ଓଡ଼ିଶାର ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ଜାରି

ଭୁବନେଶ୍ୱର,୨୩।୪: ତୃତୀୟ ପର୍ଯ୍ୟାୟ ର୍ନିବାଚନରେ ଓଡ଼ିଶାର ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମଙ୍ଗଳବାର ସକାଳୁ ମତଦାନ ଆରମ୍ଭ ହୋଇଛି। ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ୪୨ଟି ବିଧାନସଭା ଆସନରେ ୩୫୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୦ ଜିଲ୍ଲାରେ ମତଦାନ ଜାରି ରହିଛି । ସମ୍ବଲପୁର, କେନ୍ଦୁଝର,ଢେଙ୍କାନାଳ,କଟକ,ପୁରୀ ଏବଂ ଭୁବନେଶ୍ୱର ଲୋକ ସଭା ଆସନରେ ମତଦାନ ହେଉଛି। ତୃତୀୟ ପର୍ଯ୍ୟାୟରେ ମୋଟ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରୁଛନ୍ତି । ସେଥିମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୦୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧,୧୬୩ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହପିରି ୧ ଲକ୍ଷ ୫୮ ହଜାର ୪୯୫ ଜଣ ଦିବ୍ୟାଙ୍ଗ ଭୋଟର ମଧ୍ୟ ଅଛନ୍ତି । ସେମାନଙ୍କୁ ମତଦାନ ବେଳେ ସହଯୋଗ କରିବାକୁ ୯୫୭୬ଟି ବୁଥରେ ହ୍ବିଲ୍‌ ଚେୟାର ସୁବିଧା ରହିଛି। ସେହିପରି ୬୧୯୦ଟି ଗାଡି ଦିବ୍ୟାଙ୍ଗଙ୍କୁ ନେବା ଆଣିବା ପାଇଁ ପ୍ରସ୍ତୁତ ରହିଛି।