Posted inଖେଳ

ଓଡ଼ିଶା ଏଫ୍‌ସି ଦଳରେ ବୋଡୋ, ପ୍ରେମଜିତ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଆସାମର ବୋରିଙ୍ଗଦାଓ ବୋଡୋ ଓ ମଣିପୁରର ଲୈସରାମ ପ୍ରେମଜିତ ସିଂ। ଉଭୟ ଖେଳାଳିଙ୍କ ସହ ଓଏଫସି ଗୁରୁବାର ଚୁକ୍ତି କରିଛି। ୨୦ ବର୍ଷୀୟ ବୋଡୋ ପୂର୍ବରୁ କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ୍‌ ଏଫସି ପକ୍ଷରୁ ଆଇଏସଏଲ ଖେଳିବାର ଅଭିଜ୍ଞତା ରଖିଛନ୍ତି ଏବଂ ଇଣ୍ଡିଆନ ୟୁଥ୍‌ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। କ୍ୟାରିୟରରେ ବେଙ୍ଗାଲୁରୁ ୟୁନାଇଟେଡ, ଗୋକୁଳମ କେରଳ, ମିନର୍ଭା ପଞ୍ଜାବ ସହିତ ଖେଳି ସାରିଥିବା ଏହି ଆସାମ ଓ୍ବିଙ୍ଗର ଏବେ ଓଏଫସି ସହିତ ୨ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଭିତ୍ତିକ କ୍ଲବ ଓଏଫସି ସହିତ ୪ ବର୍ଷ ପାଇଁ ଚୁକ୍ତବଦ୍ଧ ହୋଇଥିବା ୧୮ ବର୍ଷୀୟ ପ୍ରେମଜିତ ପୂର୍ବରୁ ଆଇ-ଲିଗ୍‌ରେ ମଣିପୁରର ଟ୍ରାଉ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଉଭୟ ପ୍ରେମଜିତ ଓ ବୋଡୋଙ୍କୁ ସ୍ବାଗତ କରିଛନ୍ତି ଓଏଫସି ସଭାପତି ରୋହନ ଶର୍ମା। ”ପ୍ରେମଜିତଙ୍କ ଭବିଷ୍ୟତ ଉଜ୍ଜ୍ୱଳ। ସେ ଯଦି ଦକ୍ଷତା ଅନୁସାରେ ଖେଳିବେ ତେବେ ଆମ ଦଳରେ ଥିବା ଜେରୀଙ୍କ ସମକକ୍ଷ ଓ୍ବିଙ୍ଗର ହୋଇପାରିବେ। ମାତ୍ର ୧୮ ବର୍ଷୀୟ ହୋଇଥିଲେ ହେଁ ତାଙ୍କ ସ୍ପିଡ୍‌ ପ୍ରଭାବଶାଳୀ। ଆଗାମୀ ୪ ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ହେବା ଆଶା ରହିଛି“ ବୋଲି ରୋହନ ପ୍ରକାଶ କରିଛନ୍ତି। ବୋଡୋ ଭାରତର ଶ୍ରେଷ୍ଠ ଯୁବ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ଏବେ ମଧ୍ୟ ସେ ସୁଯୋଗ ପାଇଲେ ଚମତ୍କାରିତା ଦେଖାଇବାର ଦକ୍ଷତା ରଖିଛନ୍ତି। ପ୍ରଦର୍ଶନର ଛାପ ଛାଡ଼ିବା ସହିତ ନିଜ ନାମକୁ ଚର୍ଚ୍ଚାରେ ରଖିବା ପାଇଁ ବୋଡୋ କଠିନ ପରିଶ୍ରମ କରିବା ଆଶା ରହିଛି ବୋଲି ରୋହନ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଏଫସି ସହିତ ଚୁକ୍ତି କରି ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ପ୍ରେମଜିତ ଓ ବୋଡୋ। ”ଓଡ଼ିଶା ଏଫସି ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ସ୍ଥାପନ କରୁଛି। ମୋ ସହ ଚୁକ୍ତି ପାଇଁ ଏହି କ୍ଲବ ଆଗ୍ରହ ପ୍ରକାଶ କରିଥିବାରୁ ମୁଁ ଆନନ୍ଦିତ। ଏହି ଦଳ ପକ୍ଷରୁ ଆଇଏସଏଲ ଖେଳିବାକୁ ମୁଁ ପ୍ରସ୍ତୁତ। ପେସାଦାର କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଏହା ମୋ ଲାଗି ବଡ଼ ସୁଯୋଗ“ ବୋଲି ପ୍ରେମଜିତ କହିଛନ୍ତି। ” ମୁଁ ଅତ୍ୟନ୍ତ ଉତ୍ସାହିତ ଏବଂ ଓଡ଼ିଶା ଏଫସି ପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହିଁ। ମୋ ପ୍ରତି ବିଶ୍ୱାସସ୍ଥାପନ କରିଥିବାରୁ ମ୍ୟାନେଜମେଣ୍ଟକୁ ଧନ୍ୟବାଦ। ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେଉଥିବା ଏକ ଦଳରେ ଯୋଗଦେଇଥିବାରୁ ମୁଁ ବହୁତ ଖୁସି। ଓଡ଼ିଆ ଦର୍ଶକଙ୍କ ସମ୍ମୁଖରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟଗ୍ର। ଆମ ଟିମ୍‌, ଆମ ଗେମ୍‌, ଆମ ଓଡ଼ିଶା“ ବୋଲି ବୋଡୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri