ଓଡ଼ିଶା ଓ୍ବେଡିଂ ଏକ୍ସପୋ ଶୁଭାରମ୍ଭ: ଗୋଟିଏ ଛାତ ତଳେ ବିବାହର ଆବଶ୍ୟକୀୟ ସାମଗ୍ରୀ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଓଡ଼ିଶା ଓ୍ବେଡିଂ ଏକ୍ସପୋର ୫ମ ସଂସ୍କରଣ ସ୍ଥାନୀୟ ମେ ଫେୟାର କନଭେନଶନଠାରେ ଶନିବାର ଶୁଭାରମ୍ଭ ହୋଇଛି। ଡ୍ରିମ୍‌ଜ କ୍ରିଏଶନର ଏମ୍‌ଡ଼ି ରବିନ୍ଦ୍ର ନାଥ ରଥ ଏବଂ ପଦ୍ମାଳୟା ରଥ ଏହାକୁ ଉନ୍ମୋଚନ କରିଥିଲେ। ବିବାହ ଲାଗି ଆବଶ୍ୟକ ସମସ୍ତ ସାମଗ୍ରୀ ଓ ସେବା ଗୋଟିଏ ଛାତ ତଳେ ଗ୍ରାହକଙ୍କୁ ଯୋଗାଇ ଦେବା ଲକ୍ଷ୍ୟରେ ଏଭଳି ଏକ ଏକ୍ସପୋର ପରିକଳ୍ପନା କରାଯାଇଛି। ରୂପା ଗହଣାର ଅନନ୍ୟ କାରିଗରି ଲାଗି ପରିଚିତ ଚାନ୍ଦି ଭଣ୍ଡାର ପକ୍ଷରୁ ଏହାକୁ ଉପସ୍ଥାପନ କରାଯାଇଛି। ଡ୍ରିମଜ କ୍ରିଏଶନ ଏକ୍ସପୋ ପରିଚାଳନା ଦାୟିତ୍ୱରେ ରହିଛି। ଏକ୍ସପୋ ୨ ଦିନ ଧରି ଚାଲିବ। ପୂର୍ବାହ୍ନ ୯ରୁ ରାତି ୧୧ଟା ଯାଏ ଏଠାରେ ବିଭିନ୍ନ ସାମଗ୍ରୀ ଗ୍ରାହକ ଦେଖିବା ସହ କ୍ରୟର ସୁବିଧା ପାଇବେ। ଏକ୍ସପୋ ଲାଗି ମାଗଣା ପ୍ରବେଶ ସୁବିଧା ମଧ୍ୟ ରହିଛି।
ଏହାବାଦ ଫ୍ୟାଶନ ଏବଂ ଲାଇଫ ଷ୍ଟାଇଲ ପ୍ରଡକ୍ଟକୁ ଧ୍ୟାନରେ ରଖି ବିଭିନ୍ନ ଷ୍ଟଲ ସ୍ଥାପନ କରାଯାଇଛି। ଗତ ୪ ବର୍ଷ ଧରି ଏଭଳି ଏକ ଏକ୍ସପୋ ଆୟୋଜନ କରାଯାଇଥିବା ବେଳେ ଉନ୍ନତ ରେସପନ୍ସ ଲାଭ କରିଥିବା ଏମ୍‌ଡି ପଦ୍ମାଳୟା ରଥ କହିଛନ୍ତି। ଚଳିତଥର ଏକ୍ସପୋ ୫ମ ସଂସ୍କରଣରେ ପହଞ୍ଚିଛି। ଓ୍ବିଣ୍ଟର ଓ୍ବେଡିଂ ସିଜନକୁ ନଜରରେ ରଖି ଏହାକୁ କିଛି ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ଦ୍ୱାରା ମୋଟ ୪୫ ଷ୍ଟଲ ସ୍ଥାପନା ହୋଇଛି। ଚଳିତ ବର୍ଷ ଭଲ ରେସପନ୍ସ ଲାଭ କରିବା ନେଇ ଆଶାବାଦୀ ଥିବା ରଥ କହିଛନ୍ତି। ମିଡିଆ ପାର୍ଟନର ଭାବେ ଧରିତ୍ରୀ ଓଡ଼ିଆ ଦୈନିକ ଏବଂ ଓରିଶା ପୋଷ୍ଟ ରହିଥିବା ବେଳେ ସହ ପ୍ରାୟୋଜକ ଭାବେ ସୁସମ୍ପର୍କ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri