମ୍‌ ବାଳିକା ବର୍ଗରେ ଅରୁଷି ଶ୍ରୀଚନ୍ଦନ, ୧୧ ବର୍ଷରୁ କମ୍‌ ବାଳକ ବର୍ଗରେ ସ୍ଥିତପ୍ରଜ୍ଞ ସାହୁ ଓ ସ୍ବୟମ ଲକ୍ଷ୍ମୀଦତ୍ତ ସାବତ, ୧୩ ବର୍ଷରୁ କମ ବାଳିକା ବର୍ଗରେ ଡୋଲିସିୟାସ ଦାସ, ୧୩ ବର୍ଷରୁ କମ୍‌ ବାଳକ ବର୍ଗରେ ଭବେଶ କୁମାର ବର୍ଦ୍ଧନ ଓ ସତ୍ୟମ ସରବଜିତ୍‌ ମିଶ୍ର ଟ୍ରଫି ସହ ପୁରସ୍କୃତ ହୋଇଛନ୍ତି। ସେହିପରି ସ୍ଥାନୀୟ ଖେଳାଳି ଭାବେ ବାଳିକା ବର୍ଗରେ ରୋଜାଲିନ୍‌ ବେହେରା ଓ ସ୍ଥିତିପ୍ରଜ୍ଞା ଦାସ, ବାଳକ ବର୍ଗରେ ଆର୍ଯ୍ୟନ ଅର୍ଣ୍ଣବ ସାମନ୍ତରାୟ, ସିଦ୍ଧେଶ କାମିଲା ଓ ଲଳିତ୍‌ ଅଂଶୁମାନ ଆଚାର୍ଯ୍ୟଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଛି।
ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଜଣାଶୁଣା ଚିକିତ୍ସକ ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥିରୂପେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପପତି ସଂଗ୍ରାମ କୁମାର ଦାସ, ରୋଟାରୀ କ୍ଳବ ଅଧ୍ୟକ୍ଷ ଜେ.ପି. ନାଥ, ଦେବାଶିଷ ଚକ୍ରବର୍ତ୍ତୀ, ପ୍ରଦୀପ୍ତ କୁମାର ପଣ୍ଡା ଓ ମନୋରଞ୍ଜନ ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri