ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ‘କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ତେବେ ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମଟି ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଏ ନେଇ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ନିଜେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କଶ୍ମୀରୀ ପଣ୍ଡିତଙ୍କ ସତ୍ୟକୁ ଆଣିବା ପାଇଁ ଆମର ପ୍ରୟାସ ଏକ ବଡ଼ ପ୍ରତିକ୍ରିୟା ହୋଇପାରିଛି। ସେମାନଙ୍କର ସମର୍ଥନ ପାଇଁ ଆମେ ଦର୍ଶକଙ୍କୁ ଧନ୍ୟବାଦ ଦେଉଛୁ। କଶ୍ମୀର ବିଷୟରେ ଅଧିକ ଲୋକ ଜାଣିବେ ବୋଲି ଆଶା କରୁଛୁ। ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରିଥିବା ବେଳେ ଦର୍ଶକ ମଧ୍ୟ ଅନେକ ପ୍ରଶଂସା ଦେଇଛନ୍ତି। ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା।

Share