Posted inଖେଳ

ଓଡ଼ିଶାରେ ୨୦୨୩ ହକି ବିଶ୍ୱକପ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ଆୟୋଜନର ବର୍ଷପୂର୍ତ୍ତି ଅବସରରେ ଆସିଛି ଆଉ ଏକ ବଡ଼ ଖବର। ୨୦୨୩ ପୁରୁଷ ହକି ବିଶ୍ୱକପ ମଧ୍ୟ ଓଡ଼ିଶାରେ ଆୟୋଜନ ହେବ। ତେଣୁ ହକି ଉତ୍ସବ ପୁଣି ରାଜ୍ୟକୁ ଫେରିଛି। ୨୦୧୮ରେ ବିଶ୍ୱକପର ମ୍ୟାଚଗୁଡ଼ିକ କେବଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା। ୨୦୨୩ରେ କିନ୍ତୁ ଭୁବନେଶ୍ୱର ଏବଂ ରାଉରକେଲାରେ ଏହି ମେଗା ପ୍ରତିଯୋଗିତା ଆୟୋଜନ ହେବ ବୋଲି ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ‘୨୦୨୩ ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜିତ ହେବ। ଆପଣମାନେ ଖୁସି ତ। ମୁଁ ବହୁତ ଖୁସି’ ବୋଲି ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଉପସ୍ଥିତ ଜନସାଧାରଣଙ୍କୁ ଏହି ଅବସରରେ ସମ୍ବୋଧନ କରି କହିଥିଲେ। ସେହିପରି ଓଡ଼ିଶା ସରକାର ଯେପରି ସମର୍ଥନ ଯୋଗାଇ ଦେଇ ଆସୁଛନ୍ତି ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତର କ୍ରୀଡ଼ା ରାଜଧାନୀ ହଁି ଏହି ମେଗା ଇଭେଣ୍ଟ ଆୟୋଜନର ପ୍ରକୃଷ୍ଠ ସ୍ଥାନ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ମେଗା ଇଭେଣ୍ଟ ସମ୍ପର୍କରେ ଘୋଷଣା କରିବା ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ନରିନ୍ଦର ବାତ୍ରା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ, ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। କୋଚିଂ କ୍ୟାମ୍ପ ଚାଲିଥିବାରୁ ସମ୍ପ୍ରତି ଭୁବନେଶ୍ୱରରେ ଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଓଡ଼ିଶା ବାସ୍ତବିକ ବିଶ୍ୱ ହକିର ପ୍ରାଣକେନ୍ଦ୍ର ବୋଲି ପୁଣି ପ୍ରମାଣିତ ହୋଇଛି। ୨୦୨୩ ଶୀତଋତୁରେ ହକି ପ୍ରଶଂସକମାନେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ରୋମାଞ୍ଚ ଉପଭୋଗ କରିବା ସୁଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଠାରେ ପ୍ରକାଶ କରାଯାଇପାରେ ଯେ, ୨୦୨୩ ହକି ବିଶ୍ୱକପ ଆୟୋଜନ ଦୌଡ଼ରେ ମାଲେସିଆ, ବେଲଜିୟମ ଓ ଭାରତ ରହିଥିଲେ। ବିଡିଂ ରାଉଣ୍ଡର ଏକାଧିକ ସିରିଜ ପରେ ଭାରତକୁ ପୁଣି ହକି ବିଶ୍ୱକପ ଆୟୋଜନ ଅଧିକାର ମିଳିଥିଲା। ଏହାପରେ ହକି ଇଣ୍ଡିଆ ଓଡ଼ିଶାକୁ ଭେନ୍ୟୁ ରୂପେ ଚୟନ କରିଥିଲା। ବିଶ୍ୱକପ ଆୟୋଜନ କରିବା ଯେ କୌଣସି ଦେଶପାଇଁ ଗୌରବର କଥା। ମାତ୍ର ଓଡ଼ିଶା ଏହାକୁ କ୍ରମାଗତ ଦ୍ୱିତୀୟଥର ଆୟୋଜନ କରିବାକୁ ଯାଉଛି। ହକି ବିଶ୍ୱକପର ଆଗାମୀ ସଂସ୍କରଣକୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ତାହା ଗୃହୀତ ହୋଇଥିଲା। ରାଉରକେଲା ପାନପୋଷ ସ୍ପୋଟର୍‌ସ ହଷ୍ଟେଲ ଭାରତୀୟ ହକିର ପ୍ରାଣକେନ୍ଦ୍ର। ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନକୁ ଦୃଷ୍ଟିରେ ରଖି ରାଉରକେଲାରେ ଏହି ମେଗା ପ୍ରତିଯୋଗିତାର କେତେକ ମ୍ୟାଚ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ରାଉରକେଲା ଓ ସୁନ୍ଦରଗଡ଼ ବିଶ୍ୱ ହକି ମାନଚିତ୍ରରେ ସ୍ବତନ୍ତ୍ରସ୍ଥାନ ଅଧିକାର କରିପାରିବ।
ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ୧୭ଟି ହକି ଷ୍ଟାଡିୟମ(ଟ୍ରେନିଂ ସେଣ୍ଟର) ଅଷ୍ଟ୍ରୋଟର୍ଫର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ଏକବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏପରି ଭିତ୍ତିଭୂମି ୟୁରୋପିଆନ ହକି ଖେଳୁଥିବା ଦେଶରେ ମଧ୍ୟ ନାହିଁ ବୋଲି କୁହାଯାଉଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ହକି ହାଇପରଫରମାନ୍ସ ସେଣ୍ଟର ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଗ୍ରାସ୍‌ରୁଟ୍‌ ଡେଭ୍‌ଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୮ ହକି ବିଶ୍ୱକପ ଉପରେ ଏକ ‘କଫିଟେବୁଲ ବୁକ୍‌’ ରିଲିଜ୍‌ କରିଛନ୍ତି। ଏଫଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା କହିଛନ୍ତି ଯେ, ”ହକିକୁ କ୍ରମାଗତ ସମର୍ଥନ ଦେଇ ଆସୁଥିବାରୁ ଏଫ୍‌ଆଇଏଚ ପକ୍ଷରୁ ମୁଁ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ଏହାଦ୍ୱାରା ହକି କେବଳ ଦେଶରେ ନୁହେଁ ବିଶ୍ୱରେ ମଧ୍ୟ ସମୃଦ୍ଧ ହୋଇପାରିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri