Posted inଖେଳ

ଓଡ଼ିଶା ଏଫସି ଛାଡ଼ିଲେ ଗମ୍ବାଉ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ପ୍ରଥମ ପଦାର୍ପଣରେ ପ୍ରଦର୍ଶନର ଛାପ ଛାଡ଼ିଥିବା ଓଡ଼ିଶା ଏଫସି କୋଚ୍‌ ଜୋସେପ ଗମ୍ବାଉ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପାରିବାରିକ ସମସ୍ୟା ଯୋଗୁ ସେ କୋଚ୍‌ ପଦ ଛାଡ଼ିଥିବା ଓଡ଼ିଶା ଏଫସି ପକ୍ଷରୁ ପ୍ରକାଶ କରାଯାଇଛି। ଏ ସମ୍ପର୍କରେ କ୍ଲବ ସଭାପତି ରୋହନ ଶର୍ମା କହିଛନ୍ତି ଯେ, ” ତାଙ୍କ ଜୀବନରେ ଏପରି ସମୟ ଆସିଛି ଯାହାକି ଫୁଟବଲଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ କ୍ଲବ ପାଇଁ ଯାହା କିଛି କରିଛନ୍ତି ସେଥିପାଇଁ ମୁଁ କୋଚ୍‌ ଗମ୍ବାଉ ଏବଂ ତାଙ୍କ କୋଚିଂ ଷ୍ଟାଫ୍‌ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ସେମାନେ ଯେଉଁଆଡ଼େ ଗଲେ ମଧ୍ୟ ଓଡ଼ିଶା ପ୍ରତି ନିଶ୍ଚିତ ଆନ୍ତରିକତା ରହିବ“। ଏପରି ନିଷ୍ପତ୍ତି କଷ୍ଟକର ଥିଲା ବୋଲି ଗମ୍ବାଉ ପ୍ରକାଶ କରିଛନ୍ତି। ”ଏପରି ଏକ ନିଷ୍ପତ୍ତି ନେବା ମୋ ପାଇଁ ସହଜ ନ ଥିଲା। ଓଡ଼ିଶାରେ ମୁଁ ମୋ ଭୂମିକାକୁ ମନଭରି ଉପଭୋଗ କରିଛି। ଦଳକୁ ଯେପରିଭାବେ ପ୍ରସ୍ତୁତ କରିଛି ସେଥିପାଇଁ ମୁଁ ଗର୍ବିତ ମଧ୍ୟ। ତେବେ ମୁଁ ଯେପରିଭାବେ ଆରମ୍ଭ କରିଥିଲି ସେପରି ଶେଷ କରିପାରୁ ନ ଥିବାରୁ ବହୁତ ଦୁଃଖିତ। ମୁଁ ସର୍ବଦା ଓଡ଼ିଶା ଏଫସିର ସଫଳତା କାମନା କରିବି“ ବୋଲି ଗମ୍ବାଉ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସ୍ପେନର ଗମ୍ବାଉ ୨୦୧୮ ଜୁଲାଇରେ ଦିଲ୍ଲୀ ଡାଇନାମସ କ୍ଲବ ସହିତ ଯୋଗ ଦେଇଥିଲେ। ୨୦୧୯ ମେ ପର୍ଯ୍ୟନ୍ତ ସେ ଏହି ଦଳକୁ ପ୍ରଶିକ୍ଷଣ ଦେଇଥିଲେ। ଏହାପରେ ଦିଲ୍ଲୀ ଡାଇନାମସ ଓଡ଼ିଶା ଏଫସିରେ ପରିଣତ ହୋଇଥିଲା। ମୁଖ୍ୟ କୋଚ୍‌ ଭାବେ ଗମ୍ବାଉ ୨୦୧୯ ଅଗଣ୍ଟରୁ ଏପର୍ଯ୍ୟନ୍ତ ଓଡ଼ିଶା ଏଫସିକୁ ଗାଇଡ୍‌ କରି ଆସୁଥିଲେ। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଏଫସି ନିଜର ପ୍ରଥମ ସିଜନରେ ହିଁ ଚମତ୍କାର ପ୍ରଦର୍ଶନ କରିଥିଲା। ଅନେକ ଦିନ ପର୍ଯ୍ୟନ୍ତ ପଏଣ୍ଟ ଟେବୁଲର ଶୀର୍ଷ ୪ରେ ରହିବାପରେ ଶେଷରେ ଦଳ ୬ଷ୍ଠ ସ୍ଥାନରେ ରହି ସିଜନ ଶେଷ କରିଥିଲା। ଦଳ ୧୮ଟି ମ୍ୟାଚ ଖେଳିଥିବାବେଳେ ୭ଟି ବିଜୟୀ ହୋଇଥିଲା ଏବଂ ୭ ମ୍ୟାଚରେ ପରାଜୟ ବରଣ କରିଥିଲା। ଅବଶିଷ୍ଟ ୪ଟି ମ୍ୟାଚ ଡ୍ର ରଖି ୨୫ ପଏଣ୍ଟ ପାଇଥିଲା ଏହି ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜ୍‌। ଦଳ ୨୮ଟି ଗୋଲ ଦେଇଥିବାବେଳେ ୩୧ ଗୋଲ ବରଣ କରିଥିଲା।
ଇଣ୍ଡିଆନ ସୁପରଲିଗ୍‌ରେ ଦିଲ୍ଲୀ ଡାଇନାମସ-ଓଡ଼ିଶା ଏଫସିର ରେକର୍ଡ ଦେଖିଲେ ୫ମ କୋଚ୍‌ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଗମ୍ବାଉ। ୨୦୧୪ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ନେଦରଲାଣ୍ଡ୍ସର ହାର୍ମ ଭାନ୍‌ ଭେଲଡୋଭେନ ପ୍ରଥମ କୋଚ୍‌ଭାବେ କାର୍ଯ୍ୟ କରିଥିଲେ। ବ୍ରାଜିଲର ରବର୍ଟ କାର୍ଲୋସ ୨୦୧୫ ଜୁଲାଇରୁ ଡିସେମ୍ବର, ଇଟାଲୀର ଜିଆନଲୁକା ଜାମ୍ବ୍ରୋଟା ୨୦୧୬ ଜୁଲାଇରୁ ଡିସେମ୍ବର, ସ୍ପେନର ମିଗୁଏଲ ଆଞ୍ଜେଲ ପର୍ତ୍ତୁଗାଲ ୨୦୧୭ ଜୁଲାଇରୁ ୨୦୧୮ ମେ ପର୍ଯ୍ୟନ୍ତ ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇଥିଲେ। ୨୦୧୯ ଅଗଷ୍ଟରୁ ସିଜନ ଶେଷ ପର୍ଯ୍ୟନ୍ତ ଗମ୍ବାଉଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଏଫସିର ବିଜୟ ହାର ଥିଲା ୩୮.୮୯।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri