ଓଡ଼ଗାଁ ଗୋଠବଣ ଡକାୟତି ମାମଲାର ପର୍ଦ୍ଦାଫାଶ, ୨ ଗିରଫ

ଓଡ଼ଗାଁ, ୨୪ା୮(ସ୍ବ.ପ୍ର.): ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ଗତ ୧୨ ତାରିଖ ମଧ୍ୟ ରାତ୍ରରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାଶ ହୋଇଛି। ସେହି ରାତିରେ ୫ ଜଣ ଡକାୟତ ଭଗବାନ ଷଡଙ୍ଗୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା, ଦୁଇଟି ବାଇକ୍‌, ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ ା ଏ ନେଇ ଅଭିଯୋଗ ପରେ ପୋଲିସ ନଂ.୧୨୪/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା ା ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ବନ୍ଧସାହିରୁ ଗିରଫ କରିଛି। ସେମାନେ ହେଲେ ନନ୍ଦିଘୋର ପଞ୍ଚାୟତ ଗୋଠବଣ ନିକଟ ବନ୍ଧସାହିର ସଞ୍ଜୟ କୁମାର ନାୟକ(୨୧) ଓ ତାଙ୍କ ସମ୍ପର୍କୀୟ ଢେଙ୍କାନାଳ ଜିଲାର କବିନ୍ଦ୍ର ନାୟକ(୨୪)। ଏ ନେଇ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ଓ ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି। ଉଭୟ ଅଭିଯୁକ୍ତଙ୍କ ସୂଚନା ଅନୁସାରେ ପୋଲିସ ଭଗବାନଙ୍କ ଚୋରି ଯାଇଥିବା ଦୁଇଟି ବାଇକ ଓଆର୨୫ ୫୪୮୪ ଓ ଓଆର୨୫ସି ୫୨୭୭ ନୟାଗଡ ଥାନା ଗମେଇ ଗ୍ରାମର ଏକ ପୋଖରୀରୁ ଉଦ୍ଧାର କରିଛି। ଏହା ସହିତ ପୋଲିସ ଚୋରି ହୋଇଥିବା ଅମୁଲ ପ୍ୟାକେଟ, ଫ୍ରିଡମ ତେଲ, ଦୁର୍ଗା ଘିଅ ପ୍ୟାକେଟ ଓ ଗୋଟିଏ ମୋବାଇଲ ଜବତ କରିଛି ା ହେଲେ ଚୋରି ଯାଇଥିବା ସୁନା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟ ସରଞ୍ଜାମ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗ ଲିଡର ଦୀନବନ୍ଧୁ ମହାରଣା ଓରଫ ଦଣ୍ଡୁଆଙ୍କ ପାଖରେ ରହିଥିବା ଉଭୟେ ପ୍ରକାଶ କରିଛନ୍ତି। ହେଲେ ଦଣ୍ଡୁଆ ଚୋରି ସୁନା ଅଳଙ୍କାର ବିକ୍ରି କରି ସେମାନଙ୍କୁ ୪/୫ ହଜାର ଟଙ୍କା ଲେଖାଏ ଦେଇଥିବା ପୋଲିସକୁ କହିଛନ୍ତି ା ଗିରଫ ସଞ୍ଜୟ ଦଣ୍ଡୁଆଙ୍କ ସଂସ୍ପର୍ଶରେ ଆସିବା ପରେ ଭଗବାନଙ୍କ ଘରୁ ଡକାୟତି ନିମନ୍ତେ ଦଣ୍ଡୁଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଦଣ୍ଡୁଆ ଓ ତାଙ୍କ ସହଯୋଗୀମାନେ ଏକ କାରରେ ପ୍ରଥମେ ନନ୍ଦିଘୋର ପର୍ଯ୍ୟନ୍ତ ଆସିଥିଲେ ା ସେଠାରୁ ଚାଲି ଚାଲି ଗୋଠବଣ ପର୍ଯ୍ୟନ୍ତ ଯିବାପରେ ଡକାୟତି କରିଥିବା ପ୍ରକାଶ କରିଛନ୍ତି ା ଦୁଇ ଅଭିଯୁକ୍ତଙ୍କ ବୟାନ ଅନୁସାରେ ଦଣ୍ଡୁଆଙ୍କ ଅନ୍ୟ ଦୁଇ ଭାଇ ଏଯାବତ୍‌ ଫେରାର ରହିଛନ୍ତି ା ଗୋଠବଣ ମାମଲାର ମୁଖ୍ୟ ଅଭିଯୁକ୍ତ ଦଣ୍ଡୁଆ ରଣପୁର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ହାଜତରେ ଥିବା ବେଳେ ସ୍ଥାନୀୟ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି। ଦଣ୍ଡୁଆଙ୍କୁ ଓଡ଼ଗାଁ ପୋଲିସ ରଣପୁର ପୋଲିସ ସହାୟତାରେ ଗିରଫ କରିଥିଲା ା କିନ୍ତୁ ରଣପୁର ପୋଲିସ ସ୍ଥାନୀୟ ପୋଲିସକୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବା ବଦଳରେ ନିଜେ କେତେକ ମାମଲାରେ ଗିରଫ କରିଥିବା କହି ବାହାବା ନେଉଛି ବୋଲି ଆଲୋଚନା ହେଉଛି ା ପୋଲିସ ଗିରଫ ଦୁଇ ଅଭିଯୁକ୍ତ ସଞ୍ଜୟ ଓ କବିନ୍ଦ୍ରଙ୍କୁ ଶନିବାର କୋର୍ଟ ଚାଲାଣ କରିବ ବୋଲି ଖବରଦାତା ସମ୍ମିଳନୀରେ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri