ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ରାଜ୍ୟରେ ଲଗାତର ପଞ୍ଚମଥର ପାଇଁ ସରକାର ଗଢ଼ିବାକୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉଭୟ ଲୋକ ସଭା ଏବଂ ବିଧାନସଭାରେ ବିଜେଡିକୁ ଜନ ସମର୍ଥନ ମିଳିଛି। ଏଥିପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡିକୁ ଲଗାତରଭାବେ ବିଜୟୀ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ରାଜ୍ୟବାସୀ ବହୁସଂଖ୍ୟାରେ ଭୋଟଦାନ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏଥିପାଇଁ ସମସ୍ତ ଜନସାଧାରଣଙ୍କ ସହ ବିଶେଷଭାବେ ମହିଳାମାନଙ୍କୁ ଧନ୍ୟବାଦ। ଦଳ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିଥିବା କର୍ମୀ ଓ ତୃଣମୂଳସ୍ତରୀୟ ନେତାମାନଙ୍କୁ ମଧ୍ୟ ନବୀନ କୃତଜ୍ଞତା ଜଣାଇଛନ୍ତି ା
ବିଜେଡି ନିର୍ବାଚନ ପୂର୍ବରୁ କୌଣସି ଦଳ ସହ ବୁଝାମଣା କରି ନ ଥିଲା। ପୂର୍ବାପେକ୍ଷା କମ୍‌ ଲୋକ ସଭା ଆସନ ପାଇଥିଲେ ମଧ୍ୟ ମୋଦିଙ୍କ ହାୱାର ମୁକାବିଲା କରିବାରେ ଦଳ ସଫଳ ହୋଇଛି। ତେଣୁ ବିଜେଡି କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହେବ କି ନାହିଁ , ସେନେଇ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ନବୀନ କହିଛନ୍ତି, ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ। ବିଜେଡି କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସମ୍ପର୍କ ରକ୍ଷା କରିବ। ଓଡ଼ିଶାବାସୀଙ୍କ ବିକାଶ ପାଇଁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ ବୋଲି ନବୀନ କହିଛନ୍ତି।
ଦିନସାରା ଭୋଟ ଫଳାଫଳ ନେଇ ଉତ୍କଣ୍ଠା ଜାରି ରହିଥିଲା। ହେଲେ ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହି ଅବସରରେ ବିଜେଡି କର୍ମୀ ଓ ନେତାମାନେ ନବୀନଙ୍କୁ ଫୁଲମାଳ ଅର୍ପଣ କରି କୃତଜ୍ଞତା ଜଣାଇଥିଲେ। ସାମୁଦ୍ରିକ ଝଡ଼ ଫନୀ ଉପକୂଳ ଓଡ଼ିଶାର ପ୍ରଭୂତ କ୍ଷତିସାଧନ କରିଛି। ଏହି ପରିପ୍ରେକ୍ଷୀରେ ବିଜୟକୁ ବିଜେଡି ପକ୍ଷରୁ ଅପେକ୍ଷାକୃତ ନିରାଡମ୍ବରଭାବେ ପାଳନ କରାଯାଉଥିବା ଜଣାପଡିଛି। ହେଲେ ପାର୍ଟି ଅଫିସ ଏବଂ ରାଜ୍ୟର ଅନେକ ସ୍ଥାନରେ କର୍ମୀ ନିଜ ନିଜ ଢଙ୍ଗରେ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri