ଓଠ କଳା ପଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଓଠ। ବିଶେଷକରି ଗୋଲାପୀ ଓଠ ଆକର୍ଷଣୀୟ ଦେଖାଯାଏ। ବେଳେବେଳେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ୱାରା ଓଠ କଳା ପଡ଼ି ଯାଇଥାଏ। କିଛି ଘରୋଇ ଉପଚାର ଗ୍ରହଣ କଲେ ଓଠ ନରମ ହେବା ସହ ଗୋଲାପୀ ଦେଖାଯିବ।

ଗୋଲାପ ଜଳ :
ରାତିରେ ଶୋଇବା ପୂର୍ବରୁ ଓଠରେ ଗୋଲାପ ଜଳ ଲଗାଇ ଶୁଅନ୍ତୁ। ଏପରି ନିୟମିତ କଲେ ଏହା ଓଠର କଳାଅଂଶ ଦୂର କରିଥାଏ।

ଅଲମଣ୍ଡ ତେଲ :
ଅଲମଣ୍ଡ ତେଲକୁ ଓଠରେ ଲଗାନ୍ତୁ। କିଛିଦିନ ବ୍ୟବଧାନରେ ଦେଖିବେ କଳା ପଡ଼ିଥିବା ଓଠ ଗୋଲାପୀ ଦିଶିବ।

ନଡ଼ିଆ ତେଲ :
ଶୋଇବା ପୂର୍ବରୁ ହାତରେ କିଛି ନଡ଼ିଆ ତେଲ ଆଣି ଧୀରେ ଧୀରେ ଓଠରେ ଲଗାନ୍ତୁ। ଏମିତି କରିବା ଦ୍ୱାରା କିଛିଦିନ ପରେ ଓଠର ରଙ୍ଗ ଗୋଲାପୀ ଦେଖାଯିବା ସହ ନରମ ରହିବ।

ଲେମ୍ବୁ ରସ:
ଓଠରେ ଲେମ୍ବୁ ରସ ଲଗାନ୍ତୁ। ପ୍ରତି ଦିନ ଲେମ୍ବୁରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ ପାଇଁ କଳା ପଡ଼ିଯାଇଥିବା ଓଠ ଗୋଲାପୀ ଦିଶିବ।

କାକୁଡି ରସ:
ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠ ନରମ ହେବା ସହ ଗୋଲାପୀ ଦିଶିବ।