ଓଜନ କମାଇବ କମଳା ଚୋପା

ଆଜିକାଲି ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। କିନ୍ତୁ କମଳା ଚୋପା ଓଜନ କମ୍‌ କରିବାରେ ସହାୟକ ହେବ ବୋଲଇ ଏକ ଗବେଷଣାରୁ ଜଣାପଡିଛି। ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ ହେଉଛି କମଳା । ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟିଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା ବି ଉପକାରୀ। କମଳା ଚୋପାରେ ଭିଟାମିନ୍‌ ବି୬, କ୍ୟାଲସିୟମ, ଫଲେଟ୍‌ ଭରପୂର ମାତ୍ରାରେ ଥାଏ। ଯାହା ଓଜନ କମାଇବାରେ ସହାୟକ ହୋଇଥାଏ। କମଳା ଚୋପା ଖଣ୍ଡେ ପ୍ରତିଦିନ ସକାଳୁ ଅଭ୍ୟାସ କରି ଚୋବାଇ ଖାଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। କମଳା ଚୋପାରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ ଭଲ। କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ।