ଓଜନ କମାଇବ ମାଣ୍ଡିଆ ରୁଟି

ରୁଟି କଥା କହିଲେ ସମସ୍ତଙ୍କ ମନରେ ଆସିଥାଏ ଗହମ ଅଟା କିମ୍ବା ମଇଦାର ରୁଟି। ହେଲେ ସବୁବେଳେ ଗୋଟିଏ ପ୍ରକାର ରୁଟି ଖାଇ ଖାଇ ବିରକ୍ତ ହୋଇଯାଉଥିବା ଲୋକେ ଆଉ କିଛି ରୁଟି ଖାଇଲେ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ ଚିରାଚରିତ ଜୀବନ ଶୈଳୀରେ ବି ଟିକେ ପରିବର୍ତ୍ତନ ଆସିଥାଏ। ଏମିତି କିଛି ରୁଟି ସମ୍ପର୍କରେ ଜାଣିବା।
ଓଟ୍ସ ରୁଟି: ଓଟ୍ସର ହାଲୁଆ, ଖେଚୁଡି, କୁକିଜ ବା ଅତି ବେଶୀରେ ଏହାର ଏନର୍ଜି ବାର୍‌ କଥା ଶୁଣିଥିବେ। ହେଲେ ଓଟ୍ସର ରୁଟି ମଧ୍ୟ ଦେହ ପାଇଁ ଖୁବ୍‌ ଭଲ। ତେବେ ଓଟ୍ସର ଅଟାସହ ସାମାନ୍ୟ ଗହମ ଅଟା ମିଶାଇ ଏହାର ରୁଟି ପ୍ରସ୍ତୁତ କରି ଖାଇବା ଭଲ।
ନଡ଼ିଆ ଅଟାର ରୁଟି: ଏହି ରୁଟି ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନଡିଆକୁ ତେଲ ମାରିବା ପରେ ଏହାର ବଳକା ଅଂଶକୁ ଅଟାରେ ମିଶାଇ ରୁଟି କରି ଖାଇଲେ ଏହା ଶରୀର ପାଇଁ ଲାଭଦାୟକ। ଏଥିରେ ଫାଇବର ଓ ପ୍ରୋଟିନ ପ୍ରଚୁର ପରିମାଣରେ ରହିଥାଏ। ଏହାକୁ ଖାଇବା ଫଳରେ କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଠିକ ହେବା ସହ ଶରୀରର ଓଜନ ବୃଦ୍ଧି ହୋଇ ନ ଥାଏ।
ସୋୟା ରୁଟି: ସୋୟାବିନରେ ରହିଛି ପ୍ରୋଟିନ୍‌ ଓ କାବ୍ରୋହାଇଡ୍ରେଟ୍ସ । ଯାହା ଶୀରରକୁ ନିତାନ୍ତ ଆବଶ୍ୟକ। ସୋୟା ରୁଟି ଶରୀରର ଓଜନ ବୃଦ୍ଧି କରିବାକୁ ଦେଇ ନ ଥାଏ।
ମାଣ୍ଡିଆ ରୁଟି: ଏହି ଶସ୍ୟଟି ଶରୀର ପାଇଁ ବେଶ୍‌ ଲାଭଦାୟକ। ୧୦୦ ଗ୍ରାମ ମାଣ୍ଡିଆରେ ପାଖାପାଖି ୫-୮ ପ୍ରତିଶତ ପ୍ରୋଟିନ, ୨.୫-୩.୫ ପ୍ରତିଶତ ମିନେରାଲ୍ସ, ୬୫-୭୫ ପ୍ରତିଶତ କାର୍ବୋହାଇଡ୍ରେଟ୍ସ ରହିଛି ଯାହା ଶରୀରର ଓଜନ କମାଇବାରେ ସହାୟକ ହୋଇଥାଏ।