ଓଡ଼ିଶାରେ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବ ନିର୍ଦ୍ଧାରିତ ସମୟରେ ପରାଗ ସ୍ପର୍ଶ କରିଥିଲା। ରାଜ୍ୟରେ ଆଂଶିକ ଉପରାଗ ରହିଥିଲେ ହେଁ ଆକାଶ ମେଘାଚ୍ଛନ୍ନ ରହିଥିବା ଯୋଗୁ ଅନେକ ସ୍ଥାନରେ ଲୋକେ ଏହାକୁ ଦେଖିବାକୁ ସକ୍ଷମ ହୋଇନାହାନ୍ତି।

ତେବେ ଏହି ସୂର୍ଯ୍ୟୋପରାଗ ଉତ୍ତର ଭାରତରେ ସବୁଠୁ ଅଧିକ ପ୍ରତିଶତ ଦୃଶ୍ୟମାନ ହୋଇଥିଲା। ରାଜସ୍ଥାନ ଓ ହରିୟାଣାରେ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି।