କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ। ଶ୍ରୀ ସାହୁଙ୍କ ସ୍ବତନ୍ତ୍ର ଶୈଳୀ ପାଇଁ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ବାଲୁକା କଳା ଆବୃତ ଲାଭ କରୁଅଛି। ନିକଟ ଅତୀତରେ ଭାରତୀୟ ଦୂତବାସ ଆନୁକୂଲ୍ୟରେ ଋଷିଆର ଏଲିସ୍ତାଠାରେ ଅନୁଷ୍ଠିତ ଭାରତ ଉତ୍ସବରେ ସେ ବୃଦ୍ଧଙ୍କର ବାଲୁକା ପ୍ରତିମୂର୍ତ୍ତୀ ନିର୍ମାଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଗତବର୍ଷ ତାଇୱାନ ରେ ଅନୁଷ୍ଠିତ ଉକ୍ତ ବାଲୁକା କଳା ପ୍ରଦର୍ଶନରେ ମଧ୍ୟ ଓଡିଶାର ଜନଜାତି ଉପରେ ଆଧାରିତ ତାଙ୍କର ବାଲୁକା କଳାର ନିଖୁଣ ପ୍ରଦର୍ଶନ ପାଇଁ ପୁଣିଥରେ ସେ ନିମନ୍ତ୍ରିତ ହୋଇଛନ୍ତି। ଏଥିରେ ସେ ପଶ୍ଚିମ ଓଡିଶାର ନୂଆଁଖାଇ ଉପରେ କଳା ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି। ଉକ୍ତ ପ୍ରତିଯୋଗୀତାରେ ଭାରତରୁ ଶ୍ରୀ ସାହୁଙ୍କ ସମେତ ତାଇୱାନ, ଚାଇନା, ଇଟାଲୀ, କାନାଡା, ଜାପାନ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ କୋରିଆ ଏଭଳି ୯ଟି ଦେଶରୁ ଶିଳ୍ପୀ ଭାଗ ନେବେ ବୋଲି ସୂଚନା ମିଳିଛି।
Dharitri – Odisha’s No.1 Odia Daily

