ଓଡ଼ଗାଁ ଏନ୍‌ଏସିକୁ ପୁଣି ଫେରିଲା ଗୁଟ୍‌ଖା, ପଲିଥିନ

ଓଡ଼ଗାଁ,୯ା୩(ସ୍ବ.ପ୍ର.): କିଛିଦିନର ବ୍ୟବଧାନ ପରେ ଓଡଗାଁ ଏନ୍‌ଏସି ସମେତ ନିକଟ ବଜାରକୁ ପୁଣି ଥରେ ଗୁଟ୍‌ଖା ଓ ପଲିଥିନ ଫେରିଥିବା ନେଇ ଚର୍ଚ୍ଚା ହେଉଛି। ପଲିଥିନ ପୂର୍ବପରି ବ୍ୟବହାର ହେଉଥିବା ବେଳେ ଦୋକାନ ବଜାର ଏପରି କି ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ ନିକଟରେ ଖୁଲମଖୁଲା ଗୁଟ୍‌ଖା ବିକ୍ରି ଚାଲିଛି। ସରକାରୀ ସ୍ତରରେ ଗୁଟ୍‌ଖା ବିକ୍ରି ଓ ପ୍ରସ୍ତୁତ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହାସହ ଗାନ୍ଧୀ ଜୟନ୍ତୀଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ, ପଲିଥିନ ବିକ୍ରି ଓ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିବା ସହିତ ପଲିଥିନ ମୁକ୍ତ ଅଭିଯାନର ଅୟମାରମ୍ଭ କରିଥିଲେ। ଏହା ପରେ ଏନ୍‌ଏସି ଓ ପୋଲିସ ତରଫରୁ ସ୍ଥାନୀୟ ବଜାରରେ ଚଢାଉ କରାଯାଇ ବହୁ ପରିୁମାଣର ପଲିଥିନ ଜବତ କରିବା ସହିତ ସେମାନଙ୍କୁ ଚେତାବନୀ ସଦୃଶ ପ୍ରାଥମିକ ସ୍ତରରେ ଆର୍ଥିକ ଦଣ୍ଡ ବିଧାନ କରାଯାଇଥିଲା। ହେଲେ କିଛିଦିନର ବ୍ୟବଧାନ ପରେ ପ୍ରଶାସନ ଏ ନେଇ କୋହଳ ମନୋଭାବ ଗ୍ରହଣ କରିଥିବାରୁ ସ୍ଥାନୀୟ ବଜାରରେ ବ୍ୟବସାୟୀ ପୁଣି ଥରେ ପଲିଥିନ ପ୍ରଚଳନ କରୁଥିବା ଦେଖାଯାଇଛି । ଏପରି କି ସ୍ଥାନୀୟ ରଘୁନାଥ ମନ୍ଦିର ଲକ୍ଷ୍ମୀବଜାରରେ ପ୍ରଚୁର ପରିମାଣର ଗୁଟ୍‌ଖା ଓ ପଲିଥିନ ମହଜୁଦ ରହିଥିବା ଚର୍ଚ୍ଚା ହେଉଛି । ରବିବାର ସ୍ଥାନୀୟ ବଜାରରୁ ଜଣେ ବ୍ୟବସାୟୀ ବେଆଇନ ଘୋଷଣା କରାଯାଇଥିବା ଏକବସ୍ତା ଗୁଟ୍‌ଖା ନେଉଥିବା ବେଳେ ହନୁମାନ ଛକରେ ବାଇକ୍‌ରୁ ଖସି ପଡିଥିଲା। ଘଟଣାସ୍ଥଳରେ ମୁତୟନ ଥିବା ପୋଲିସ ସମସ୍ତ ଗୁଟ୍‌ଖା ଜବତ କରିବା ସହିତ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପଚରାଉଚୁରା କରିଥିଲା। ପୋଲିସ ଉକ୍ତ ଗୋଦାମ ସମ୍ପର୍କରେ ସୁରାକ ପାଇଥିବା ଜଣାଯାଇଛି । ଏ ନେଇ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପ୍ରକାଶ କରିଛି। ଅନ୍ୟପକ୍ଷେ ସ୍ଥାନୀୟ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଯୁଗ୍ମ ଦାୟିତ୍ୱ ବହନ କରିଥିବା ନୟାଗଡ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଅନୁରୂପ ଭାବେ ଆଗାମୀ ଦିନରେ ଚଢାଉକୁ ଜୋରଦାର କରିବାକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri