ଓଡ଼ିଶା ଭଳି ରାଜ୍ୟକୁ ଅଧିକ ଲାଭ ଦେବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨।୨(ବ୍ୟୁରୋ): ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ ହେବେ। ଓଡ଼ିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ଏହି ବଜେଟ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସବୁଠୁ ବେଶି ଲାଭ ପାଇବ। ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ପଦକ୍ଷେପ। ଏହି ବଜେଟରେ ଘୋଷଣା କରାଯାଇଥିବାରୁ ଓଡ଼ିଶା ଭଳି ରାଜ୍ୟରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉପତ୍ାଦନକୁ ଦୁଇଗୁଣା କରାଯିବ ା ଯୁବକମାନଙ୍କ ମେରାଇନ୍‌ ବ୍ୟବସାୟରେ ଭାଗୀଦାରି ବଢ଼ାଇବା ପାଇଁ ‘ସାଗରମିତ୍ର’ ଭଳି କାର୍ଯ୍ୟକ୍ରମ ସାମ୍ନାକୁ ଅଣାଯାଇଛି ା ଦେଶର ଗ୍ରାମପଞ୍ଚାୟତଗୁଡ଼ିକୁ ଭାରତ ନେଟ୍‌ ମାଧ୍ୟମରେ ଯୋଡାଯିବ। ପ୍ରତି ଗାଁରେ କୃଷି ଆଧାରିତ ବଜାର ବ୍ୟବସ୍ଥା ତିଆରି କରିବା , ଶୀତଳ ଭଣ୍ଡାର ବ୍ୟବସ୍ଥାକୁ ବଢ଼ାଇବା ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ବଜେଟରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ ବଢାଯାଇଛି। ଢାଞ୍ଚାଗତ କ୍ଷେତ୍ର ତଥା ସଡ଼କପଥ, ରେଳ, ବିମାନ, ଜଳପଥର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି। ମଧ୍ୟବିତ ବ୍ୟବସାୟୀମାନଙ୍କ ପାଇଁ ବଜେଟରେ ନୂଆ ନୀତି ଅଣାଯାଇଛି। ବ୍ୟକ୍ତିଗତ ଆୟରେ ଲାଗୁଥିବା ଟିକସ ହ୍ରାସ କରାଯାଇଛି ା କର୍ପୋରେଟ୍‌ ଜଗତ ପାଇଁ ଟିକସରେ ସୁଧାର ଅଣାଯାଇଛି। ଷ୍ଟାଟଅପ୍‌ କରୁଥିବା ବ୍ୟକ୍ତିମାନଙ୍କୁ ଟିକସ ରିହାତି ଦିଆଯାଇଛି। ଅର୍ଥନୀତିରେ ଯେଉଁ ଦୁର୍ବଳବସ୍ଥା ଦେଖାଯାଇଥିଲା ସେଥିରୁ ବାହାରିବା ପାଇଁ ଏହାଠୁ ଭଲ ପଦକ୍ଷେପ କିଛି ହୋଇ ନ ପାରେ ା