ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର କବିତୀର୍ଥ ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ୩ଦିନ ଧରି ପାଳିତ ହୋଇଆସୁଥିବା ଫକୀରମୋହନ ଜୟନ୍ତୀ ଶେଷ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କା ସଭାପତିତ୍ୱ କରିଥିଲେ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ନିବାରଣ ଜେନା ଯୋଗଦେଇ ଯେକୌଣସି ଦୃଷ୍ଟାନ୍ତ ବିନା ଫକୀରମୋହନ ସାଧାରଣ ଭାଷାରେ ସଂସ୍କାରମୂଳକ ସାହିତ୍ୟ ସର୍ଜନା କରିଥିଲେ। ଯେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ, ଓଡ଼ିଶା ପ୍ରଦେଶ, ଓଡ଼ିଶାବାସୀ ଥିବେ ସେପର୍ଯ୍ୟନ୍ତ ଫକୀରମୋହନ ଅମର ରହିବେ। ସମ୍ମାନିତ ଅତିଥି ଭାବରେ ସାହିତି୍ୟକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ଫକୀରମୋହନଙ୍କ ବହୁ ଦୁର୍ମୂଲ୍ୟ ଲେଖା ଏଯାବତ ପ୍ରକାଶିତ ହୋଇନାହଁି। ସାହିତ୍ୟ ପରିଷଦ ତରଫରୁ ପାଳିତ ଏହି ଜୟନ୍ତୀ ଉତ୍ସବ ଫକୀରମୋହନ ସାହିତ୍ୟର ବହୁ ନୂତନ ଦିଗନ୍ତ ଉନ୍ମୋଚନର ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ଯୋଗଦେଇ ଫକୀରମୋହନ ଓଡ଼ିଆ ଭାଷାର ଧ୍ରୁବତାରା। ସେ ତତ୍କାଳୀନ ସମୟର ଓଡ଼ିଶାର ସାମାଜିକ ସ୍ଥିତି, ଅର୍ଥନୈତିକ ସ୍ଥିତି ଓ ଶୋଷଣକୁ ଖୁବ୍ ନିର୍ଭୀକ ଭାବରେ ଉପସ୍ଥାପନ କରିଛନ୍ତି। ଅତିଥି ଭାବେ ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ ଯୋଗଦେଇ ଫକୀରମୋହନ ଓ ଫକୀରମୋହନ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ପରିଷଦର ପତାକାକୁ ଅବତରଣ କରିଥିଲେ। ପରିଷଦ ସମ୍ପାଦକ ଡା. କୁମାର ଗୋପାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ଅତିଥିଙ୍କୁ ମଞ୍ଚକୁ ଆହ୍ବାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଶିଳ୍ପୀ ସଞ୍ଜୟ ରାଉଳ ଚକଖଡ଼ିରେ ଫକୀରମୋହନଙ୍କ ମୂର୍ତ୍ତି ଖୋଦିତ କରି ଅତିଥିଙ୍କୁ ପ୍ରଦାନ କରିଥିଲେ। ତତ୍ସହିତ ପ୍ରଫେସର ଡ. କରୁଣାକର ଦାସଙ୍କ ‘ଶ୍ରୀଧର ସ୍ବାମୀଙ୍କ କୃତ କାର୍ତ୍ତିକ ଭାଷ୍ୟର ଓଡ଼ିଆ ଅନୁବାଦ ସହ ଶ୍ରୀ ଶ୍ରୀ ବିଷ୍ଣୁପୁରାଣ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କୋଷାଧ୍ୟକ୍ଷ ତପନ ରାୟ ଓ ଉପସଭାପତି ପ୍ରଦୀପ ଚାଟାର୍ଜୀ ଉଦ୍ଯାପନୀ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।
Posted inଆମ ଜିଲା ଖବର, ବାଲେଶ୍ୱର View All
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ
ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...
ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ
ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...
୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…
କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...
Archives


