Posted inଖେଳ

ଓଡ଼ିଶାରେ ପ୍ରଥମଥର ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ (ମହିଳା, ପୁରୁଷ) ପ୍ରତିଯୋଗିତା। ପ୍ରତିଯୋଗିତାର ଏହି ୬୮ତମ ସଂସ୍କରଣ କିଟ୍‌ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଚଳିତମାସ ୨୫ରୁ ଏହା ଆରମ୍ଭ ହୋଇ ଜାନୁୟାରୀ ୨ରେ ଶେଷ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ଭଲିବଲ ଆସୋସିଏଶନ (ଓଭିଏ)ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ପ୍ରତିଯୋଗିତାରେ ଦେଶର ୩୦ ପୁରୁଷ ଓ ୨୭ଟି ମହିଳା ଦଳ ଅଂଶଗ୍ରହଣ କରିବେ। ୧୫୦୦ ଖେଳାଳି ଓ ଅଫିସିଆଲ ଗୋଟିଏ ସ୍ଥାନରେ ସମବେତ ହେବେ। ଏଥିରେ ୨୦୦ ଅନ୍ତର୍ଜାତୀୟ ଖେଳାଳି ଭାଗ ନେବାକୁ ଯାଉଛନ୍ତି, ଯାହାକି ଏକ ଖୁସିର କଥା ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏମ୍‌ପି, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଆୟୋଜକ କମିଟି ସଭାପତି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଓଭିଏର ସମ୍ପାଦକ ଡ. ଗଗନେନ୍ଦୁ ଦାଶ ଟୁର୍ନାମେଣ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶାରେ ପ୍ରଥମଥରପାଇଁ ଏଭଳି ଏକ ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଥିବାରୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଗଗନେନ୍ଦୁ।
ପ୍ରତିଯୋଗିତା ଲିଗ୍‌ ଏବଂ ନକ୍‌ଆଉଟ ଭିତ୍ତିରେ ହେବ। ଉଭୟ ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ଗ୍ରୁପ୍‌ ‘ଇ’ରେ ସ୍ଥାନ ପାଇଛି। ପୁରୁଷ ବିଭାଗ ପାଇଁ ଗ୍ରୁପ୍‌ ‘ଏ’ରେ କର୍ନାଟକ, ପଞ୍ଜାବ, ହରିୟାଣା, ସର୍ଭିସେସ, ‘ବି’ରେ ତାମିଲନାଡ଼ୁ, କେରଳ, ରେଲଓ୍ବେ, ଆନ୍ଧ୍ର ପ୍ରଦେଶ, ‘ସି’ରେ ଉତ୍ତରାଞ୍ଚଳ, ଗୁଜରାଟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ତେଲେଙ୍ଗାନା, ‘ଡି’ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଗୋଆ, ଦିଲ୍ଲୀ, ‘ଇ’ରେ ଚଣ୍ଡିଗଡ଼, ଓଡ଼ିଶା, ଛତିଶଗଡ଼, ପଣ୍ଡିଚେରୀ, ତ୍ରିପୁରା, ଜମ୍ମୁ-କଶ୍ମୀର ଏବଂ ‘ଏଫ’ରେ ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ମିଜୋରାମ, ମଣିପୁର, ଆସାମ ଓ ପଶ୍ଚିମବଙ୍ଗ ସ୍ଥାନ ପାଇଛି। ସେହିପରି ମହିଳା ବିଭାଗ ଗ୍ରୁପ ‘ଏ’ରେ କେରଳ, ପଶ୍ଚିମବଙ୍ଗ, କର୍ନାଟକ, ଦିଲ୍ଲୀ, ‘ବି’ରେ ରେଲଓ୍ବେ, ମହାରାଷ୍ଟ୍ର, ତାମିଲନାଡ଼ୁ, ହରିୟାଣା, ‘ସି’ରେ ତେଲେଙ୍ଗାନା, ରାଜସ୍ଥାନ, ଝାଡ଼ଖଣ୍ଡ, ଜମ୍ମୁ-କଶ୍ମୀର, ‘ଡି’ରେ ଗୁଜରାଟ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତ୍ରିପୁରା, ‘ଇ’ରେ ଉତ୍ତର ପ୍ରଦେଶ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ପଣ୍ଡିଚେରୀ, ଓଡ଼ିଶା ଏବଂ ‘ଏଫ’ରେ ମଧ୍ୟପ୍ରଦେଶ, ବିହାର, ଉତ୍ତରାଞ୍ଚଳ, ଆସାମ ଓ ମଣିପୁର ସ୍ଥାନ ପାଇଛି। ପ୍ରତିଯୋଗିତାରେ ଭାଗ ନେବାପାଇଁ ଦଳ ଗୁଡ଼ିକ ସୋମବାରଠାରୁ ପର୍ଯ୍ୟାୟକ୍ରମେ ପହଞ୍ଚତ୍ବା ଆରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଭିଏର ସଭାପତି ସୁବୋଧ କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ, ଟୁର୍ନାମେଣ୍ଟ ସଂଯୋଜକ ନୀଲ କମଲ ରୟ ଓ ଓଡ଼ିଶା ଟିମ୍‌ ମୁଖ୍ୟ କୋଚ୍‌ ଏମ. ମସୁଦ ଜମ୍ମା ଉପସ୍ଥିତ ଥିଲେ।
ଓଡ଼ିଶା ମହିଳା ଦଳ: ସୁଶ୍ରୀ ସଙ୍ଗୀତା ଜେନା, ଶୁଭଲକ୍ଷ୍ମୀ ମଲିକ, କରମି ଶିରେସା, ରଶ୍ମିତା ବାରିକ, ମୁକ୍ତି ବାର୍ଲା, ଜୟଶ୍ରୀ ପଲାଇ, କରିସ୍ମା ଟେଟେ, ଶିବାନୀ ପ୍ରିୟଦର୍ଶିନୀ, ସଙ୍ଗୀତା ଦାସ, ସୁଚିତ୍ରା ମନ୍ତ୍ରୀ, ସୁନୀତା ମାର୍ଥା, ମୋନାଲିସା ପାତ୍ର। ଷ୍ଟାଣ୍ଡବାଇ: ମେଘନା ପ୍ରିୟଦର୍ଶିନୀ ବାରିକ, ସସ୍ମିତା ମହାନ୍ତି, କୌଶଲ୍ୟା ମାଝି। ମୁଖ୍ୟ କୋଚ୍‌: ଜଗନ୍ନାଥ ସିହି, ସହକାରୀ କୋଚ୍‌: ଅଭୟ କୁମାର ଦାସ, ମଧୁସ୍ମିତା ସାହୁ, ମ୍ୟାନେଜର: ସୁଷମା ନନ୍ଦ।
ଓଡ଼ିଶା ପୁରୁଷ ଦଳ: ସେକ୍‌ ସିରାଜ ଅଲୀ, ଶୁଭ୍ରାଂଶୁ ଶେଖର ଓଝା, ଏମ. ବିଘ୍ନେଶ୍ୱରନ, ଦିପ୍ତିରାଜ ମିଶ୍ର, ଅଫଜାଲ ପି.ପି., ପ୍ରତ୍ୟୁଷ କୁମାର ନନ୍ଦ, ଅକ୍ଷୟ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ, ପପୁନା ସ୍ବାଇଁ, ରାଜେଶ କୁମାର ସାହୁ, ଖଗେଶ୍ୱର ଜେନା, ପ୍ରଜ୍ଞାସାରଥି ଜେନା। ଷ୍ଟାଣ୍ଡବାଇ: ବିକାଶ ଗିରି, ବିନୋଦ ବେହେରା, ଜଗନ୍ନାଥ ପ୍ରସାଦ ବାଲା। ମୁଖ୍ୟ କୋଚ୍‌: ଏମ. ମସୁଦ ଜମ୍ମା, ସହକାରୀ କୋଚ୍‌: ସୁଧାଂଶୁ ଭୂଷଣ ମିଶ୍ର, ଆଶୁତୋଷ ବର୍ମା, ମ୍ୟାନେଜର: ସଞ୍ଜୟ କୁମାର ଦାସ, ଟ୍ରେନର ସିକ୍ସେର ଆଲୋକ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri