ଓଡ଼ିଶାରେ ବଢ଼ିଲା ଜିଏସ୍‌ଟି ଆଦାୟ

କଟକ ଅଫିସ,୪ା୩: ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ଆଦାୟରେ ଓଡ଼ିଶାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୧୯ ଫେବୃୟାରୀରେ ଓଡ଼ିଶାରେ ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ଆଦାୟ ୬୭୨.୯୯ କୋଟି ଟଙ୍କା ଥିବାବେଳେ ୨୦୨୦ ଫେବୃୟାରୀରେ ଏହା ୮୦୪.୮୫ କୋଟି ଟଙ୍କା ରହିଛି। ଏଣୁ ଗୋଟିଏ ବର୍ଷ ଭିତରେ ଫେବୃୟାରୀରେ ବୃଦ୍ଧି ହାର ପ୍ରାୟ ୨୮ପ୍ରତିଶତ ରହିଛି ବୋଲି ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଚଳିତ ଆର୍ଥିକ ବର୍ଷରେ ୪୫,୬୩୯ ନୂତନ ଟିକସଦାତା ଯୋଡ଼ି ହେବା ସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୦୧୯ ଏପ୍ରିଲରୁ ୨୦୨୦ ଫେବୃୟାରୀ ମଧ୍ୟରେ ମୋଟ୍‌ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସ୍‌ଟି, ସମନ୍ବିତ ଜିଏସ୍‌ଟି, ରାଜ୍ୟ ଜିଏସ୍‌ଟି ଓ ଅତିରିକ୍ତ କର) ୨୭,୦୪୪.୩୭ କୋଟି ଟଙ୍କା ଆଦାୟ ହୋଇଛି। ପୂର୍ବ ଆର୍ଥିକ ବର୍ଷ ୨୦୧୮-୧୯ ସମାନ ସମୟରେ ଏହା ଥିଲା ୨୪,୩୨୫.୭୯ କୋଟି ଟଙ୍କା। ଏହି ସମୟ ଟିକସ ସଂଗ୍ରହରେ ୧୧.୧୮ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦ ଫେବୃୟାରୀରେ ଆଦାୟ କରାଯାଇଥିବା ୨୭୯୦ କୋଟି ଟଙ୍କାର ମୋଟ୍‌ ଜିଏସ୍‌ଟି ପରିମାଣ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ ସର୍ବାଧିକ ମାସିକ ଆଦାୟ। କୋଇଲା ଓ ଇସ୍ପାତ ବିକ୍ରି କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ସମନ୍ବିତ ଜିଏସ୍‌ଟି ଓ ଅତିରିକ୍ତ ଟିକସ ସଂଗ୍ରହ ପୂର୍ବ ମାସଗୁଡ଼ିକରେ ହ୍ରାସ ପାଇ ଆସୁଥିଲା। କିନ୍ତୁ ଫେବୃୟାରୀରେ ଏ କ୍ଷେତ୍ରରେ ଯଥାକ୍ରମେ ୯.୨୯ ପ୍ରତିଶତ ଓ ୨୭.୬୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଫେବୃୟାରୀ ସୁଦ୍ଧା ଅତିରିକ୍ତ ଟିକସ କ୍ଷେତ୍ରରେ କ୍ରମ ବୃଦ୍ଧି ହାର ୨୦୧୯ ଫେବୃୟାରୀ ତୁଳନାରେ ୦.୨୦ପ୍ରତିଶତ ଯୁକ୍ତାମତ୍କ ଥିବାବେଳେ ଆଇଜିଏସ୍‌ଟି କ୍ଷେତ୍ରରେ ଏହା ବିଯୁକ୍ତାମତ୍କ ୩.୨୦ପ୍ରତିଶତ ରହିଛି।
ସେହିଭଳି ଫେବୃୟାରୀରେ ପେଟ୍ରୋଲିୟମ ଓ ମଦରୁ ଭାଟ୍‌ ସଂଗ୍ରହ ୬୯୫.୮୧ କୋଟି ଟଙ୍କା ରହିଛି। ଚଳିତ ଆର୍ଥିକ ବର୍ଷର ଏହା ସର୍ବାଧିକ ମାସିକ ଆଦାୟ। ପୁନଶ୍ଚ ରିଟର୍ଣ୍ଣ (ଜିଏସ୍‌ଟି ଆର୍‌-୩’ବି) ଦାଖଲ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ଦେଖାଦେଇଛି। ଜାନୁୟାରୀରେ ୯୧ ପ୍ରତିଶତ ଟିକସଦାତା ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରିଛନ୍ତି। ୨୦୧୯ରେ ଏହା ମାତ୍ର ୬୭ ପ୍ରତିଶତ ଥିଲା। ଟିକସ ପରିସର ବୃଦ୍ଧି ନିମନ୍ତେ ଜିଏସ୍‌ଟି ଅଧୀନରେ ପଞ୍ଜୀକୃତ ହୋଇ ନ ଥିବା ଯୋଗ୍ୟ ବ୍ୟବସାୟୀଙ୍କ ସର୍ଭେକୁ ଗୁରୁତ୍ୱ ଦିଆଯାଇଥିଲା। ଫଳରେ ଚଳିତ ଆର୍ଥିକ ବର୍ଷରେ ୪୫,୬୩୯ ସଂଖ୍ୟକ ନୂଆ ଟିକସଦାତା ଟିକସ ପରିସରଭୁକ୍ତ ହୋଇଛନ୍ତି। ରିଟର୍ଣ୍ଣ ଦାଖଲ ଖିଲାପକାରୀ ଓ ଭୁଲ୍‌ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଯୋଗୁ ରିଟର୍ଣ୍ଣ ଦାଖଲ କରୁ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ୪୯,୦୮୧ଟି ନୋଟିସ ଓ ଭୁଲ ରିଟର୍ଣ୍ଣ ଦାଖଲ ପାଇଁଁ ୧୧,୧୨୧ଟି ନୋଟିସ ଜାରି କରାଯାଇଛି। ଗତ ଦୁଇଟି ଟିକସ ଅବଧି ମଧ୍ୟରେ ରିଟର୍ଣ୍ଣ ଦାଖଲ କରି ନ ଥିବା ଯୋଗୁ ୨,୧୭୬ ଜଣ ବ୍ୟବହାରକାରୀଙ୍କ ଇ-ୱେବିଲ୍‌ ବାହାର କରିବା ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ସେହିପରି ରାଜ୍ୟ ଅଧୀନସ୍ଥ ୩୦୨ ଜଣ ଟିକସଦାତାଙ୍କ ୬୧.୯୬ କୋଟି ଟଙ୍କାର ପ୍ରାପ୍ୟ (କ୍ରେଡିଟ୍‌) ଉପଲବ୍ଧ କ୍ରେଡିଟ ପରିମାଣଠାରୁ ଅଧିକ ଦାବି କରାଯିବା କାରଣରୁ ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।
ଜିଏସ୍‌ଟି ଆଇନ ଅଧୀନସ୍ଥ ଟିକସ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ସମସ୍ତ ଜାଲ୍‌ ଓ ଖାମଖିଆଲି ବ୍ୟବସାୟୀଙ୍କ ପଞ୍ଜୀକରଣକୁ କ୍ଷେତ୍ରୀୟ ଅନୁସନ୍ଧାନ କରାଯାଇ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଆର୍ଥିକବର୍ଷରେ ରାଜ୍ୟ ଅଧୀନରେ ଥିବା ଏହିପରି ୧୨,୩୦୦ ଟିକସଦାତାଙ୍କ ପଞ୍ଜୀକରଣକୁ ଘୋଷିତ ବ୍ୟବସାୟ ସ୍ଥଳରେ ବ୍ୟବସାୟ କରୁ ନ ଥିବା ଯୋଗୁ ଏବଂ ୬ ମାସରୁ ଊର୍ଦ୍ଧ୍ୱ କାଳ ରିଟର୍ଣ୍ଣ ଦାଖଲ କରୁ ନ ଥିବା କିମ୍ବା ଜାଲ୍‌ କାରବାରରେ ଲିପ୍ତ ରହିଥିବା କାରଣରୁ ରଦ୍ଦ କରାଯାଇଛି। ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ମାଧ୍ୟମରେ ଜାଲ୍‌ ବିଲ୍‌ ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଉଛି। ଜାଲ୍‌ ବ୍ୟବସାୟୀ ନେଟ୍‌ୱର୍କ ଚଳାଇଥିବା ଓ ଜାଲିଆତି କରି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ(ଆଇଟିସି) ହସ୍ତାନ୍ତର କରିଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୭ ଜଣ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ଜାଲ୍‌ ଆଇଟିସି ହାସଲ କରିଥିବା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ କ୍ଷେତ୍ରରେ ସମ୍ପୃକ୍ତ ୧୫ଟି ରାଜ୍ୟର କମିଶନରମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଓଡ଼ିଶାର ଯେଉଁମାନେ ଜାଲ୍‌ ଆଇଟିସି ଗ୍ରହଣ କରିଛନ୍ତି, ସେମାନଙ୍କଠାରୁ ଏହି ଆଇଟିସି ପରିମାଣ ସୁଧ ଓ ଜରିମାନା ସହ ଆଦାୟ କରିବା ପାଇଁ ଜିଏସ୍‌ଟି କମିଶନରେଟ ତରଫରୁ ପଦକ୍ଷେପ ନିଆଯାଉଛି। ୭୭.୬୦ କୋଟି ଟଙ୍କାର ଜାଲ୍‌ ଆଇଟିସି ହାସଲ କରିଥିବା ୧୮୧ ଜଣ ପଞ୍ଜୀକୃତ ଟିକସଦାତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ଏସ୍‌.କେ. ଲୋହାନି ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ଟିକସଦାତାମାନଙ୍କୁ ସେମାନଙ୍କର ଟିକସ ସମ୍ପର୍କିତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏବଂ ନିୟମିତ ଓ ଉପଯୁକ୍ତ ରିଟର୍ଣ୍ଣ ଦାଖଲ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri