Categories: ଜାତୀୟ

ଓଡ଼ିଶାରେ ହେଉ କରୋନା ପରୀକ୍ଷା କେନ୍ଦ୍ର

ନୂଆଦିଲ୍ଲୀ,୬ା୩: ପାର୍ଲାମେଣ୍ଟରେ ଗୁରୁବାର କରୋନା ସମ୍ପର୍କିତ ଆଲୋଚନା ବେଳେ ଓଡ଼ିଶା ଓ ଦେଶର ଅନ୍ୟ ଭାଗରେ ତୁରନ୍ତ ପରୀକ୍ଷା କେନ୍ଦ୍ର ଖୋଲିବା ଲାଗି ବିଜେଡି ଏମ୍‌ପି ଦାବି କରିଥିଲେ। ଏଥିସହିତ ଭୁବନେଶ୍ୱର ବିମାନବନ୍ଦରରେ ଏକ ଯାଞ୍ଚ ଓ କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲିବା ପାଇଁ ଦାବି ହୋଇଛି। ଓଡ଼ିଶାରେ ୪ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିବା ରାଜ୍ୟ ସଭାରେ ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ରାଜ୍ୟରେ ପରୀକ୍ଷା କେନ୍ଦ୍ର ସ୍ଥାପନ ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା ସେ କହିଥିଲେ। ସେହିପରି ଲୋକ ସଭାରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ କହିଥିଲେ, ଭୁବନେଶ୍ୱର ସମେତ ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ ଓ କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲାଯାଉ। କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇଦେବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।

Share