ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮-୮(ସ୍ବ.ପ୍ର.):ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପରଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ ହୋଇଛି ା ବିଭିନ୍ନ ସୋସିଆଲ ମିଡିଆ ସମେତ ଟିଭି ଓ ପ୍ରିଣ୍ଟ ମିଡିଆରେ ମଧ୍ୟ ଛାଇ ଯାଇଛି ା ତେବେ ଏହି କଳାକୃତିକୁ ତିଆରି କରିଛନ୍ତି ଓଡ଼ିଶାର ଜଣେ ଯୁବକ। ସେ ହେଉଛନ୍ତି ସୁମିତ୍‌ ଦ୍ୱିବେଦୀ। ସେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଶେଷ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ା ତାଙ୍କ ଘର ପଶ୍ଚିମଓଡ଼ିଶାର ଦେବଗଡ ସହରରେ।
ଏହି କଳାକୃତିକୁ ୪୮୬ଟି ରୁବିକ୍‌ସ କ୍ୟୁବ୍‌ରେ ତିଆରି କରିଥିବା ସୁମିତ୍‌ କହିଛନ୍ତି। ଏଥିପାଇଁ ତାଙ୍କୁ ୩ ଦିନ ସମୟ ଲାଗିଥିଲା। ମାଇନିଂ ଇଞ୍ଜିନିୟର ହେବାକୁ ଆଶା ରଖିଥିବା ସୁମିତ୍‌ ଏହି ଅନନ୍ୟ ଚିତ୍ରକଳାକୁ ଛାଡ଼ିବାକୁ ଚାହାନ୍ତି ନାହିଁ ା ଏହି କଳାକୃତି ବହୁତ କମ୍‌ କଳାକାର କରିଥାନ୍ତି। ବରଗଡରେ ଏକ ଘରୋଇ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିବା ବେଳେ ଜଣେ ଜୁନିୟର ଛାତ୍ରଙ୍କ ପ୍ରେରଣାରେ ସେ ଏହି କ୍ୟୁବ୍‌ରେ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଗତ ୩ ମାସ ହେଲା ଏହି ରୁବିକ୍‌ସ କ୍ୟୁବରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏହା ବ୍ୟୟବହୁଳ। ପକେଟ୍‌ ଖର୍ଚ୍ଚରୁ ୧୪୬ଟି ରୁବିକ୍‌ସ କ୍ୟୁବ୍‌ କିଣି ପ୍ରଥମେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚିତ୍ର ପ୍ରସ୍ତୁତ କରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟିୟର ଏମ୍‌.ଏସ୍‌. ଧୋନୀଙ୍କ ଚିତ୍ର କରିଥିଲେ। ଇତିମଧ୍ୟରେ ୫୦୦ ରୁବିକ୍‌ସ କ୍ୟୁବ୍‌ ନୂଆଦିଲ୍ଲୀରୁ ମଗାଇ ସେଥିରେ ଅଭିନେତା ପ୍ରଭାସଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ବିଶେଷ କରି ଦକ୍ଷିଣ ଭାରତରେ ଅଧିକ ଭାଇରାଲ ହୋଇଥିଲା ା ସେଠାକାର ନ୍ୟୁଜ୍‌ ଚ୍ୟାନେଲ ଓ ପତ୍ରପତ୍ରିକାରେ ତାହା ପ୍ରକାଶ ପାଇଥିବାରୁ ସୁମିତ୍‌ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ବାପା ସୁଦାମ ଚରଣ ଦ୍ୱିବେଦୀ ପେସାରେ ଜଣେ ଠିକାଦାର ହୋଇଥିବାବେଳେ ମା’ ସାବିତ୍ରୀ ହେଉଛନ୍ତି ଜଣେ ଗୃହିଣୀ ା
ଆଗକୁ ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଚିତ୍ର ଆଙ୍କିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୁମିତ୍‌ କହିଛନ୍ତି। ତେବେ ତାଙ୍କୁ ଏକ ନୂଆ ପରିଚୟ ଦେଇଥିବା ପ୍ରଭାସଙ୍କ ଚିତ୍ରକୁ ସେ ସାଇତି ରଖିବେ। ଏଣୁ ସେ ଅଧିକ ରୁବିକ୍‌ସ କ୍ୟୁବ୍‌ କିଣି ସେଥିରେ ଚିତ୍ର କରିବେ ବୋଲି କହିଛନ୍ତି। ଇଟାଲୀର ଜଣେ ରୁବିକ୍‌ସ କ୍ୟୁବ୍‌ ଚିତ୍ରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ସୁମିତ୍‌ ଓଡ଼ିଶା ପାଇଁ ଅଧିକ ଗୌରବ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri