Posted inଖେଳ

ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌ ନେବାକୁ ଚାହାନ୍ତି ବକ୍ସଟର

ଭୁବନେଶ୍ୱର, ୨୪।୬(କ୍ରୀଡ଼ା ପ୍ରତିନିଧି)-
କରୋନା ଭାଇରସ ସଂକ୍ରମଣ ଜନିତ କଟକଣା ଯୋଗୁ ଦୂରରେ ରହିଥିଲେ ହେଁ ଓଡ଼ିଶା ଏଫସିର ନବନିଯୁକ୍ତ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ଆଗାମୀ ଇଣ୍ଡିଆନ ସୁପରଲିଗ୍‌ ସିଜନରେ ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌କୁ ନେବା ତାଙ୍କ ଇଚ୍ଛା ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସର୍ବଦା ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇ ଆସିଛି। କ୍ଲବ ମାଲିକଙ୍କ ସମେତ କର୍ମକର୍ତ୍ତାଙ୍କ ଉଚ୍ଚାକାଂକ୍ଷା, ଅଭିଳାଷରେ ଖୁବ୍‌ ପ୍ରଭାବିତ ହୋଇଥିଲେ ନୂଆ କୋଚ୍‌ । ବିଶେଷ କରି କ୍ଲବ ସମ୍ପର୍କରେ ଧାରଣା ଏବଂ ଏହି ଦଳକୁ ଓଡ଼ିଶା ସରକାରଙ୍କ ସମର୍ଥନ ହିଁ କୋଚ୍‌ ହେବା ପାଇଁ ତାଙ୍କୁ ପ୍ରେରିତ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଜନିତ କଟକଣା ଯୋଗୁ ଏଠାକୁ ଆସିପାରୁ ନ ଥିବାରୁ ସେ ଦଳର ଖେଳାଳିଙ୍କ ସମ୍ପର୍କରେ ବିଶେଷ କିଛି କହିପାରି ନଥିଲେ ମଧ୍ୟ ନିଜ ଭୂମିକା ସମ୍ପର୍କରେ ଅବଗତ ଅଛନ୍ତି। ଦଳରେ କିଛି ଅଭିଜ୍ଞ ଖେଳାଳି ରହିବା ଜରୁରୀ। ଯୁବ ଖେଳାଳିମାନେ ସୁଯୋଗର ଭରପୂର ସଦୁପଯୋଗ କରିବା ନେଇ ଆଶାବାଦୀ ଅଛନ୍ତି ବକ୍ସଟର। ଇଣ୍ଡିଆନ ସୁପରଲିଗ୍‌କୁ ଦେଖିବା ଅବସରରେ ଏଥିରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିଙ୍କୁ ଜାଣିଛନ୍ତି ବୋଲି କହିଛନ୍ତି। କିଛି ଖେଳାଳିଙ୍କ ସହ ମଧ୍ୟ ସେ ପରିଚିତ ଅଛନ୍ତି। ଜାପାନ ଜେ-ଲିଗ୍‌ରେ ପ୍ରଥମ ବର୍ଷ କଟାଇଲାପରି ସେ ଭାରତୀୟ ଲିଗ୍‌ରେ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଓଡ଼ିଶା ଏଫସି ଦଳରେ ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ। ଏହା କିପରି ଫଳାଫଳରେ ପରିଣତ ହେଉଛି ତାହା ଉପରେ ନଜର ରହିବ। ଜଣେ ପେସାଦାର କୋଚ୍‌ଭାବେ ଦଳକୁ ପ୍ଲେ-ଅଫ୍‌କୁ ନେବା ତାଙ୍କର ଇଚ୍ଛା। ପରେ ଟୁର୍ନାମେଣ୍ଟ ଜିତିବା ସମ୍ପର୍କରେ ଚିନ୍ତା କରାଯିବ। କାରଣ ବକ୍ସଟରଙ୍କ ମତରେ ଦଳ ୬ ନମ୍ବରରେ ରହିବା ଏବଂ ୧୦ ନମ୍ବରରେ ରହିବାରେ ବିଶେଷ ପ୍ରଭେଦ ନାହିଁ। ଓଡ଼ିଶା ଏଫସି ଏକ ଯୁବ ଦଳ ହୋଇଥିବାରୁ ଅଧିକ କିଛି କହି ହେବନାହିଁ। ବିଶେଷ କରି ଖେଳାଳିଙ୍କ ସହ ନ ମିଶିବା ପର୍ଯ୍ୟନ୍ତ ସେମାନଙ୍କ ମାନସିକ ଦୃଢ଼ତା କେତେ ରହିଛି, ସେମାନେ କେତେ ପ୍ରତିକ୍ରିୟାଶୀଳ ତାହା ନ ଜାଣି କିଛି କହିବା ଅସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ପାଇଁ କଠିନ ସମୟ ଚାଲିଛି। ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ରହିବା ଜରୁରୀ। ଫୁଟବଲ ସିଜନ ଆରମ୍ଭ ପାଇଁ ସବୁଜ ସଙ୍କେତ ମିଳିଲେ ଆମେ ଓଡ଼ିଶା ଏଫସି ପାଇଁ କିଛି କରି ସମସ୍ତଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବୁ ବୋଲି ବକ୍ସଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri